News
WhatsApp Image 2023-10-04 at 17.25.00
samparksetu

ନିରବୀ ଗଲେ ସମ୍ବିତ, ସମସ୍ତଙ୍କ ପ୍ରିୟ ସୋମୁ ଭାଇ

ସେଥିଲେ ଯୁବ ସମାଜ ସେବୀ, ଯୁବ ଉଦ୍ୟୋଗୀ ଯୁବ ଚାଷୀ ତଥା ଯୁବ ପ୍ରତିଭାଙ୍କ ପ୍ରେରଣାର ଉତ୍ସ । ସମ୍ବିତ ନନ୍ଦ ସମସ୍ତ ଢେଙ୍କାନାଳ ଜିଲ୍ଲାର ଯୁବ ପ୍ରତିଭାଙ୍କ ସୋମୁ ଭାଇ । ଚମତ୍କାର ଥିଲା ଶାଳୀନତା ନିଜର ସକରାତ୍ମକ ଚିନ୍ତା ଏବଂ କଥାରେ ସମସ୍ତଙ୍କୁ ଗୋଟିଏ ଧାରା ରେ ବାନ୍ଧି ରଖୁଥିଲେ ସିଏ । ଯେ କୌଣସି ଯୋଜନା ଲୋକଙ୍କ ପାଖରେ ନ ପହଁଚିଲେ ବିଭିନ୍ନ ଅଧିକାରୀ ଙ୍କ ସହ ଲଢୁଥିଲେ ସିଏ ।

ପରୀ ହତ୍ୟାକାଣ୍ଡ ମାମଲାରେ ସୀମା ସମୃଦ୍ଧି ଙ୍କ ଦୃଷ୍ଟି ଆକର୍ଷଣ କରିବା ହେଉ ବା ହେଉ କପିଳାସ ରାସ୍ତାରେ ଦ୍ରୁତ ଗାଡି ଧକ୍କାରେ ନିରୀହ ମାଙ୍କଡ଼ଙ୍କ ଜୀବନ ଚାଲିଯିବା ଘଟଣା ସୋସିଆଲ ମିଡିଆରେ ସ୍ୱର ଉତ୍ତୋଳନ କରି ଘଟଣା ର ସମାଧାନ ନିମନ୍ତେ ନେଇଥିଲେ ନେତୃତ୍ୱ ।

କରୋନା କାୟାରେ ନିର୍ବାଚନ ପ୍ରଚାର ସମୟରେ ନୋ ମାସ୍କ ନୋ ଭୋଟ ଅଭିଯାନ ଆରମ୍ଭ କରିଥିଲେ ସିଏ । ନିଜକୁ ଚଷା ପୁଅର ପରିଚୟ ଦେବା ସହ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ର କର୍ମୀ ଭାବେ ସେ ନଥିଲେ କାର୍ଯ୍ୟରତ । ତା ମଧ୍ୟରେ ପ୍ରତିଟି ଦଳର ଜନତାଙ୍କ ପ୍ରତି ଥିବା ଯୋଜନାର ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ କରୁଥିଲେ ସମୀକ୍ଷା ।

ଜିଲ୍ଲା ତଥା ରାଜ୍ୟରେ ଥିବା ଯୁବ ସମାଜସେବୀ ଙ୍କ ପାଇଁ ଥିଲେ ପ୍ରେରଣାର ଉତ୍ସ । ଯେକୌଣସି ସଂସ୍ଥା ବା ଉଦ୍ୟୋଗ ର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଗୋଟିଏ ସୂତା ରେ ଗୁନ୍ଥି ରଖୁଥିଲେ ସିଏ । ଗୋଟିଏ ଥିଲା ସୂତ୍ର ସେବା, ଜନ ସେବାରେ କରିଦେଇଥିଲେ ନିଜକୁ ଉତ୍ସର୍ଗୀକୃତ । ଜିଲ୍ଲାରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ରେ ପାଲଟିଥିଲେ ସାଧାରଣ ଜନତାଙ୍କ ସ୍ୱର ।

ସାମାଜିକ ଗଣମାଧ୍ୟମରେ ପୁଅର ସଂକଟାପନ୍ନ ଅବସ୍ଥା ନେଇ ସୂଚନା ଦେଇଥିଲେ ପୂର୍ବତନ ବିଧାୟକ ତଥା ସମ୍ବିତଙ୍କ ବାପା ନବୀନ ନନ୍ଦ । ହସ୍ପିଟାଲ ବେଡରେ ଅତି ମୁମୁର୍ଷୁ ଅବସ୍ଥାରେ ଥିବା ପୁଅର ଫଟୋ ସହ ମୁଖ୍ୟମନ୍ତ୍ରୀ ଙ୍କୁ ପୁଅର ଜୀବନ ରକ୍ଷା ନେଇ କରିଥିଲେ ଅପିଲ । ହେଲେ ବିଧିର ବିଧାନ ରଚିଥିଲା କିଛି ଅଲଗା ରୂପରେଖ । ଅନ୍ୟର ସ୍ୱାସ୍ଥ୍ୟ ସମ୍ପର୍କରେ ସ୍ବର ପାଲଟିଥିବା ସମ୍ବିତ ନିରବୀ ଯାଇଥିଲେ । ଛୁଟି ଥିଲା ବହୁ ସମବେଦନା, କେନ୍ଦ୍ର ମନ୍ତ୍ରୀ ହୁଅନ୍ତୁ ବା ହୁଅନ୍ତୁ ପ୍ରଭାରୀ ସବୁଠାରେ ଥିଲା ସମ୍ବିଦଙ୍କ ପ୍ରଶଂସା ।

ଶରୀର ସିନା ଚାଲିଯାଇଛି ହେଲେ ଯେଉଁ ସ୍ନେହ ଯେଉଁ ଭଲପାଇବା ଦେଇଯାଇଛନ୍ତି ତାହା ସବୁଦିନ ପାଇଁ ରହିଯିବ । ସବୁଦିନ ପାଇଁ ଆମ ହୃଦୟରେ ଜାଗାଟିଏ କରିଗଲେ ସମ୍ବିତ ଆମ ସମସ୍ତଙ୍କର ସୋମୁ ଭାଇ ।

new life
You might also like
error: Content is protected !!