ପଥର ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଅତିରିକ୍ତ ତହସିଲଦାରଙ୍କୁ ଧରିଲା ଭିଜିଲାନ୍ସ । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ ।
ସୂଚନା ଅନୁଯାୟୀ ଢେଙ୍କାନାଳ ସଦର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଜଣେ ପଥର ବ୍ୟବସାୟୀଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।
ତେବେ ପଥର ଖଣି ଟ୍ରାଞ୍ଜିଟ୍ ପାସ୍ କରାଇଦେବା ପାଇଁ ଦୋଳମଣ୍ଡପ ସାହି ସ୍ତିତ ଭଡ଼ାଘରେ ଅତିରିକ୍ତ ତହସିଲଦାର ଲାଞ୍ଚ ନେଉଥିବାର ଜଣାଯାଇଛି ।