ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଇଲିରିସିଙ୍ଗା ଗ୍ରାମରେ ହାତୀ ଆକ୍ରମଣରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।
ମୃତ ମହିଳା ଜଣଙ୍କ ଉକ୍ତ ଗ୍ରାମର ନିରୂପମା ଖିଲାର ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ ନିରୂପମା ଆଜି ଭୋର ସମୟରେ ନିଜ ଘର ପଛପଟେ ଥିବା ଆମ୍ବ ତୋଟାକୁ ଆମ୍ବ ତୋଳିବାକୁ ଯାଇଥିବା ବେଳେ ସେଠାରେ ସେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଗ୍ରାମରେ ଏକ ଶୋକାକୂଳ ପରିବେଶ ଶ୍ରୁଷ୍ଟି ହୋଇଛି ।