News
WhatsApp Image 2023-10-04 at 17.25.00
samparksetu

ତୁମେ ଗଲା ପରେ

ଶାମୁକା ଦେହରେ ମୋତି ଖଞ୍ଜିଥିଲ
ସାଜି ବୈଜ୍ଞାନିକ ତୁମେ !
ନିହଣ ମୁନରେ ଖୋଦେଇ କରିଲ
ଅର୍ଦ୍ଧ କୋଣାରକ ନାମେ !!
କାଗଜ ଫୁଲରେ ବାସ୍ନା ଭରି ତୁମେ
ମହାକାଇ ଦେଉଥିଲ !
ମୋ ସଂସାର ରଥ ସାରଥୀ ଭାବରେ
ଶିରୀକୃଷ୍ଣ ସାଜିଥିଲ !!
ଭିନ୍ନ ପରିଚୟେ ଜୀଇଁବା ଶିଖାଇ
ଅଙ୍କାବଙ୍କା ଝରଣାରେ !
କୁଳୁକୁଳୁ ହୋଇ ବହିଲା ବେଳକୁ
ମରୂଭୂମି ଇଲାକାରେ !!
କାଗଜ ଡ଼ଙ୍ଗା ମୁଁ ଓଳି ପାଣି ସୁଏ
ବିରୂପାରେ ଛାଡିଦେଲ !
ଗହନ ବନରେ ନିରୀହା ମୃଗୁଣୀ
ବ୍ୟାଘ୍ର ପାଶେ କଲବଲ !!
ପାଞ୍ଚ ପରାଣୀର କୁଟୁମ୍ବକୁ ନେଇ
କିପରି ଟେକିବି ମଥା !
ଦଇବର ଇଏ ଶକୁନି ବିଚାର
ହୀନ କପାଳିନୀ କଥା !!
ବରଷା କି ଝାଞ୍ଜି କାଳ ବଇଶାଖୀ
ଅଦିନେ କରୋନା ଝଡ !
ତୁମେ ଗଲାପରେ ବସନ୍ତେ ମଳୟ
ହଳାହଳ ବିଷ ମାଡ !!

     କବି - ସୂର୍ଯ୍ୟ   ନାୟକ
new life
You might also like
error: Content is protected !!