News
WhatsApp Image 2023-10-04 at 17.25.00
samparksetu

ଢେଙ୍କନାଳ ଜିଲ୍ଲାରେ ନୂତନ ୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ନୂତନ ସଂକ୍ରମିତଙ୍କ ସଂଖ୍ୟାରେ ପୁନର୍ବାର ବୃଦ୍ଧି ପାଇ ଏହି ସଂଖ୍ୟା ୧୭୭ ରେ ପହଁଞ୍ଚି ଅଛି। ସଂକ୍ରମିତଙ୍କ ମଧ୍ୟରେ ଘରୋଇ ସଙ୍ଗରୋଧରୁ ୧୬୩ ଜଣ ଓ ଡାକ୍ତରଖାନାରୁ ୧୪ ଜଣ ରହିଛନ୍ତି । ଅନ୍ୟପଟେ ୩୮ ବର୍ଷ ବୟସ୍କ ଗଁଦିଆ ବ୍ଲକ ମନ୍ଦାର ଗ୍ରାମର ଜଣେ ଯୁବକଙ୍କ କଟକ ମେଡ଼ିକାଲ ରେ ମୃତ୍ୟୁ ଘଟିଛି ।

ଢେଙ୍କାନାଳ ମୁନିସିପାଲିଟିରୁ ସର୍ବାଧିକ ସଂଖ୍ୟକ ସଂକ୍ରମଣ ହୋଇଛନ୍ତି । ୪୪ ସଂକ୍ରମିତଙ୍କ ମଧ୍ୟରେ ଖମାର ସାହିର ୬ ଜଣ, ଶିମିଳିଆ ଓ ହାଉସିଂଙ୍ଗବୋର୍ଡର ୫ ଜଣ ଲେଖାଏଁ, ମହିଷାପାଟ ଓ ଦେଉଳସାହି ର ୩ ଜଣ ଲେଖାଏଁ, ଆନନ୍ଦ ନଗର, ଗୁଡିଆନାଳୀ, କୁଞ୍ଜକାନ୍ତ, ଭାଗିରଥି ବିହାର, କୋରିଆଁ ଅଞ୍ଚଳର ଦୁଇ ଜଣ ଲେଖାଏଁ ଓ କାଞ୍ଚନ ବଜାର, ଲକ୍ଷ୍ମୀ ବଜାର, କାଣ୍ଡବିନ୍ଧା, ଟାଉନପ୍ଲାନିଙ୍ଗ, ବନମାଳୀ ପ୍ରସାଦ, ମହିଷାପାଟ, ଦକ୍ଷିଣକାଳୀ, କାଠଗଡା, ରାମେଶ୍ବର ପୁର, ପୋଲିସ ଲାଇନ, ଡିଏଚଏଚ, ଶ୍ଯାମାଚରଣପୁର ଅଞ୍ଚଳର ଜଣେ ଲେଖାଏଁ ଅଛନ୍ତି ।

ତାଲିକାରେ ଦ୍ବିତୀୟ ସ୍ଥାନରେ ହିନ୍ଦୋଳ ବ୍ଲକ ରହିଛି। ଏହି ବ୍ଲକର କାରନ୍ଦାରୁ ୪ ଜଣ, ଘୋଡ଼ା ଡିଆଁ ଓ ଧୁଣ୍ଡିନାଳିର ୩ ଜଣ ଲେଖାଏଁ, ମାଡୁଆକାରନ୍ଦା, ରାସୋଳ, ମୁଣ୍ଡିଆପଶି, କୁକୁଟା, ଦୁଦୁରକୋଟ, ଜରଡା ଅଞ୍ଚଳର ୨ ଜଣ ଲେଖାଏଁ ଓ ପଞ୍ଚୁପଡା, ଅଁଳାବେଡା, ଟାଙ୍ଗିଶାଳା, ଧୋବନିନନ୍ଦର, ଗୋବିନ୍ଦବେରେଣୀ, ଭଗବାନପୁର, ସୁନ୍ଦର ପାଳ, ବାଲିକିଆରି, ଯାମୁଚକଡା, ଗାଲପଡା, କଲଣ୍ଡା, କଳିଙ୍ଗାପାଳ, କଳିଙ୍ଗା, ବଲସରା, ଲହଡା, ଗିରିଧରପ୍ରସାଦ ଅଞ୍ଚଳର ଜଣେ ଲେଖାଏଁ ମିଶାଇ ମୋଟ ୩୮ ଜଣ ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି।

କାମାକ୍ଷାନଗର ବ୍ଲକର ଅଁଳାବେରେଣୀରୁ ସର୍ବାଧିକ ୭ ଜଣ ସଂକ୍ରମିତ ହୋଇଛନ୍ତି। ଏହା ଛଡ଼ା କାନପୁରା, କଣ୍ଟାପାଳ, କନ୍ତିଓକାଟେଣୀ ରୁ ୪ ଜଣ ଲେଖାଏଁ, ମହୁଲିରୁ ୩ଜଣ, କଦଳୀପାଳ ଓ ଖଟୁଆହତାରୁ ୨ ଜଣ ଲେଖାଏଁ ଓ ବାରୁଆଁ, ଟାଙ୍ଗର ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ମୋଟ ୨୮ ଜଣ ସଂକ୍ରମିତ ହୋଇଛନ୍ତି।

ଓଡ଼ାପଡ଼ା ବ୍ଲକର ବାଙ୍ଗୁରସିଙ୍ଗ, ଗୁଣ୍ଡିଚାପଡାରୁ ୨ ଜଣ ଓ ଘୋଡ଼ା ଡିଆଁ, ଗୁଡିଆକାଟେଣୀ, କୁରୁଣ୍ଟି, ମୋଟଙ୍ଗା, ପୋଡାପଡା, ବଳଭଦ୍ର ପୁର, ଘଟିପିରି, ମାହାଦିଆ, କାଉଁରିଆ ପାଳ, କାଣ୍ଡବିନ୍ଧା, ବଦାଳୋ, ବୃନ୍ଦାବନପୁର, ନାଧେରା, କମଳାଙ୍ଗ, ଗୁଣଦେଇ, କୁତମ, ସିମିନଇ, ହିନ୍ଦୋଳରୋଡ, ଶିବପୁର ଗାଁ ର ଜଣେ ଲେଖାଏଁ ମୋଟ ୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସଦର ବ୍ଲକ ର ମଣିପୁର, ବଳଭଦ୍ରପୁର, ଭାପୁର, କାଙ୍କଡପାଳ, ଇଶ୍ବରପାଳ, ବରପଦା, ଛଣବୋଲୁଅ, ସରଦେଇପୁର, ସିଆରିଆ, ବିମ୍ବୋଳ, ମୋଟାରିର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।
ଗଁଦିଆ ବ୍ଲକର ଯୋରନ୍ଦା ଓ ଖଙ୍କିରା ର ଦୁଇ ଜଣ ଲେଖାଏଁ, ଛାଟିଆ, ଗଁଦିଆ, ଷଡଙ୍ଗିର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ପର୍ଜଙ୍ଗ ବ୍ଲକର କେନ୍ଦୁପଶି, ବାରିହାପୁର, ଚାନ୍ଦପୁର, କୁଆଳୋ, ପର୍ଜଙ୍ଗ ଓ ଭେରୁଣିଆର ଜଣେ ଲେଖାଏଁ ମୋଟ ୬ ଜଣ ସଂକ୍ରମିତ ମଧ୍ୟରେ ଅଛନ୍ତି।

ଭୁବନ ବ୍ଲକର କୁଣ୍ଡାର ଦୁଇ ଜଣ ଓ ଜିରାଳ, ଅନଳର ଜଣେ ଲେଖାଏଁ ମୋଟ ୪ଜଣ ଅଛନ୍ତି।

କଙ୍କଡ଼ାହାଡ଼ ବ୍ଲକର କୋଇ, ଖରଖରି, କଙ୍କନା ର ଜଣେ ଲେଖାଏଁ ମୋଟ ୩ ଜଣ ଲେଖାଏଁ ସଂକ୍ରମିତ ଅଛନ୍ତି।

ଏହାଛଡା ହିନ୍ଦୋଳ ଏନଏସିର ୮ ଜଣ, କାମାକ୍ଷାନଗର ଏନଏସିର ୩ ଜଣ ଥିବା ବେଳେ ଡ଼ାକ୍ତରଖାନାରେ ଦୁଇଜଣ ସଂକ୍ରମିତ ଥିବାର ଜଣାଯାଇଛି ।

ଚିକିତ୍ସାଧୀନ ଅବସ୍ଥାରେ ୮୭୩ ଜଣ ଅଛନ୍ତି ଓ ୨୫ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଜିଲ୍ଲାର କରୋନା ମୃତକଙ୍କ ସଂଖ୍ୟା ୩୦ ହୋଇଛି। ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇବା ଯଥେଷ୍ଟ ସମ୍ଭାବନା ରହିଛି। ସଚେତନ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।

new life
You might also like
error: Content is protected !!