News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୨୮୦ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

କ୍ରମାଗତ ଭାବରେ ଉର୍ଦ୍ଧ୍ବଗାମୀ ହେବା ପରେ ଜିଲ୍ଲାରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ୨୮୦ ରେ ପହଁଞ୍ଚି ଅଛି। ଏମାନଙ୍କ ମଧ୍ୟରୁ ୨୬୬ ଜଣ ଘରୋଇ ସଂଙ୍ଗରୋଧରୁ ଓ ୧୪ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଆଜିଠାରୁ ୧୮ ତାରିଖ ସକାଳ ୭ ପର୍ଯ୍ୟନ୍ତ ପରଜଙ୍ଗ ଗ୍ରାମ ଏବଂ ଗଡପଳ।ଶୁଣି ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ପର୍ଜଙ୍ଗ ବ୍ଲକର ୬୯, କଙ୍କଡ଼ାହାଡ଼ ବ୍ଲକର ୪୫, ହିନ୍ଦୋଳ ବ୍ଲକରୁ ୪୪, ସଦର ବ୍ଲକରୁ ୨୪, ଗଁଦିଆ ବ୍ଲକରୁ ୨୨, ଓଡ଼ାପଡ଼ା ବ୍ଲକରୁ ୧୩, ଭୁବନ ଓ କାମାକ୍ଷାନଗର ବ୍ଲକରୁ ୭ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ଏହାଛଡା ଢେଙ୍କାନାଳ ମୁନିସିପାଲିଟର ୨୭, ହିନ୍ଦୋଳ ଏନଏସିର ୯, ଭୁବନ ଏନଏସିରୁ ୩ ଓ କାମାକ୍ଷାନଗର ର ୬ ଜଣ ସଂକ୍ରମିତ ହୋଇଛନ୍ତି ।

ପରଜଙ୍ଗ ବ୍ଲକ ପରଜଙ୍ଗ ରୁ ୩୯, ସିଙ୍ଗିଡା ୧୨, ବସୁଳେଇ ୫, କୁଆଳୋ, ମେଣ୍ଢାପାଳ, ବାରିହାପୁର ର ୨ ଲେଖାଏଁ ଏବଂ ଡାମଳ ପରଜଙ୍ଗ, ପଙ୍ଗାତିରା, ସରାଙ୍ଗ, ଆମ୍ବପଳାସ, ଗଇଲ, ଖାଲପାଳ, ଗୋବରିରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।

କଙ୍କଡ଼ାହାଡ଼ ବ୍ଲକର ଗଡପଳଶୁଣୀ ର ୧୭, ଜରଡା ୧୦, ପଙ୍ଗାତିରା ୪, ଦଶିପୁର ଓ ଦେହୁରୀ ହତା ୩ ଜଣ ଲେଖାଏଁ ଓ ପରଜଙ୍ଗ, କରଡାଖମଣ, ସୁନ୍ଦରମୁଣ୍ଡି, ବିରାଶାଳ, ଡମପାଳ, ଡଙ୍ଗାପାଳ, କମ୍ପୁଲେଇ, କାଠପାଳ ମାଇନ୍ସର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ବ୍ଲକରୁ ବାହାଲୁଣ୍ଡା ଓ ନୂଆବଗ ର ୫ ଲେଖାଏଁ, ରାସୋଳ, ମାଡୁଆ, କାରନ୍ଦା ଗାଁ ର ୩ ଜଣ ଲେଖାଏଁ, ବିଲେଇଖଳି, ମାହାଦିଆ, କନ୍ତାମିଲା, ଗୁହ୍ଲେଇ ର ୨ ଲେଖାଏଁ ଓ ଚରଡିଗାଡିଆ ଓଡାପଡା, ବଳସର, ଖଲିବୋରେଇ, ଛୋଟାପଡା, ନୂଆପାଟନା, ରଞ୍ଜାଗୋଳ, କୁଟୁରିଆ, ହରିପୁର, ଖାଲପାଳ, ଖଲିବେରେଣି, ବାଗଧେରିଆ, କଳିଙ୍ଗା, ମାଡୁଆକାରନ୍ଦା, ବାଲିକିଆରି, ଦୁଦୁରକୋଟ, ପଞ୍ଚୁପଡା, ବେଡାପଡାର ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ସଦର ବ୍ଲକର ବଳଦିଆବନ୍ଧ ର ୪, ଗୋବିନ୍ଦପୁର ୬, ତାଳବରକୋଟ ୩, ନନ୍ଦନପୁର ୨ ଓ ମଙ୍ଗଳପୁର, ଗେଙ୍ଗୁଟିଆ, ନଡିଆଳି, ଚଷାପଡା, ବରପଦା, ସାରିଅ, ନୂଆଗାଁ, ରାଧାଦେଇପୁର, କଙ୍କଡ଼ାହାଡ଼ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ଗଁଦିଆ ବ୍ଲକର ଦେଓଗାଁ ୩, କାବେରା, ମହାପଦା ୨ ଜଣ ଲେଖାଏଁ ଓ ବିଧାରପୁର, ଆତିଣ୍ଡା, ଝିଲି, ମାଣିତିରି, ଖଙ୍କର, ନାଟିମା, ବାଲିଗୋ, ଦିଗାମ୍ବରପୁର, କାଟେଣୀ, ନେଉଳପୋଇ, କରମୂଳ, ଦେଓଝର, ମହିମିଗାଦି, ଭାଲିଆପାଟ, ନୂଆଗଡର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ହୋଇଛନ୍ତି ।

ଓଡ଼ାପଡ଼ା ବ୍ଲକର ଓଡାପଡା, ବଦାଳୋ ର ୨ ଜଣ ଲେଖାଏଁ, କାଶିଆଡିହି, ମହେନ୍ଦ୍ରପୁର, ଚାଇଁପୁର, ପୋଡାପଡା, ପଞ୍ଚୁବଟି, ଘଟିପିରି, ଇନ୍ଦିପୁର, ବଉଳପୁର, ନାଧରା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ଭୁବନ ବ୍ଲକର ଜୟପୁର ୨ ଓ କୃଷ୍ଣପୁର, କେଦୁପଡା, ଧଳପଡା, ମୃଦଙ୍ଗା, କୁନିଦାର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
କାମାକ୍ଷାନଗର ବ୍ଲକର କନ୍ତିଓକାଟେଣୀ, ବାଇସିଙ୍ଗାର ୨ ଓ କମଗରା, ନୀଳମାଧବପୁର, ଶୁଣ୍ଢିକାଟେଣୀର ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ।

ଢେଙ୍କାନାଳ ମୁନିସିପାଲିଟିର ଖମାରସାହି, ସିମିଳିଆ ୩ ଲେଖାଏଁ, ଶ୍ଯାମଚରଣପୁର, ଦେଉଳସାହି, ଜୁବୁଲିଟାଉନ, ବନମାଳୀ ପ୍ରସାଦ ର ୨ ଜଣ ଲେଖାଏଁ ଓ କୁଞ୍ଜକାନ୍ତ, ଅମଲାପଡା, ଗଣେଶ ବଜାର, ରିଜର୍ଭ ପୋଲିସ, ଗାନ୍ଧୀ ମନ୍ଦିର ରୋଡ଼, ଆନନ୍ଦ ବଜାର, ଷ୍ଟେସନ ବଜାର, କାଞ୍ଚନ ବଜାର, ଭଗବାନ ପୁର, ଦୁର୍ଗା ବଜାର, ମୀନା ବଜାର, ରାମେଶ୍ବର ପୁର, ଚାନ୍ଦମାରି ସାହିର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ଡ଼ାକ୍ତରଖାନାରେ ଚିହ୍ନଟ ୪ ସଂକ୍ରମିତଙ୍କ ତଥ୍ୟ ମିଳିନଥିବା ବେଳେ
ସୁସ୍ଥ ହୋଇ ଫେରିଛନ୍ତି ୯୦ ଓ ଚିକିତ୍ସାଧୀନ ଅଛନ୍ତି ୧୭୪୬।

new life
You might also like
error: Content is protected !!