News
WhatsApp Image 2023-10-04 at 17.25.00
samparksetu

ଆଜି ଢେଙ୍କାନାଳ ଜିଲ୍ଲାରେ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ, ଘୋଷଣା ହେଲା ୩ ଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍

ଆଜି ଢେଙ୍କାନାଳ ଜିଲ୍ଲାରେ ଆଜି ନୂଆ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଆକ୍ରାନ୍ତଙ୍କ ମଧ୍ୟରୁ ୩୯୭ ଜଣ ଘରୋଇ ସଙ୍ଗରୋଧରୁ ଓ ବାକି ୩୧ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି ।

ପରଜଙ୍ଗ ବ୍ଲକ ଜୟପୁରାକାଟେଣୀର ୮୨ ଜଣ, ବସୋଇର ୧୧ ଜଣ, ଲୋଧଣୀ ୫ ଜଣ, କନ୍ଦରସିଙ୍ଗା, ଶୁଣ୍ଢିକାଟେଣୀର ୪ ଜଣ ଲେଖାଏଁ, ଆମ୍ବପଳାସ ର ୩ ଜଣ, ଅଁଳାକଟାର ୨ ଜଣ ଓ ବଡଝରା, ପଦ୍ମପୋଖରୀ, ସାଆନ୍ଦା, ଚାନ୍ଦପୁର ଗାଁର ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ବ୍ଲକର ବାରସିଙ୍ଗାର ୯୬, ତରକାବେଡା, ମହାଲୁଣ୍ଡା, ଇଶ୍ବରପୁର ଗାଁ ର ୨ ଜଣ ଲେଖାଏଁ ଓ ଝାଡବନ୍ଧ, ଅସରଡା, ରଞ୍ଜାଗୋଳ, ମଧୁପୁର, କଂସରା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି ।

କଙ୍କଡ଼ାହାଡ଼ ବ୍ଲକର ଦଶିପୁର ଗାଁ ର ୨୮ ଜଣ, ବିରିବୁଲେଇର ୬ ଜଣ,  ଚାନ୍ଦପୁର ୮ ଜଣ, ଗଡପଳାଶୁଣୀ ଗାଁ ର ୫ ଜଣ ଲେଖାଏଁ, ମହାବିରୋଡ, କାଠପାଳ ଗାଁ ର ୨ ଜଣ ଲେଖାଏଁ ଓ କନ୍ଧରା, ସୁରପ୍ରତାପପୁ୍ର, ଡୋଲିଆ, ଗୁରୁଜାଙ୍ଗୁଆଳୀ, କୁସୁମୁଣ୍ଡିଆ, ତୋରଡନାଳୀ, ଗତରେଇ, କମ୍ପୁଲେଇ ଗାଁ ର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି ।

ଢେଙ୍କାନାଳ ମୁନିସିପାଲିଟର ଦେଉଳ ସାହି, ଗୁଡିଆନାଳୀ ଅଞ୍ଚଳର ୫ ଜଣ ଲେଖାଏଁ, ମହିଷାପାଟ, କୁଞ୍ଜକାନ୍ତ ଅଞ୍ଚଳର ୪ ଜଣ ଲେଖାଏଁ, ଚନ୍ଦନ ବଜାର, ଚଣ୍ଡିଆସାହି, ଜୁବୁଲି ଟାଉନ ଅଞ୍ଚଳର ୩ ଜଣ ଲେଖାଏଁ, ଆନନ୍ଦ ନଗର, ଶ୍ଯାମଚରଣପୁର, ଟାଉନ ପ୍ଲାନିଙ୍ଗ, ମୀନା ବଜାର,  କାଠଗଡା ଅଞ୍ଚଳର ୨ ଜଣ ଲେଖାଏଁ ଓ ଭଗବାନ ପୁର, କାରିଗରସାହି, ଶାସନ, ହାଟରୋଡ, ବୋରାପଦା, ହାଉସିଂ ବୋର୍ଡ, ପଦ୍ମ ବଜାର, କୋରିଆଁ, ଷ୍ଟେସନ ବଜାର, ମହାବୀର ବଜାର, ବନମାଳୀ ପ୍ରସାଦ, କୁଟୁଣିଆ ନୂଆସାହି, କାଲଟାକ୍ସ, ଦୋଳମଣ୍ଡପ ସାହି, ଖମାରସାହି, କଇଁଥପୋଲିଆ, ରାଧାକୃଷ୍ଣ ବଜାର ଅଞ୍ଚଳର ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସଦର ବ୍ଲକର କଟକମଡା ଖମାର ୫, ତଳବରକୋଟ ୪, ନୂଆଗାଁ, ଗୋବିନ୍ଦପୁର ଗାଁ ର ୩ ଲେଖାଏଁ, କଙ୍କଡ଼ାହାଡ଼, ମେଘତଳବାହାଳି,  ଶଙ୍ଖୁଆ ଗାଁ ର ୨ ଜଣ ଲେଖାଏଁ ଓ ରଞ୍ଜା, ବେଲଟିକିରି, ଶଙ୍କରପୁର, ବାଲ୍ଯାମ୍ବା, ଟାଟା ପାଓ୍ବାର, କେଉଟବେରେଣୀ, କାଙ୍କଡପାଳ, ଜୟପୁରାକାଟେଣୀ, ପତ୍ରଭାଗ, ବଳଭଦ୍ର ପୁର, ମହୁଲପଡା, ବରଦା, ମଙ୍ଗଳପୁର, ରଞ୍ଜାଗୋଳ, ବିରାଡିଆ, କୋଇଲିପଙ୍ଗି, ଧିରପାଟଣା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ଗଁଦିଆ ବ୍ଲକର ଆତିଣ୍ଡା ୫, ଦଧିସିଙ୍ଗା, ଚିତଲପୁର ଗାଁ ର ୨ ଜଣ ଲେଖାଏଁ, ନୂଆଗଡ, ଗୋପାଳପ୍ରସାଦ, ରାଇପୁର, ନେଥେକା, ମଞ୍ଜୁରିପଡା, ବାଇଁସିଆ, କରଡାବଣି ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ଓଡ଼ାପଡ଼ା ବ୍ଲକର ମହେନ୍ଦ୍ର ପୁର, ମୋଟଙ୍ଗା ଗାଁ ର ୨ ଜଣ ଲେଖାଏଁ ଓ ଓଡାପଡା, ସିମିନଇ, ବଳରାମ ପୁର, କାଶିଆଡିହି, ସଦାଶିବପୁର, ସିରିଡି, ମାଣପୁର ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

କାମାକ୍ଷାନଗର ବ୍ଲକର ସିବୁଳାପଶି ର ୨ ଜଣ, କନ୍ତିଓକାଟେଣୀ, ମାଳପୁରା, ବଡଶୁଆଁଳୋ, କିଆପତିନି, ତୁମୁଁସିଙ୍ଗା, କନ୍ତିଓପୁଟସାହି ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।
ଭୁବନ ବ୍ଲକର ଓଡିଶ, ସୁରପ୍ରତାପପୁର, କଇରାନାଳୀ ଗାଁ ର ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, କାମାକ୍ଷାନଗର ଏନଏସିର ୭ ଓ ଭୁବନ ଏନଏସିର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଡାକ୍ତରଖାନାରୁ ଚିହ୍ନଟ ୬ ଜଣ ସଂକ୍ରମିତଙ୍କ ତଥ୍ୟ ମିଳିପାରି ନାହିଁ ।

ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କ  କରୋନା ଜନିତ ମୃତ୍ୟୁ ଘଟିଥିବା ବେଳେ, ଅନ୍ୟପଟେ ଜିଲ୍ଲାରେ ସୁସ୍ଥ ହୋଇ ଫେରିଛନ୍ତି ୯୧ ଓ ଚିକିତ୍ସିତ ହେଉଛନ୍ତି ୩୨୬୧ ।

ସେହିପରି ସଂକ୍ରମଣ ଚେନ୍ ଭାଙ୍ଗିବାକୁ ପରଜଙ୍ଗ ବ୍ଲକ ଅନ୍ତର୍ଗତ ଜୟପୁରା କାଟେଣି ଗ୍ରା:ପ ଅନ୍ତର୍ଗତ ଜୟପୁରା ଗ୍ରାମ, ବାସୋଇ ଗ୍ରାମ, ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାର୍ଷିଙ୍ଗା ଗ୍ରାମ, କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଦସିପୁର ଗ୍ରାମକୁ ୪. ୦୬. ୨୦୨୧ ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଜିଲ୍ଲାପାଳ ଘୋଷଣା କରିଛନ୍ତି ।

new life
You might also like
error: Content is protected !!