News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୧୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ କରୋନା ସର୍ବାଧିକ ରେକର୍ଡ ସ୍ତରରେ ପହଁଞ୍ଚି ଅଛି। ସବୁ ଜିଲ୍ଲା ଗୁଡିକର ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ଛୁଇଁଛି। କେବଳ ଖୋର୍ଦ୍ଧା ଜିଲ୍ଲାର ୨୨୦୧ ଜଣ ଚିହ୍ନଟ ହୋଇଥୁବା ବେଳେ ସୁନ୍ଦରଗଡ଼, କଟକ, ଅନୁଗୋଳ, ବରଗଡ଼ ଓ ବାଲେଶ୍ଵର ଜିଲ୍ଲାଗୁଡିକରେ ବୃଦ୍ଧି ପାଇଛି। ଢେଙ୍କାନାଳ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୭୪ । ସେମାନଙ୍କ ମଧ୍ୟରୁ ୧୫୭ ଘରୋଇ ସଂଙ୍ଗରୋଧରୁ ଓ ବାକି ୧୭ ଜଣ ଡାକ୍ତରଖାନାରେ ଚିହ୍ନଟ ହୋଇଛନ୍ତି ।

ଭୁବନ ବ୍ଲକର ୩୧ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜିରାଳ ରୁ ୫, ବାଲାଜୀ କ୍ଯାମ୍ପର, ଗୋରଡିଆ, ଓଡିଶା ର ୪ ଜଣ ଲେଖାଏଁ, ଯମୁନାକୋଟର ୩ ଓ ବଡ଼ବିଲ, ମଠନୂଆଗାଁ, ମଠକରଗୋଳା, ଦୀଘି, କଇରାନାଳି, ମୁଗୁପଡା , ଅନନ୍ତପୁର, କିଙ୍ଗୋଳ, ଧଳପଡା, ସୁରପ୍ରତାପପୁର, ବସୁଦେଇପୁର ର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

କଙ୍କଡ଼ାହାଡ଼ ବ୍ଲକର କୀର୍ତ୍ତନପୁର ୮ ଜଣ, ବାଟଗାଁରୁ ୬, କଣ୍ଟାପାଳ ୪, କଙ୍କଡ଼ାହାଡ଼, ଗୋବରି ର ୨ ଲେଖାଏଁ ଓ କଣ୍ଟାପାଳ କଲୋନୀ, ଖଡ଼ ୟୁକୋ ବ୍ୟାଙ୍କ, ରହଣୀ, ରୋଡଙ୍ଗ, ଗଡପଳଶୁଣୀ ର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଓଡ଼ାପଡ଼ା ବ୍ଲକ ନୀଳାମ୍ବରପୁର ୫, ସିମିନଇ, ପୋଡାପଡା ୪ ଲେଖାଏଁ, ଦିନବନ୍ଧୁ ପୁର, ଇନ୍ଦିପୁର ୩ ଲେଖାଏଁ, ସାଇଁବିରି, ଏକଘରିଆ ୨ ଲେଖାଏଁ ଓ କାଣ୍ଡବିନ୍ଧା, ମୂଳିସିଂ, ମହେନ୍ଦ୍ରପୁର, ଝାରଗାଡିଆର ଜଣେ ଲେଖାଏଁ ମୋଟ ୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ ମୁନିସିପାଲିଟିର ହାଉସିଙ୍ଗିବୋର୍ଡ ରୁ ୫, ମୀନା ବଜାର ୩, ଓ ଭଗବାନ ପୁର, ଟାଉନପ୍ଲାନିଙ୍ଗ, କାଲଟାକ୍ସ, ମହିଷାପାଟ, କୁଞ୍ଜକାନ୍ତ, ମାଣ୍ଡପାସାହି, ରଥଗଡା, ଷ୍ଟେସନ ବଜାର, ଅମଲାପଡା, ଗଣେଶ ବଜାର, ଗୁଡିଆନାଳି, ଖମାର ସାହି, ଜୁବୁଲି ଟାଉନ ର ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସଦର ବ୍ଲକର ଗୋବିନ୍ଦପୁରରୁ ୩, ଭାପୁରରୁ ୨ ଓ ଶାଳପଡା, ଭାଗିରଥିପୁର, ଟଭାପାଳ, ଗେଙ୍ଗୁଟିଆ, ସିଏଚସି ବେଲଟିକିରି, ସୋଗରପଶି, କାଇମାଟି, ସାରିଅଁ, ବାରଦା, ମାଣିପୁର, ତାଳବରକୋଟର ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

କାମାକ୍ଷାନଗର ବ୍ଲକର ଶ୍ରୀମୂଳା, ବାରୁଆଁରୁ ୩ ଜଣ ଲେଖାଏଁ, ଖଟୁଆହତାର ୨ ଜଣ, ଓ ସୋଗର, କାଦୁଆ, ଯୋଗୀଡିହି, ଖୁଣ୍ଟବାବାଟି, ବୋଲୁଅ, ବାଙ୍ଗୁରୁ ଓ କାନପୁରାର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ଏନଏସି ନୂଆପାଣିସାହି ଓ ନୂଆପାଟଣା ରୀ ୪ ଲେଖାଏଁ, ପୁରୁଷୋତ୍ତମପୁର, ରାଜମୋହନପୁର, ଶରଧାପୁର, ମଧୁବନ ଓ ଆଳୁସିଂ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ବ୍ଲକର କନ୍ତାମିଲା, ଦୁଦୁ୍ରକୋଟର ୨ ଜଣ ଲେଖାଏଁ ଓ ନୂଆକିଆରି, ରାସୋଳ, ବାରସିଙ୍ଗା, ମାଧପୁର, ପଞ୍ଚୁପଡାର ଜଣେ ଲେଖାଏଁ ମୋଟ ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କାମାକ୍ଷାନଗର ଏନଏସିର ୫ ଜଣ, ଭୁବନ ଏନସିର, ପରଜଙ୍ଗ ବ୍ଲକର ସରାଙ୍ଗ, ଗଁଦିଆ ବ୍ଲକର ଗଁଦିଆପାଟଣାର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ଏହା ଛଡ଼ା ଡାକ୍ତରଖାନାରେ ୬ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଜିଲ୍ଲାରେ ୪୭ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୫୬ରେ ପହଞ୍ଚିଛି ।

new life
You might also like
error: Content is protected !!