News
WhatsApp Image 2023-10-04 at 17.25.00
samparksetu

କମିଛି ସଂକ୍ରମଣ, ହଟିଛି ସପ୍ତାହାନ୍ତ ସଟଡାଉନ୍, କଟକଣା ଭିତରେ ଚଳଚଞ୍ଚଳ ଢେଙ୍କାନାଳ ସହର

ସଂକ୍ରମଣ କମିଥିବାରୁ ଢେଙ୍କାନାଳ ସମେତ ୨୦ ଟି ଜିଲ୍ଲା କାଟାଗୋରୀ A ରେ ସ୍ଥାନ ପାଇଛି ।  ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଦେଇଥିବା ସୂଚନା ଅନୁଯାୟୀ A କାଟାଗୋରୀରେ ଥିବା ଜିଲ୍ଲା ଗୁଡିକରେ, ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଖୋଲାରହିବା ସହ ସପ୍ତାହାନ୍ତ ସଟଡାଉନ ହଟାଯାଇଛି ।

ପ୍ରସାଶନ ର କାର୍ଯ୍ୟାନୁଷ୍ଠାନ ଏବଂ ଜିଲ୍ଲାବାସୀଙ୍କ ସତର୍କତା ଯୋଗୁଁ ଢେଙ୍କାନାଳ କାଟାଗୋରୀ Aରେ ସ୍ଥାନ ପାଇଛି । ପୂର୍ବ ଅପେକ୍ଷା ଯଥେଷ୍ଟ ପରିମାଣ ର ସଂକ୍ରମଣ ହ୍ରାସ ପାଇଛି ।  ଦୀର୍ଘ ଦିନର ବ୍ୟବଧାନ ପରେ ସପ୍ତାହାନ୍ତ ରେ ଚଳଚଞ୍ଚଳ ହୋଇ ଉଠିଛି ଢେଙ୍କାନାଳ । ବିଭିନ୍ନ ବଜାରରେ ଥିବା ଦୋକାନ ଗୁଡିକ ଖୋଲା ରହିଛି । ଶନିବାର – ରବିବାର ଗୁଡିକରେ ଅନ୍ୟ ଦିନ ଅପେକ୍ଷା ବ୍ୟବସାୟ ଟିକେ ଅଧିକା ହେଉଥିବାରୁ ସରକାରଙ୍କ ଏଭଳି ପଦକ୍ଷେପ କୁ ବିଭିନ୍ନ ବ୍ୟବସାୟୀକ ଅନୁଷ୍ଠାନ ସ୍ୱାଗତ କରିଛନ୍ତି ।

ସେହିପରି କରୋନା କଟକଣା ମାନି ମୁହଁରେ ମାସ୍କ ପିନ୍ଧିବା ସହ ଦୋକାନ ଗୁଡିକରେ ସାମାଜିକ ଦୂରତା ରକ୍ଷା କରି କିଣାବିକା ଚାଲୁଥିବାର ଦେଖାଦେଇଛି । ମାସ୍କ ପିନ୍ଧୁ ନଥିବା ବ୍ୟକ୍ତିଙ୍କୁ ସତର୍କ କରାଇବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ସହରର ବିଭିନ୍ନ କେନ୍ଦ୍ର ସ୍ଥଳରେ ଚେକିଙ୍ଗ ସହ ପେଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛି ।

new life
You might also like
error: Content is protected !!