News
WhatsApp Image 2023-10-04 at 17.25.00
samparksetu

ବୁଲା ଗାଈଗୋରୁଙ୍କ ଆଡ୍ଡାସ୍ଥଳୀ ପାଲଟିଛି ମୁଖ୍ୟରାସ୍ତା ; ଅଟକି ରହୁଛି ଆମ୍ବୁଲାନ୍ସ

ବୁଲା ଗାଈଗୋରୁଙ୍କ ଚାରଣ ଭୂମି ପାଲଟିଛି ଢେଙ୍କାନାଳ ସହର । ସହରର ବଜାର ସାହି ବସ୍ତି ସବୁଠି ବୁଲୁଛନ୍ତି ଶହଶହ ସଂଖ୍ୟାରେ ଗାଈଗୋରୁ ଓ ବୁଲାଷଣ୍ଢ । ବୁଲା ଗାଈଗୋରୁଙ୍କ ଆଡ୍ଡାସ୍ଥଳୀ ଓ ଚାରଣଭୂମି ପାଲଟିଛି ସହରର ଗଳି ଓ ମୁଖ୍ୟ ରାସ୍ତା । ଯାହାକୁ ନେଇ ସହରାଞ୍ଚଳରେ ଦେଖାଦେଇଛି ଟ୍ରାଫିକ ସମସ୍ୟା । ଗାଈଗୋରୁଙ୍କୁ ଗୁହାଳରେ ରଖିବାର ସାମର୍ଥ୍ୟ ନ ଥିବା କେତେକ ଗୋମାଲିକଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଅତିଷ୍ଠ ସହର ବାସୀ ।
ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ୧୮ ନମ୍ବର ୱାର୍ଡର ଭଗବାନପୁରର ମୁଖ୍ୟ ରାସ୍ତାରେ ବୁଲାଗାଈ ସୋଇଥିବା ବେଳେ କିଛି ସମୟ ବ୍ୟବଧାନରେ ୨ ଟି ଆମ୍ବୁଲାନ୍ସ ଫସିରହିଥିଲା । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଏହା ହେଉଛି ଦୈନନ୍ଦିନ ଘଟଣା । ଏହି ରାସ୍ତାଦେଇ ଦେଓଗାଁ, ଭୁବନ ଏବଂ ଅଞ୍ଚଳରୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଅଭିମୁଖେ ଆମ୍ବୁଲାନ୍ସ ଯୋଗେ ଗୁରୁତର ରୋଗୀ ସ୍ଥାନାନ୍ତରିତ ହୋଇଥାନ୍ତି । ହେଲେ ଦୁଃଖର ଘଟଣା ରାସ୍ତା ଉପରେ ଗୋରୁଗାଈ ସୋଇଥିବା ରୁ ପ୍ରାୟ ସମୟ ଆମ୍ବୁଲାନ୍ସ ଅଟକି ରହିଥାଏ। ଏପରିକି କିଛିଦିନ ତଳେ ଜଣେ ସନ୍ଧ୍ୟା ସମୟରେ ଜଣେ ମହିଳା ତାଙ୍କ ଝିଆରୀକୁ ସ୍କୁଲ ରୁ ନେଇ ଆସୁଥିବା ବେଳେ ଷଣ୍ଢ ଆକ୍ରମଣ ର ଶିକାର ହୋଇ ଆହତ ହୋଇଥିଲେ । ସମ୍ପୃକ୍ତ ରାସ୍ତା କପିଳାସ କୁ ଯୋଗାଯୋଗ କରୁଥିବାରୁ ବହୁ ସମୟରେ ଯାତ୍ରୀବାହି ଗାଡି ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥାଏ ।


ଦୁଖଃର ବିଷୟ ବାରମ୍ବାର ଏନେଇ ଆମେ ଅଭିଯୋଗ କରି ଆସିଛୁ ହେଲେ ଅଧିକାରୀ କିମ୍ବା ସ୍ଥାନୀୟ ଜନ ପ୍ରତିନିଧି କୌଣସି ପଦକ୍ଷେପ ନେଉନାହାନ୍ତି । ଦିନେଅଧେ ରାମେଶ୍ୱରପୁର ଅଞ୍ଚଳ ଆଡେ ଅଡେଇ ଦିଅନ୍ତି ସେହି ଅଞ୍ଚଳବାସୀ ଅଭିଯୋଗ କଲେ ଫୁଣି ଏହି ଆଡେ ଆଡେଇ ଦିଅନ୍ତି, ହେଲେ କୌଣସି ସ୍ଥାୟୀ ସମାଧାନ ବାଟ ଫିଟୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଜଣାଇଛନ୍ତି । ଏଭଳି ଅବସ୍ଥା ଦେଖି ଢେଙ୍କାନାଳ ପୌରପାଳିକା ର ବିଭିନ୍ନ ଯୋଜନା ବାହାସ୍ପଟ ରେ ପରିଣତ ହୋଇଥିବା ବେଳେ ଯୋଜନା ମାଳମାଳ କାର୍ଯ୍ୟକାରୀ ଦୁର୍ବଳ ବୋଲି ସ୍ଥାନୀୟ ଅଞ୍ଚଳରେ କଟାକ୍ଷ ଚାଲିଛି ।

new life
You might also like
error: Content is protected !!