News
WhatsApp Image 2023-10-04 at 17.25.00
samparksetu

କାପୁରୁଷତା

ସହର ଉପକଣ୍ଠରେ ବୃହତ ବଟବୃକ୍ଷ ଟିଏ ଆକାଶକୁ ମୁଣ୍ଡ ଟେକି ଚିଡାହୋଇଛି। ଗୋଟିଏ ହେଲେ ପତ୍ର ନାହିଁ।କେଉଁଦିନୁ ବୃକ୍ଷଟି ମରିଯିବା ପରେ…ଗଣ୍ଡିଟା ଛିଡ଼ା ହୋଇଛି। ତା ଭିତରେ ନ ଓଲ୍ଲୂକ ପକ୍ଷୀ ଦ୍ୱୟ ବସା କରି ରହିଥାନ୍ତି। ପତ୍ର ଥିଲା,ଫଳ ହେଉଥିଲା,ଶହ ଶହ ପକ୍ଷୀ ବସା କରିବା ସହିତ ଛୁଆ ଫୁଟାଇ ଉଡି ଯାଉଥିଲେ।ବରଫଳ ଖାଇବା ପାଇଁ ବିଭିନ୍ନ ପ୍ରକାରର ପକ୍ଷୀଙ୍କ ସହିତ ମାଙ୍କଡ଼,ଗୁଣ୍ଡୁଚିମୁଷା ବି ରହୁଥିଲେ। ଗଛ ତଳେ ଗ୍ରୀଷ୍ମ ଋତୁରେ ଗାଈ,ଛେଳି ସହିତ ବାଟୋଇ ବି ଆଶ୍ରା ନେଇ ବିଶ୍ରାମ କରୁଥିଲେ।ତାରି ତଳେ କିଛି ଲୋଜ ଥକ୍କା ମେଣ୍ଟାଉ ଥିଲେ। ଏବେ ନା ପତ୍ର ନା ଫଳ…ବୃକ୍ଷ ପାଖ ବି କେହି ମାଡୁ ନାହାଁନ୍ତି।କିନ୍ତୁ ଉଲ୍ଲୂକ ପକ୍ଷୀ ଏବେ ବି ଗଛ କୋରଡ ଭିତରେ…..
   
ଦିନେ ରାତ୍ରିରେ ଏକ ଗେଣ୍ଡାଳିଆ ଗଛ ଉପରେ ବସିଥିଲା।ସେ ଉଲୁକକୁ ପଚାରିଲା….”ଭାଈ ଏ ଗଛରେ ଆଉ କଣ ଅଛି ଯେ…ଏହାକୁ ତ୍ୟାଗ କରି ଚାଲିଯିବାକୁ ଇଚ୍ଛା କରୁ ନାହାନ୍ତି”
ଉଲ୍ଲୂକ ଟିକେ ନିରବ ରହି କହିଲା…”.ଏ ହେଉଛି ପ୍ରକୃତି…ସମ୍ପଦ ବେଳେ ବନ୍ଧୁ ଖୋଜିବାକୁ ପଡେନାହିଁ” ଆଉ “ବିପଦ ବେଳେ ସମସ୍ତେ ରାସ୍ତା ଭାଙ୍ଗି ଚାଲିଯାନ୍ତି”। ଗଛ ହେବା ଦିନରୁ ଆମେ ଏଠି ଅଛୁ।ଆମ ବଂଶରେ କେତେ କିଏ ଏହା କୋଳରେ ଆଶ୍ରୟ ନେଇ ବଂଶ ବିସ୍ତାର କରିବା ସହ…ଏ ଗଛ ଶୀତ, କାକର,ଖରା,ବର୍ଷା, ଝଡ଼,ବତାଶରୁ ସୁରକ୍ଷା ଦେଇଛି।ଆଜି ଏ ଦୁର୍ଦ୍ଦିନରେ ଛାଡି ଚାଲିଯିବି” ଏ ହୋଇ ପାରିବ ନାହିଁ। ଏଇଠି ଅଛି ରହିଛି ରହିଥିବି ଏ ଗଛ ଥିବା ଯାଏ।
ଗେଣ୍ଡାଳିଆ ପୁଣି ପଚାରିଲା”ଭାଈ ଏ ଗଛ ପ୍ରତି ଏତେ ମୋହ କାହିଁକି ?”

“ମୋହ ନୁହେଁ ଭାଈ,ଏ ହେଉଛି କର୍ତ୍ତବ୍ୟ, ଉତ୍ତରଦାଇତ୍ଵ,ଯେ ମୋତେ ଛୁଆରୁ ବଡ଼ କରିଛି, ଯାହାର କୋଳରେ ମୋ ପୂର୍ବପୁରୁଷ,ବର୍ତ୍ତମାନ ଅତୀତ,ଭବିଷ୍ୟତ ଜଡିତ ତାକୁ ପରିତ୍ୟାଗ କରି ଚାଲିଯିବା କାପୁରୁଷତା'”

ଗେଣ୍ଡାଳିଆ ଚୁପଚାପ ଶୁଣୁଥିଲା…. ଏ କଥା ତାକୁ ଭଲ ଲାଗିଲା ନାହିଁ ସେ ବି ଉଡ଼ିଗଲା।
ଉଲ୍ଲୂକ କହିଲା…. ଭଲ କଥା କାହାକୁ ଭଲ ଲାଗେନା…. ଏ ଗୁଡା ବି ମଣିଷ ଭଳି ହୋଇଗଲେଣି।

✍️ଅଶୋକ ମହାରଣା

new life
You might also like
error: Content is protected !!