News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୪୦୭ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ ୮୩୧୩ ପଜିଟିଭ ଚିହ୍ନଟ, ସଙ୍ଗରୋଧରୁ ୪୬୫୫, ସ୍ଥାନୀୟ ଅଞ୍ଚଳରୁ ୩୬୫୮ । ସେହିପରି ଢେଙ୍କାନାଳ ଜିଲ୍ଲାରେ ୪୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୩୯୮ ଜଣ ଘରୋଇ ସଂଙ୍ଗରୋଧରୁ ଓ ୯ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି ।

କାମାକ୍ଷାନଗର ବ୍ଲକରୁ ସର୍ବାଧିକ ୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲିଗୋରଡ ଗାଁ ର ୩୯ ଜଣ, ଖଟଖୁରା ୧୧ ଜଣ, ମାଳପୁରାରୁ ୫ ଜଣ, ଅଁଳାବେରେଣୀ, ନୂଆପାଣିରୁ ୪ ଜଣ ଲେଖାଏଁ, ବାଇସିଙ୍ଗାରୁ ୩ ଜଣ, କନ୍ତାରିପାଟ, କନ୍ତିଓକାଟେଣୀ, ଶୁଣ୍ଢିକାଟେଣୀ, ନୂଆମହୁଲି, ଦଧିଖାଇ, କାନପୁରାରୁ ୨ ଜଣ ଲେଖାଏଁ ଓ ବାଉଁଶ ପାଳ, ଭାଗିରଥି ପୁର, ବୋଲୁଅ, ତୁମୁଁସିଙ୍ଗା, ଚାଉଳିଆ, ସୋଗର, କୋଟଗରା, କାଦୁଆ, ମହୁଲପାଳ, ଆଳୁତମା, କୁଶିଆ, ଓରିଙ୍ଗା, ଖୋକସା, ଖଟଖୁରା, ଗଦାଶିଳା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି ।

ଭୁବନ ବ୍ଲକ ଦଳପଡା ର ୩୪, ମୁରୁଗା ୧୪, ପାଟପୁର ୬, ଗୋଡା ୪, ଓଡିଶା ୩, ନୀଳକଣ୍ଠ ପୁର, ବାଲିଝାଟି, ପଳାସପିଠିଆ, ଯମୁନାକୋଟ ଅଞ୍ଚଳର ୨ ଜଣ ଲେଖାଏଁ ଓ ବାମୁଆ, ବାରୁଆଁ, ବାଲିସାହି, ବାଉଁଶ କଣା, ରେଣ୍ଡାପାଟଣା, ନୂଆଜିରାଳ, ଅନଳ, ମହୁଲପାଳ, କାଇଁସିରି, ଜିରାଳ, ଖୁରୁସିଆ, ଦୟଣାବିଲର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ଓଡ଼ାପଡ଼ା ବ୍ଲକର ଘଟିପିରିର ୧୫, ବୃନ୍ଦାବନ ପୁର ୧୧, ଓସ୍ତପାଳ ୧୦, କାଣ୍ଡବିନ୍ଧା, ଦୁର୍ଗାପୁର ୫ ଜଣ ଲେଖାଏଁ, ଖଡଗପ୍ରସାଦ, କଳାଙ୍ଗ, କମଳାଙ୍ଗ, ବଳରାମ ପୁର, ଗୁଣଦେଇ ଗାଁ ର ୨ ଜଣ ଲେଖାଏଁ ଓ ଦୀନବନ୍ଧୁ ପୁର, ବଉଳପୁର, ଅଁଳାବେଢା, କୋତମ, ମହିଧରପୁର, ଗୋବିନ୍ଦପ୍ରସାଦ, ରାଣିପାଳ, ସିମିନଇ ଡିକେକେ, ସଦର ଥାନା, ଗଦାଶିଳା, ବାଙ୍ଗୁରୁସିଙ୍ଗ, ରସାସିଙ୍ଗ, ଗୁଣ୍ଡିଚାପଡା, ମହିଧରପୁର ଗାଁ ର ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ ମୁନିସିପାଲିଟର ଦେଉଳ ସାହି ୧୨, ଗୁଡିଆନାଳି ୫, ବନମାଳୀ ପ୍ରସାଦ ୪, ସିମିଳିଆ, ଦୁର୍ଗା ବଜାର ର ୩ ଜଣ ଲେଖାଏଁ, କାଲଟାକ୍ସ, ଚଣ୍ଡିଆସାହି, କାରିଗରସାହି, ହାଟରୋଡ, ଦକ୍ଷିଣକାଳୀ, ମାଣ୍ଡପାସାହି, ଭାଗିରଥି ପୁର ଅଞ୍ଚଳର ୨ ଜଣ ଲେଖାଏଁ ଓ ଅମଲାପଡା, ଭଗବାନପୁର, ଭାଗିରଥି ବିହାର, ଗାୟତ୍ରୀ ନଗର, କଇଁଥପୋଲିଆ, କାଞ୍ଚନ ବଜାର, କଣ୍ଟାନାଳୀ, କାରିଗରସାହି, କୋରିଆଁ, କୁଞ୍ଜକାନ୍ତ, ମୀନ ବଜାର, ପଦ୍ମବଜାର, ରାଧାକୃଷ୍ଣ ବଜାର, ଷ୍ଟେସନ ବଜାର, ଟାଉନପ୍ଲାନିଙ୍ଗ, ବାଜିଚୌକ ଅଞ୍ଚଳର ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସଦର ବ୍ଲକର କଟକମଡା ଖମାର, ନଡିଆଳିର ୬ ଜଣ ଲେଖାଏଁ, ତାଳବରକୋଟ, ଶଙ୍ଖୁଆ, ମଙ୍ଗଳପୁର ଗାଁ ର ୪ ଜଣ ଲେଖାଏଁ, ପତ୍ରଭାଗ, ନମିଚିରା, ନାଗିଆପଶି ଗାଁ ର ୩ ଜଣ ଲେଖାଏଁ, ପାରିଖେଦ, ଗେଙ୍ଗୁଟିଆ ଗାଁ ର ୨ ଜଣ ଲେଖାଏଁ ଓ ବାରଦା, ଭୁଇଁପୁର, ଦାମୋଦରନାଳି, ଗୋବିନ୍ଦପୁର, ନରଣପୁର, ସଦେଇବେରେଣୀ, ନୂଆଗାଁ, ଦୁର୍ଗାପ୍ରସାଦ, ଜହ୍ନିତୈଳା, କାଉଚି, କୁରୁମଟାଙ୍ଗର ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ହିନ୍ଦୋଳ ବ୍ଲକର କୁକୁଟା, ଗୁଳେହିର ୨ ଜଣ ଲେଖାଏଁ ଓ ଗଞ୍ଜରା, କଡଲା, କମୁଣ୍ଡିଲି, ନୂଆକୋଟ, ପଠାଣିପାଟ, ନୂଆ, ବାଲିକିଆରି, ଜରଡା, ଦୁଦୁରୁକୋଟ, ବାଙ୍କିଡି ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ଗଁଦିଆ ବ୍ଲକର ପିଙ୍ଗୁଆର ୩ ଜଣ, ବଜୁରିଆ ର ୨ ଜଣ, ନେଉଳପୋଇ, ଗୋରଡାପାଳ, ଯୋରନ୍ଦା, କାଲୁରିଆ, ଦେଓଗାଁ, ପୁରୁହଖୋଜ ଗାଁ ର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ହିନ୍ଦୋଳ ଏନଏସିର ନୂଆପାଟଣା ର ୨ ଜଣ, ରିଧାନାଥପୁର, ଶରଧାପୁର, ଧୁଣ୍ଡିନାଳି, ରାଜମୋହନପୁର, ଗୋପାଳପୁର, କମଣ୍ଡଳି, ବରଡାପାଳ ଅଞ୍ଚଳର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ପର୍ଜଙ୍ଗ ବ୍ଲକର କନ୍ଦରସିଙ୍ଗା, ରଙ୍ଗଥଳୀ, କନ୍ତାରିପାଟ, ରାହାବେରେଣୀ ଗାଁ ର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି। କଙ୍କଡ଼ାହାଡ଼ ବ୍ଲକର ଖଜୁରିଆ ର ୩ ଜଣ ଓ ଶୀତଳ ବସାର ଜଣେ ସଂକ୍ରମିତ ଅଛନ୍ତି ।

କାମାକ୍ଷାନଗର ଏନଏସିର ୧୨ ଜଣ ଓ ଡାକ୍ତରଖାନାରୁ ୪ ଜଣ ଚିହ୍ନଟଙ୍କ ତଥ୍ୟ ହସ୍ତଗତ ହୋଇପାରିନାହିଁ। ସମୁଦାୟ କରୋନା ପରୀକ୍ଷା ୧୬୮୩ ଜଣଙ୍କୁ ପରୀକ୍ଷା କରାଯାଇ ଥିଲା। ସଂକ୍ରମିତଙ୍କ ମଧ୍ୟରୁ ୧୨୦ ଜଣ ସୁସ୍ଥ ହୋଇଛନ୍ତି ଓ ୩୬୧୮ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି।

new life
You might also like
error: Content is protected !!