News
WhatsApp Image 2023-10-04 at 17.25.00
samparksetu

ସାହାରା ଅପେକ୍ଷାରେ ଜେଜେମା ନାତୁଣୀ

ଜଣେ ଦୁନିଆ ଭଲରେ ଦେଖି ନାହିଁ, ଆଉ ଜଣେ ଜୀବନର ଶେଷ ପ୍ରାନ୍ତରେ ଠିଆ ହୋଇଛି ! ମୁଣ୍ଡ ଗୁଞ୍ଜିବାକୁ ଭଙ୍ଗାରୁଜା ଚାଳ ଘରଟିଏ, ଓଳିଏ ଖାଇଲେ ଓଳିଏ ଉପବାସ ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ ଗାଁ ର ଏହି ଦୁଇ ଜେଜେମା ଓ ନାତୁଣୀ । ବୃଦ୍ଧା ଜେଜେମା ତନୁ ପ୍ରଧାନ (୭୫) ନାତୁଣୀ ଲିନା ପ୍ରଧାନ (୧୩ )ପରିବାର କହିଲେ ଦୁଇ ଜଣ । ବୃଦ୍ଧା ଙ୍କୁ ସଠିକ୍ ଭାବରେ ଦେଖା ଯାଉନାହିଁ ଓ ନାତୁଣୀ ମାନସିକ ସ୍ତରରେ ଦୂର୍ବଳ ଥିବା ଜଣାପଡିଛି । ବୃଦ୍ଧାଙ୍କୁ ଭତ୍ତା ମିିଳୁଥିବା ବେଳେ ମିଳୁୁୁନି ରାସନ ସାମଗ୍ରୀ । ଭଙ୍ଗ। ଘରେ ୨ପ୍ରାଣୀ ବହୁୁୁତ ଅନଟନ ରେ ଦିନ ବିତାଉଛନ୍ତି , ଆଗ ପଛ କହିଲେ କେହି ନାହିଁ ।

ତାଙ୍କୁ ତୁରନ୍ତ କିଛି ସରକାରୀ ସାହାଯ୍ୟ ଯୋଗାଈବାକୁ ସ୍ଥାନୀୟ ବାସିନ୍ଦା ବିଶ୍ୱଜିତ ନାୟକ ପ୍ରକଶ କରିଛନ୍ତି ।

ଆମେ ସ୍ଥାନୀୟ ସରପଞ୍ଚଙ୍କ ସହ ଯୋଗାଯୋଗ କରିବା ପରେ ସେ ତାଙ୍କର ଘର ପାଇଁ ବିଡିଓଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ରାସନ୍ ସାମଗ୍ରୀ ବାବଦରେ ଯଦି କିଛି ଅସୁବିଧା ଅଛି ତୁରନ୍ତ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।  ତେବେ ଲିନାର ଶିକ୍ଷା ପାଇଁ ଆବାସିକ ବିଦ୍ୟାଳୟ ଓ ବୃଦ୍ଧାଙ୍କୁ ଜରାଶ୍ରମରେ ଥଇଥାନ କଲେ ଉଚିତ୍ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବିମାନେ ପ୍ରକାଶ କରିଛନ୍ତି  ।

new life
You might also like
error: Content is protected !!