News
WhatsApp Image 2023-10-04 at 17.25.00
samparksetu

ଯମୁନା କୋଟ ସତ୍ୟସାଇ ମନ୍ଦିରରେ ସ୍ବଚ୍ଛତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନ ବ୍ଲକ ଯମୁନାକୋଟ ସ୍ଥିତ ଶ୍ରୀ ସତ୍ୟସାଇ ମନ୍ଦିର ପରିସରରେ ଲକ୍ଷ୍ମୀନାରାୟଣ କ୍ଲବ ଓ ଶ୍ରୀ ସତ୍ୟସାଇ ସେବା ସମିତିର ମିଳିତ ଉଦ୍ୟମରେ ବୃକ୍ଷ ରୋପଣ ସହ ଚତୁଃପାର୍ଶ୍ଵକୁ ପରିଷ୍କାର କରାଯାଇଥିଲା । ଏହି ମନ୍ଦିର ସ୍ଥାନୀୟ ଅଞ୍ଚଳର ଏକ ପରିଚିତ ସ୍ଥାନ। ଭକ୍ତ ଙ୍କ ବ୍ୟତୀତ ବୟସ୍କ ଲୋକ ଏଠାରେ ସମୟ କାଟିବା ପାଇଁ ଦୌଡ଼ି ଆସନ୍ତି । ବହୁ ଦିନ ଧରି ମନ୍ଦିର ପରିସର ପରିଷ୍କାର ହୋଇ ନଥିବାରୁ ଆଜି ଏହି ଦୁଇ ସଂଗଠନର କିଛି ସଦସ୍ୟ ପରିଷ୍କାର କରିବା ସହ ବୃକ୍ଷ ରୋପଣ କରିଥିଲେ । ଏମାନଙ୍କ ମଧ୍ୟରେ ବସନ୍ତ ରାଉତ, ଦେବଲୋଚନ ସାହୁ, ଅଜିତ ରାଉତ, ରଞ୍ଜନ ବାରିକ, ମନୋଜ ଜେନା, ପ୍ରଶାନ୍ତ ବରାଳ, ଅନନ୍ତ ବେହେରା, ନବକିଶୋର ରାଉତ, ସୌମ୍ୟରଞ୍ଜନ ଜେନା, କାମାକ୍ଷା ପ୍ରସାଦ ଓ ସନ୍ତୋଷ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

new life
You might also like
error: Content is protected !!