News
WhatsApp Image 2023-10-04 at 17.25.00
samparksetu

ଶୀତ

ଶୀତ ଏକ ମଖମଲୀ
ରୁପା ର ଚାଦର
ବୁନ୍ଦା ବୁନ୍ଦା ଶିଶିର ବିନ୍ଦୁରେ
କଅଁଳିଆ ସୂର୍ଯ୍ୟ ର ପ୍ରତିଛବି
ଫୁଲ ଦୋଳିରେ ଝୁଲୁଥିବା
ସମୟର ବୈଭବ କୁ
ଚିତ୍ରଣ କରୁଥିବା ବରିଷ୍ଠ ଚିତ୍ରକର ଭଳି
ଉଡାତ୍ତ, କମନୀୟ
ନୀରବ, ନିଥର ||

ଶୀତ ଏକ ସମାହାର
ଜୀବନ, ମୃତ୍ୟୁ ର |
ଗଦା ଗଦା ରେଶମୀ  ବସ୍ତ୍ର ରେ
ହସୁଥିବା ସୁଖର କପୋତ
ଚିରା କନ୍ଥାରେ ଥରୁଥିବା
ମଣିଷ ର ଛାତି ତଳେ
ଆକ୍ତାମାକ୍ତା ଦୁଃଖର ଭୂଗୋଳ, ଘେରା ବନ୍ଦୀ ଭଳି
ଅଜସ୍ର ଯାତନାର
ଅବିଭକ୍ତ ସ୍ୱର ||

ଶୀତ ଏକ ଶିହରଣ
ସ୍ମୃତି ବିସ୍ମୃତି ର |
ଜୀବନ ର କାନଭାସ  ସାରା
ଅଙ୍କାଯେତେ ସମୟ ର ଛବି |
ରୋମାଞ୍ଚ ଭରା ଇତିହାସ
ହଜିଯାଏ କୁହୁଡି ରେ
ଚଲା ପଥ ଅଦୃଶ୍ୟ ଅବୋଧ୍ୟ ଦିଗହରା ଭଳି
କ୍ରମଶଃ ନିର୍ବାପିତ
ଅଶାର ସମ୍ଭାର  ||

✍️ପ୍ରକାଶ ଚନ୍ଦ୍ର ରାଉତ

new life
You might also like
error: Content is protected !!