News
WhatsApp Image 2023-10-04 at 17.25.00
samparksetu

ଦନ୍ତାହାତୀ ର ମୃତଦେହ ଠାବ

ଦିନକୁ ଦିନ ବଢିଚାଲିଛି ହାତୀ ମୃତ୍ୟୁ ସଂଖ୍ୟା । କେତେବଳେ ଦାନ୍ତ ପାଇଁ ଯାଉଛି ଜୀବନ ତ କେତେବଳେ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଜୀବନ ହାରୁଛନ୍ତି ଗଜରାଜ, ଗ୍ରାଫ ଦେଖିଲେ ଲାଗୁଛି ସତେ ଯେପରି ଲୋପ ପାଇଯିବେ ଗଜରାଜ । ଏଭଳି ଏକ ଦନ୍ତାହାତୀର ମୃତ ଦେହ ଠାବ କରାଯାଇଛି ।

ସୂଚନା ଅନୁଯାୟୀ ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ବାବନ୍ଧ ସେକ୍ସନ ଅନ୍ତର୍ଗତ ଠେଙ୍ଗା ଗ୍ରାମ ନିକଟରେ ଆଜି ସକାଳୁ ଏକ ଦନ୍ତା ହାତୀ ର ମୃତ ଦେହ ଠାବ ହୋଇଛି । ତେବେ ମୃତ୍ୟୁ ର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ମୃତଦେହ ଦନ୍ତାର ବୟସ ପ୍ରାୟ ୭ ରୁ ୮ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

new life
You might also like
error: Content is protected !!