News
WhatsApp Image 2023-10-04 at 17.25.00
samparksetu

ହୋଣ୍ଡା ୟୁନିକର୍ନ ଗାଡି ଡିକି ଭାଙ୍ଗି ୭୫ ହଜାର ଲୁଟ !

ଭୁବନ ଥାନା ଅଧୀନ ରେ ଚୋରୀ ବଢ଼ି ଚାଲିଛି । ଭୁବନ ବିଦ୍ୟୁତ ବିଭାଗ ର ଇଲେକ୍ଟ୍ରିସିଆନ ଙ୍କ ହୋଣ୍ଡା ୟୁନିକର୍ନ ଗାଡି ଡିକି ଭାଙ୍ଗି ୭୫ହଜାର ଲୁଟ ହୋଇଛି । ତାହା ପୁଣି ଦିନ ଦ୍ୱିପ୍ରହରରେ ।

ବିଦ୍ୟୁତ କାର୍ଯ୍ୟାଳୟ ରେ ଚାକିରୀ କରିଥିବା ମୁର୍ଦଙ୍ଗା ପଂଚାୟତ କୁଣ୍ଡା ଗ୍ରାମ ର ସୁଦାମ ନାୟକ ବୁଧବାର ସକାଳ ୧୦ଟାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ରୁ ଏକ ଲକ୍ଷ ଟଙ୍କା ନିଜ ଖାତା ରୁ ଉଠାଇଥିଲେ ।

ଘରୁ ୨୫ହଜାର ଟଙ୍କା ଆଣିଥିଲେ ,୪୦ହଜାର ଟଙ୍କା ସୁଝିଥିଲେ । ବିଦ୍ୟୁତ କାର୍ଯ୍ୟାଳୟ କୁ ଯାଇଥିଲେ,ପକେଟ ରେ ଦଶ ହଜାର ରଖି ଅବଶିଷ୍ଟ ୭୫ହଜାର ନିଜ ଗାଡି ଡିକରେ ରଖିଥିଲେ ।ବିଦ୍ୟୁତ ଗ୍ରାହକ ସାଜି ୩ ଜଣ ଯୁବକ ପହଂଚି ଚତୁରତା ସହ ଡିକ ଭାଙ୍ଗି ସମସ୍ତ ଟଙ୍କା ନେଇଯାଇଥିବା ଥାନା ରେ ଅଭିଯୋଗ ହୋଇଛି ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଲାଇଛନ୍ତି । ସୂଚନା ଯୋଗ୍ୟ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଭୁବନ ଏନଏସି ତରଫରୁ ସିସି ଟିଭି ଲାଗିଛି । କିନ୍ତୁ ସିସି ଟିଭି ଅଚଳ ଥିବାରୁ ଚୋରୀ ସମ୍ପର୍କରେ କିଛିବି ସୁରାକ ମିଳିପାରୁନି । ସୁଦାମ ଅନନ୍ତପୁର ଫିଡ଼ର ନିମନ୍ତେ କାର୍ଯ୍ୟ କରୁଥିବା ଜଣାଯାଇଛି ।

new life
You might also like
error: Content is protected !!