News
WhatsApp Image 2023-10-04 at 17.25.00
samparksetu

ବିଦ୍ୟୁତ ତାରରେ ପକ୍ଷୀ ମୃତ୍ୟୁ ଘଟଣା: ମାଟିତଳେ ବିଛାଯିବ ୧୧କେଭି ; ସୂଚନା ଦେଲେ କର୍ତ୍ତୃପକ୍ଷ

ଢେଙ୍କାନାଳ ସହରର ବିଭିନ୍ନ ସ୍ଥାନରେ ୧୧ କେଭି ତାର ଦ୍ୱାରା ବହୁ ବିରଳ ପକ୍ଷୀ ପ୍ରତିଟି ଦିନ ମୃତ୍ଯୁବରଣ କରୁଛନ୍ତି । ତେବେ ଏଭଳି ଯଦି ପ୍ରତିଦିନ ଘଟେ ଆକାଶରୁ ପକ୍ଷୀ ଲୋପ ପାଇଯିବେ । ଏନେଇ ଢେଙ୍କାନାଳ ଅପଡେଟ୍ ରେ ୬ ସେପ୍ଟେମ୍ବର ଦିନ ଏକ ଖବର ପ୍ରସାରଣ କରାଯାଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ଏହି ଖବରକୁ ଗୁରୁତ୍ତ୍ୱ ଦେବା ସହ ଏହି ନିରୀହ ପକ୍ଷୀଙ୍କ ଜୀଵନ ରକ୍ଷା ପାଇଁ ଢେଙ୍କାନାଳ ସହରରେ ମାଟିତଳେ ୧୧ କେଭି ତାର ଯିବାର ବ୍ୟବସ୍ଥା କରାଯିବ ବୋଲି ଟାଟା ପାୱାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଅପେକ୍ଷା ରହିଲା କାମ ଆରମ୍ଭକୁ ମାଟି ତଳେ ଯିବ ତାର ଏବଂ ଫୁଣି ମୁକ୍ତ ଆକାଶରେ ଉଡ଼ିବୁଲିବେ ବିହଙ୍ଗ ।

new life
You might also like
error: Content is protected !!