News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୨୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଘୋଷଣା ହେଲା ୨ଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ

ରାଜ୍ୟରେ ୧୦ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ ହଜାର ୬୪୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୫୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଢେଙ୍କାନାଳ ଜିଲ୍ଲାରେ ୨୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି , ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୭୮୧୧ ରେ ପହଁଚିଛି । ଆଜିର ଆକ୍ରାନ୍ତ ଙ୍କ ମଧ୍ୟରୁ ୧୯୫ ଜଣ ଘରୋଇ ସଙ୍ଗରୋଧ ରୁ ଓ ୨୫ ଜଣ ମେଡ଼ିକାଲ ରୁ ଚିହ୍ନଟ ହୋଇଛନ୍ତି ।

ସଂକ୍ରମଣ ଚେନ ଭାଙ୍ଗିବାକୁ ଜିଲ୍ଲାପାଳ ଶ୍ରୀ ଭୁମେଶଚନ୍ଦ୍ର ବେହେରା ଗଁଦିଆ ବ୍ଲକ ମନ୍ଦାର ଗ୍ରା:ପ ଅନ୍ତର୍ଗତ ଚିତ୍ତଳପୁର ଓ ବିଜୟ ନଗର କୁ ଆଜିଠାରୁ ୭୨ ଘଣ୍ଟା ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ ଆକ୍ରାନ୍ତଙ୍କ ମଧ୍ୟରୁ ଗଁଦିଆ ବ୍ଲକ ଚିତ୍ତଳପୁରରୁ ୭, ବିଜୟନଗରରୁ ୩, ପଞ୍ଚକେନ୍ଦୁ, ରାୟପୁର ମନ୍ଦାର, ଯୋରନ୍ଦା, ନେଉଳପୋଇ, ବିଧାରପୁର, ଡଲ୍ଳାର, ଚିରୁଳେଇ ଓ ଝିଲି ରୁ ୨ ଜଣ ଲେଖାଏଁ, କାଲୁରିଆ, ବୃନ୍ଦାବନପୁର, ବାଉଁସବେରଣୀ, ଡଲ୍ଳାର ମନ୍ଦାର, ନବକିଶୋରପୁର, ଦିଗମ୍ବରପୁର, ଅଂକୁରଦା, ନିହଳପ୍ରସାଦ, ପିଙ୍ଗୁଆ, ଲେଥେକା ଏବଂ ଖଂକିରା ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସଦର ବ୍ଲକ ୩୬ ଜଣଙ୍କ ମଧ୍ୟରୁ କାଇମାଟିରୁ ୭, ଗହମଖୁଣ୍ଟି , ହରେକୃଷ୍ଣପୁର ଓ ଛଣବୋଲୁଅ ରୁ ୩ ଜଣ ଲେଖାଏଁ ଏବଂ ଗୋବିନ୍ଦପୁର ଓ ସଁସେଇଲୋ ରୁ ୨ ଜଣ ଓ ମଣ୍ଡାପାଳ, ବିମ୍ବଳୋ, ଗୋହିରାଖାଲ, ତରଭା, ବିରାଡ଼ିଆ, ଦାମୋଦରନାଳୀ, ଦୁର୍ଗାପ୍ରସାଦ, ନାଗିଆପସି, ଜହ୍ନିତଇଳା, ରଥପଦା, ଗୋବିନ୍ଦପୁର, ତାଳବରକୋଟ, ଗାୟତ୍ରୀ କନଷ୍ଟ୍ରକସନ, ବିମ୍ବୋଳ, ବଣସିଂହ ଓ ରାଣିପାଳ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି ଓଡ଼ାପଡା ବ୍ଲକ ଅନ୍ତର୍ଗତ ନିମିଧା ରୁ ୬ ଜଣ, ଚାଇଁପୁରରୁ ୪ ଜଣ, ଇନ୍ଦିପୁର ଦୁର୍ଗାପୁର, ବଳରାମପ୍ରସାଦ , ଗୁଡ଼ିଆକାଟେଣି, ସଦାଶିବପୁର ଓ ଘୋଡାଡିଆଁ ରୁ ୨ ଜଣ ଲେଖାଏଁ ଓ କୋରିଆପାଳ, ବଦଳୁ, ମେରାମୁଣ୍ଡଳୀ, ଶଙ୍କରପ୍ରତାପ ପୁର, ଏମଜିଏମ ହୋଟେଲ, ଶିବପୁର, ନଗ।ରୀ, ଉପେରପାଳ, ତାଳଡ଼ଙ୍ଗା, ସଦର ପିଏସ, ନାଧରା, ସାନବଉଳପୁର, ମୃଦଙ୍ଗାପଲି ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଢେଙ୍କାନାଳ ମୁନିସିପାଲଟି ର ୩୧ ଜଣଙ୍କ ମଧ୍ୟରୁ ବାଜିଚୌକ ରୁ ୪, ମିନାବଜାର ଓ ଦେଉଳସାହି ରୁ ୩ ଲେଖାଏ, କୋରିଆଁ, ଟାଉନପ୍ଲାନିଂ, ଗୁଡ଼ିଆନାଳୀ, ଦୁର୍ଗାବଜାର, ମହିଷାପାଟ ରୁ ୨ ଜଣ ଲେଖାଏଁ ଓ ମହିଷାପାଟ, ଜବାହାରଚୌକ, ଆରପି ଲେନ, ଶାମାଚରଣପୁର, ହାଟରୋଡ଼, ଗଣେଶବଜାର, ଲକ୍ଷ୍ମୀବଜାର, ଦକ୍ଷିଣକାଳୀ ଓ କାଲଟାକ୍ସ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ବ୍ଲକ ନୂଆବଗରୁ ୫, ଗିରିଧରପ୍ରସାଦ , ବହାଲୁଣ୍ଡା ରୁ ୪ ଜଣ ଲେଖାଏଁ, କାରନ୍ଦା ରୁ ୩ , ଝରବେଡା, କୃଷ୍ଣଚନ୍ଦ୍ରପୁର, ନୂଆକିଆରୀ, ବେଢ଼ାପାଳ, ବେରୁଆଁପାଳ, ଛୋଟପଡା, ମାଡୁଆନୂଆସାହି, ଗୋପାଳପୁର, ଦୁଦୁରକୋଟ, କରଣପୁର, କଣ୍ଟାମିଲ, ଗଞ୍ଜରା, ସୋରଟା, ଘୋଡାଡିଆଁ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

କାମାକ୍ଷାନଗର ବ୍ଲକ କନ୍ତିଓକାଟେଣି , କାନପୁର ରୁ ୩ ଲେଖାଏ, ସମତଙ୍ଗୀ ଓ ଅଁଳାବେରଣୀ ରୁ ୨ ଲେଖାଏ ଏବଂ ତୁମୁସିଂହା, କନ୍ତିଓପୁଟସାହି, ଭୈରପୁର, ମହୁଲପାଳ, କାମାକ୍ଷାନଗର, ଶିବୁଳାପଶି, ବଡ଼ସୁଆଁଳ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

କାମାକ୍ଷାନଗର ଏନଏସି ର ୧୧ ଜଣଙ୍କ ମଧ୍ୟରୁ କାମାକ୍ଷାନଗର ରୁ ୪, ମୁଣ୍ଡିଦେଉଳି , ଅନନ୍ତପୁର ଓ ଜିରିଡାମାଳି ରୁ ୨ ଲେଖାଏ ଏବଂ ନୂଆ ଆଳୁତୁମା ରୁ ଜଣେ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ଏନଏସି ନୂଆପାଣିସାହି ରୁ ୩, ପାଟଣା ରୁ ୨, ଶରଧାପୁର ଓ ଏସଡିଏଚ ହିନ୍ଦୋଳ ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭୁବନ ବ୍ଲକ କେନ୍ଦୁଢ଼ିପ ରୁ ୨, ସରଦେଇପୁର ଓ ମୃଦଙ୍ଗାପଲ୍ଲୀ ରୁ ୧ ଲେଖାଏ ଓ ଭୁବନ ଏନଏସି ରୁ ୪ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି କଙ୍କଡ଼ାହାଡ଼ ବ୍ଲକ ଦେହୁରିହାଟ ଓ କଙ୍କଡାହାଡ଼ ରୁ ଜଣେ ଲେଖାଏ ଓ ପରଜଙ୍ଗ ବ୍ଲକ ସାଆନ୍ଦା ରୁ ଇ ଅବ୍ୟ ମେଡ଼ିକାଲ ରୁ ୪ ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ୮୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଫେରିଥିବା ବେଳେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୬୩୪୯ ରେ ପହଁଚିଛି ।

new life
You might also like
error: Content is protected !!