News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୧୧୪ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ ୨୪ ଘଂଟାର କରୋନା ମିଟର : ୩୬୩୧ ନୂଆ ପଜିଟିଭ ଚିହ୍ନଟ; ସଂକ୍ରମଣ ହାର ୫. ୭୨%, ସାମାନ୍ୟ କମିଲା ମୃତ୍ୟୁ,ଢେଙ୍କାନାଳ ଜିଲ୍ଲାରୁ ୧୧୪ ନୂଆ ଆକ୍ରାନ୍ତ ଚିହ୍ନଟ । ଚିହ୍ନଟ ଙ୍କ ମଧ୍ୟରୁ ୯୮ ଜଣ ଘରୋଇ ସଙ୍ଗରୋଧ ରୁ ଏବଂ ମେଡ଼ିକାଲ ରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁଯାୟୀ ସଦର ବ୍ଲକ ୧୯ ଜଣ ଆକ୍ରାନ୍ତ ଙ୍କ ମଧ୍ୟରୁ ପର୍ବତିଆରୁ ୨, କମଢେଉକୋଟ ଓ ବାଲିଅମ୍ବାରୁ ୨ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଖଳିଆ ବନ୍ଧ, ଜହ୍ନିତିଇଳା, ମାଣିପୁର, ଗୋବିନ୍ଦପୁର, ସଦେଇବେରେଣି, ବନ୍ଧ ନୂଆଗାଁ, ତରଭା, ମଧୁସାହୁପାଟଣା, ରାଧାଦେଇପୁର, ଦେଓପଡା, ତାଳବରକୋଟ, ହରିଡ଼ାପଶି ଓ ବିରାଡ଼ିଆରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ ପୌରପାଳିକାର ବନମାଳୀ ପ୍ରସାଦ, ଗୁଡ଼ିଆନାଳି, ଷ୍ଟେସନ ବଜାର ଓ ଶାମାଚରଣପୁର, ହାଟରୋଡ଼ ରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ସେହିପରି ହାଟରୋଡ଼, ଭଗବାନ ପୁର, ଦୋଳମଣ୍ଡପ ସାହି, କାଞ୍ଚନ ବଜାର, ବୋରାପଦା, ମହାବୀର ବଜାର, ଚନ୍ଦନ ବଜାର, କାଲଟାକ୍ସ ଓ ଷ୍ଟେସନ ବଜାରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

କଙ୍କଡାହାଡ଼ ବ୍ଲକ ଡୋଲିଆ ରୁ ୧୦, ମହାବିରୋଡ଼ ରୁ ୬, ବାମ ରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ, ହିନ୍ଦୋଳ ବ୍ଲକ ବେଡାପଡା ରୁ ୯, ଜାମୁଚକଡ଼ା ରୁ ୨, ନନ୍ଦନପୁର , କୁମୁରସିଙ୍ଗା, ବାଙ୍କିଟିଆ, କପିସାହି, ଜୟପଙ୍ଗା ଓ ନିମବାହାଳୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । କାମାକ୍ଷାନଗର ବ୍ଲକ ୧୧ ଚିହ୍ନଟ ଙ୍କ ମଧ୍ୟରୁ ସୋଗର, ଜକା ରୁ ୨ ଲେଖାଏଁ ଓ ରଗଡିପଡା, କଣ୍ଟାପାଳ, କାଦୁଆ, ଆମ୍ବବୋଳ, ବାଇସିଙ୍ଗା, ଯୋଡିଦିହି ଜାମୁଝର ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଓଡ଼ାପଡା ବ୍ଳଜ ଇନ୍ଦିପୁର ରୁ ୩, ଖୁଣ୍ଟିଝରି ରୁ ୨, ଖଡ଼ଗପ୍ରସାଦ , ଲୁଣି, ମୁଳିସିଂ ଓ ପସାସିଂ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ପରଜଙ୍ଗ ବ୍ଳକ କୁମୁସି ଓ ଦୋମୁହାଣି ରୁ ୨ ଲେଖାଏଁ, ରଙ୍ଗଥାଳି ଓ କୁଲେଇ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି ଗଁଦିଆ ବ୍ଲକ ଯୋରନ୍ଦା, ବୃନ୍ଦାବନପୁର, ଇଲେଇଜଙ୍ଗ, ଗଁଦିଆ, ଗୋପାଳପୁର ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ, ଭୁବନ ବ୍ଲକ ଆଦିପୁର ରୁ ୨,କିଙ୍ଗୋଳ ରୁ ୧, ହିନ୍ଦୋଳ ଏନେସିରୁ ୪, କାମାକ୍ଷାନଗର ଏନଏସି ରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଚିକିତ୍ସାଳୟରୁ ୩ ଜଣ ଚିହ୍ନଟ ହୋଇଛନ୍ତି ।

ଓଡ଼ାପଡା ବ୍ଳକ ମୋଟଙ୍ଗା ଗ୍ରାମର ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କ କରୋନା ଜନିତ ମୃତ୍ୟୁ ଘଟିଥିବା ବେଳେ ଜିଲ୍ଲାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫୫ ରେ ପହଁଚିଛି । ଅନ୍ୟପଟେ ଜିଲ୍ଲାରେ ୧୩୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜିଲ୍ଲାରେ ସମୁଦାୟ ସୁସ୍ଥ ଙ୍କ ସଂଖ୍ୟା ୧୪୪୮୮୮ ରେ ପହଁଚିଥିବା ବେଳେ ୧୫୪୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

new life
You might also like
error: Content is protected !!