News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୪୩ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ ପଜିଟିଭ୍ ଚିହ୍ନଟ , ୩୭ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୭ ଏବଂ ଢେଙ୍କାନାଳ ଜିଲ୍ଲାରୁ ୪୩ ପଜିଟିଭ୍ ଚିହ୍ନଟ ।

ସୂଚନା ଅନୁଯାୟୀ ୪୩ ଚିହ୍ନଟ ଙ୍କ ମଧ୍ୟରୁ ଆଣ୍ଟିଜେନ ଟେଷ୍ଟ ଦ୍ୱାରା ଘରୋଇ ସଂଗରୋଧ ରୁ ୨୯, ଏବଂ ମେଡ଼ିକାଲ ରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଙ୍କ ମଧ୍ୟରୁ ସଦର ବ୍ଲକ ର ତାଲବରକୋଟ ରୁ ୩, ରଞ୍ଜା, ଛଣବୋଲୁଅ, ଆଛନ୍ଦ, ମାଣିପୁର, କୋଟପାଳ, ଜହ୍ନିତଇଳା, କାମଢେଉଁକୋଟ, ନାଠୁଆ, ମଙ୍ଗଳପୁର, ରିଦ୍ଧି ଓ ଖଳିଆ ବନ୍ଧ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି ହିନ୍ଦୋଳ ବ୍ଲକ ର ୮ ଜଣ ଙ୍କ ମଧ୍ୟରୁ ରଞ୍ଜାଗୋଳ, ଫସିଗାଁ, କଡ଼ଲା, ହରିପୁର, ଚମ୍ପତିସାହି, କାଳିହୁଣ୍ଡି, ଚିତଳପୁର ଓ ହାତୁରା ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଗଁଦିଆ ବ୍ଲକ ବାରଦା ରୁ ୨, ଦେଓଗାଁ , ଆମ୍ବବାହାଳି, ନିହଳପ୍ରସାଦ, ଲାଉଲାହି ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ ମୁନିସିପାଲିଟି ର କାଞ୍ଚନ ବଜାର, ଅମଲା ପଡା ଓ ବିବି ହାଇସ୍କୁଲ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ହିନ୍ଦୋଳ ଏନଏସି ରୁ ୩ ଜଣ, ଓଡ଼ାପଡା ବ୍ଲକ କଣ୍ଟାବଣିଆ , ପରଜଙ୍ଗ ବ୍ଳକ ମୁଣ୍ଡେଇଲୋ ଓ କାମାକ୍ଷାନଗର ଏନଏସି ରୁ ଜଣେ ଲେଖାଏଁ ଏବଂ ଅନ୍ୟ ଚିକିତ୍ସାଳୟରୁ ୫ ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଜିଲ୍ଲାରେ ୩୦୫ ଜଣ ସୁସ୍ଥ ହୋଇ ଫେରିଥିବା ବବଳେ ବର୍ତ୍ତମାନ ସୁଦ୍ଧା ୧୨୮୦ ଜଣ ଚିକିତ୍ସାଧୀନ ଅଛନ୍ତି ।

new life
You might also like
error: Content is protected !!