News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୪୨ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ଗତ ୨୪ଘଂଟାରେ ୨୯୫୭ ଆକ୍ରାନ୍ତ ଚିହ୍ନଟ, ୩୮ ମୃତ । ଢେଙ୍କାନାଳ ଜିଲ୍ଲାରୁ ନୂଆ ୪୨ ପଜିଟିଭ ଚିହ୍ନଟ । ଚିହ୍ନଟ ଙ୍କ ମଧ୍ୟରୁ ଘରୋଇ ସଙ୍ଗ ରୋଧରୁ ୩୨ ଏବଂ ମେଡ଼ିକାଲ ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁଯାୟୀ ଢେଙ୍କାନାଳ ମୁନିସିପାଲିଟି ର ୧୦ ଆକ୍ରାନ୍ତ ଙ୍କ ମଧ୍ୟରୁ ଦୁର୍ଗାବଜାର ରୁ ୨, ଜୟ ଗୋପାଳ ସାହିରୁ ୨ ଏବଂ ଷ୍ଟେସନ ବଜାରରୁ ୨ , ଶାସନ ରୁ ୨ ଚିହ୍ନଟ ହୋଇଥିବା ବେଳେ ଖମାର ସାହି ଏବଂ ଗଣେଶ ବଜାରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି ଓଡ଼ାପଡା ବ୍ଳକ ରୁଙ୍ଗଟା ମାଇନ୍ସ ରୁ ୨, ଏବଂ ଲୁଣି ଇନ୍ଦିପୁର ଓ ଡେଙ୍ଗବୋରେଇ ଓ ଗୁଣ୍ଡିଚାପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ହିନ୍ଦୋଳ ବ୍ଲକ ଗୋବିନ୍ଦପୁର ଓ ରଞ୍ଜାଗୋଳ ରୁ ୨ ଲେଖାଏଁ ଏବଂ କଙ୍କାଳୁ ରୁ ଜଣେ ଚିହ୍ନଟ ହୋଇଛନ୍ତି ।

ଗଁଦିଆ ବ୍ଲକ ନାଗେନା ରୁ ଇଲେଇଜଙ୍ଗ ଓ ଅରଛୁଆ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ହିନ୍ଦୋଳ ଏନଏସି ରୁ ୩, କାମାକ୍ଷାନଗର ଏନଏସି ରୁ ୩ ଏବଂ ଭୁବନ ଏନଏସି ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କାମାକ୍ଷାନଗର ୩ ଆକ୍ରାନ୍ତ ଙ୍କ ମଧ୍ୟରୁ ସାଳପଡା, ଚିକିଟିଆ ଓ ଜଗନ୍ନାଥ ପୁରରୁ ଜଣେ ଲେଖାଏଁ ଚିହ୍ନଟ । ସଦର ବ୍ଳକ ସିଆରିଆ ରୁ ୨ ଏବଂ ମଙ୍ଗଳପୁରରୁ ଜଣେ ଚିହ୍ନଟ ହୋଇଥିବା ବେଳେ ପରଜଙ୍ଗ ବ୍ଲକ କନ୍ଦରସିଂହା ଓ ପାତ୍ରପଡା ରୁ ଜଣେ ଲେଖାଏଁ ଏବଂ କଙ୍କଡାହାଡ଼ ବ୍ଲକ କଙ୍କଡ଼ାହାଡ଼ ଓ ହଳଦୀଗୁଣ୍ଡି ରୁ ଜଣେ ଲେଖାଏଁ ଏବଂ ଅନ୍ୟ ଚିକିତ୍ସାଳୟରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।

କାମାକ୍ଷାନଗର ବ୍ଲକ ର ଜଣେ ୬୨ ବର୍ଷୀୟ ମହିଳାଙ୍କ କରୋନା ଜନିତ ମୃତ୍ୟୁ ଘଟିଥିବା ବେଳେ ଜିଲ୍ଲାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫୬ ରେ ପହଁଚିଛି ବର୍ତ୍ତମାନ ୭୭୩ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

new life
You might also like
error: Content is protected !!