News
WhatsApp Image 2023-10-04 at 17.25.00
samparksetu

ଟ୍ରକ ରୁ ଚକ ଚୋରି ଅଭିଯୋଗ ରେ ଚାଳକ ଗିରଫ !

ଟ୍ରକ ରୁ ଚକ ଚୋରି ଅଭିଯୋଗ ରେ ଚାଳକ ଗିରଫ ! କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ କଥାଟି ସତ ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ଗ୍ରାମରେ ।

ଜଣେ ଟ୍ରକ ଭ୍ରାଇଭର ଟ୍ରକ ରୁ ୫ଟି ଚକ ଚୋରିକରି ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ।

ସୂଚନା ଅନୁଯାୟୀ ଟ୍ରକ ନମ୍ବର OD 35 D 9966 ରୁ ସରାଙ୍ଗ ନିକଟରୁ ଚାଳକ ସୁନୀଲ କୁମାର ଦାସ ଟ୍ରକ ରୁ ୫ ଟି ଚକ ଚୋରି କରିନେଇଥିଲେ ।

୫ଟି ଯାକ ଚକ ଜବତ କରାଯାଇ ଗାଡି ମାଲିକଙ୍କୁ ଦିଆଯାଇ ଥିବାର ପରଜଙ୍ଗ ସୌଭାଗ୍ୟ ରଞ୍ଜନ ସ୍ବାଇଁ ଜଣାଇଛନ୍ତି । ଚୋରି କରିଥିବା ବ୍ୟକ୍ତି ଖମାର ସଂଖାମୁରା ଗ୍ରାମ ର ହୋଇଥିବା ବେଳେ । ଚୋରି ହୋଇଥିବା ଟ୍ରକ ମାଲିକ ସୋଲଡା ଗ୍ରାମର ଗଦାଧର ଦାସ ବୋଲି ଜଣାଯାଇଛି ।

new life
You might also like
error: Content is protected !!