News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୧୧୭ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର କେତେ

ରାଜ୍ୟରେ ଦିନକରେ ୯ ହଜାର ୯୫୪୧ ପଜିଟିଭ୍ ଚିହ୍ନଟ , ୨୪ ଘଣ୍ଟାରେ ୩୩ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୪୨ ଆକ୍ରାନ୍ତ ଚିହ୍ନଟ, ଢେଙ୍କାନାଳ ଜିଲ୍ଲାରୁ ୧୧୭ ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ଘରୋଇ ସଙ୍ଗରୋଧରୁ ୯୪ ଏବଂ ଚିକିତ୍ସାଳୟ ରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି ।

ଆକ୍ରାନ୍ତଙ୍କ ମଧ୍ୟରୁ ଗଁଦିଆ ବ୍ଲକ ବାରଦା ରୁ ୪, ଗଁଦିଆ ପାଟଣା ୩, ପିଙ୍ଗୁଆ, କାଲୁରିଆ ରୁ ୨ ଲେଖାଏଁ ଏବଂ ଯୋରନ୍ଦା, ଯାଉଳିବନ୍ଧ, କାବେରା, କାଠପାଳ, ମହୁଲଖୋଳି, ମକୁନ୍ଦପୁର, ନେଉଳପୋଇ, ନୂଆଗାଁ, ଆମ୍ଭ ବାହାଳି, ଅଙ୍କୁରଦା, ଆତିଣ୍ଡା, ବଜୁରିଆ, ବିରିଖୁଣ୍ଟି ଓ ଦେଓଗାଁ ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ବ୍ଲକ ୨୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ରଞ୍ଜାଗୋଳ, ଗଞ୍ଜରା,
କୂରମିଠା ରୁ ୨ ଜଣ ଲେଖାଏଁ, ଚିତ୍ତଳପୁର ରୁ ୩, ମାଧ୍ୟୟର, ଦୁଦୁରକୋଟ, କୁକୁଟା, ଗିରଧରପ୍ରସାଦ,ସଂଯପଡା, ଦୁଲ୍ଲଭପୁର, ନୂଆ, ଝାରବେଡା, ଗୁଲହେଇ, ବାଙ୍କିଡି, ରାସୋଳ ନୂଆ ପାଟଣା, ଗିରିଧର ପ୍ରସାଦ, , ବାନ୍ଧଭୂଇଁ, କପିସାହି, ରାସୋଳ ଗୁହାଳିପାଳ ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସଦର ବ୍ଲକ ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ରାଧାଦେଈ ପୁର, କୁରୁମଟାଙ୍ଗ, ନାଗିଆପଶି ରୁ ୨ ଲେଖାଏଁ, ଦହିମାଳ, କଙ୍କଡ଼ାପାଳ, ନଡିଆଳି, ଚାଉଳିଆ, ହରେକୃଷ୍ଣ ପିର, ଗୋହିରାଖାଲ, ରଞ୍ଜା , ବାରଦା, ଜହ୍ନିତଇଳା, କଟାକମଡ଼ ଖମାର, ଗୋବିନ୍ଦପୁର, ଖମାର ରୋଡ଼, ତାଳବର କୋଟ, ଦେଓପଡା ଓ ଡ଼ଲକା ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ ମୁନିସିପାଲଟି ର କାଞ୍ଚନ ବଜାର ରୁ ୩, ଜବାହାର ଚୌକ ୨ ଓ ବନମାଳୀ ପ୍ରସାଦ , ଭାଗିରଥି ବିହାର, ଦକ୍ଷିଣ କାଳୀ ରୋଡ଼ , ପଦ୍ମ ବଜାର ଓ ସିମିଳିଆ ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କାମାକ୍ଷାନଗର ଏନଏସି ର ୱାର୍ଡ ନମ୍ବର ୮ ରୁ ୮ ଜଣ ଓ ୨ ଜଣ ଜିରିଡାମାଳିରୁ ଚିହ୍ନଟ ହୋଇଥିବାବେଳେ, କଙ୍କଡ଼ାହାଡ଼ ବ୍ଲକ କାଠପାଳ ରୁ ୩, ଖଜୁରିଆ , ଝଟିକିପିସି, ଚଢେଇରଗଡା, ଗତରେଇ, ହଳଦୀକୁଣ୍ଡି ଓ ଗଡ଼ପଳାଶୁଣି ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପରଜଙ୍ଗ ବ୍ଳଜ ୩ ଆକ୍ରାନ୍ତ ଙ୍କ ମଧ୍ୟରୁ ଗେଲହେଇ କାଟେଣି, ଖଇରାପସି ଓ ଚନ୍ଦନପୁରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ାପଡା ବ୍ଲକ ର ଗାଙ୍ଗୁରସିଂ, ଝାରଗାଡ଼ିଆ ଓ ଖଡ଼ଗପ୍ରସାଦ ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନ ବ୍ଲକ ମଠକରଗୋଳା, ବଳଭଦ୍ର ପାଟଣା ଓ ପଳାସ ପିଠିଆରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ହିନ୍ଦୋଳ ଏନଏସି ଓ ଅମଲାପଡା, ହରିହାଟ ଓ ଏସଡିଏଚ ହିନ୍ଦୋଳ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ , କାମାକ୍ଷାନଗର ବ୍ଲକ କୋଟଗର ଓ ସୋଗର ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଅନ୍ୟ ହସ୍ପିଟାଳରୁ ୩ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଜିଲ୍ଲାରେ ୧୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି ।

new life
You might also like
error: Content is protected !!