News
WhatsApp Image 2023-10-04 at 17.25.00
samparksetu

ରୋଗକୁ ଡାକୁଛି ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଶୌଚାଳୟ

ବେସିନ ଠାରୁ ପାଣି ଟ୍ୟାପ । ଚଟାଣରୁ କାନ୍ଥ ସବୁଠି ଧୁଳି, ଅଳନ୍ଧୁରେ ଅପରିଷ୍କାର । ଗନ୍ଧ ଏମିତି ହେଉଛି ଯେ, ନକହିବା ଭଲ । କେହି ଶୌଚ ପାଇଁ ଗଲେ ଶୌଚ ହେବ କ’ଣ ଏପରି ପରିବେଶ ଦେଖି ଶୌଚ ଆପେଆପେ ବନ୍ଦ ହୋଇଯାଉଛି । ସଂକ୍ରମଣ ଭୟ ଗୋଡାଇବା ସହ ବାନ୍ତି ଓକାଳି ଫେରି ଆସିବାକୁ ପଡୁଛି ।

ଏପରି ସ୍ଥିତି ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଶୌଚାଳୟର । ଯେଉଁ ଶୌଚାଳୟ ଗୁଡିକ ମାସମାସ ଧରି ସଫା ହୋଇନଥିବା ଜଣାପଡୁଥିବା ବେଳେ, ଫିନାଇଲ କିମ୍ବା କର୍ପୁର ଶୌଚାଳୟ ଭାଗ୍ୟରେ ଜୁଟିନାହିଁ । ସ୍ୱଚ୍ଛତାକୁ ସରକାର ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱଚ୍ଛତା ବାର୍ତ୍ତା ଦେଇ ଜନସାଧାରଣଙ୍କୁ ସଚେତନ କରାଯାଉଛି ।

ମାତ୍ର କଲେଜର ଶୌଚାଳୟ ଏପରି ଅପରିସ୍କାର ଅବସ୍ଥାରେ ପଡିବା ଅତି ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରୁଛି । ଏହା ବ୍ୟତିତ ମହିଳାମାନଙ୍କ ବା ଯୁବତୀ। ମାନଙ୍କ କ୍ଷେତ୍ରରେ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ନଚେତ ସଂକ୍ରମଣର ଭୟ ରହିଥାଏ । ହେଲେ ଏଠାରେ ତାହାର ବିପରିତ ଅବସ୍ଥା । ଶୌଚାଳୟ ଆଦୌ ସଫା ହେଉନଥିବା ଦେଖାଯାଇଛି । ପୁରୁଷ ଶୌଚାଳୟର ଶୌଚ ବେସିନ ଅତି ଆବର୍ଜନା ହେବା ସହ ପାଣି ଟ୍ୟାପ, ଚଟାଣ ଆଦି ଅତି ଅପରିଷ୍କାର ହୋଇ ପଡିଛି ।

ଅଳନ୍ଧୁ ହେବା ଭୁତ କୋଠି ଭଳି ପଡିଛି । ମହିଳା ଶୌଚାଳୟ ମଧ୍ୟ ଅନୁରୂପ । ଏପରି ସ୍ଥିତିରେ ଛାତ୍ରୀ କିମ୍ବା ପୁରୁଷ ଅଧ୍ୟାପକ, କର୍ମଚାରୀ ଅତି ଦୟନୀୟ ଅବସ୍ଥା ଭୋଗୁଛନ୍ତି । କିଛି ଦିନ ହେଲା ଏକ ଡିସଣ୍ଟାନ୍ସ କୋର୍ସର ପରୀକ୍ଷା ଚାଲିଥିବା ବେଳେ ଶୌଚପାଇଁ ପରୀକ୍ଷାର୍ଥୀ ସମସ୍ୟା ଭୋଗୁଛନ୍ତି । ଏହାସହ ବିଭିନ୍ନ ଶ୍ରେଣୀ କୋଠରୀ, ବାରଣ୍ଡା ଆଦି ଧୂଳି, ଅଳନ୍ଧୁ ହୋଇ ପରିବେଶକୁ ଖରାପ କରୁଛି । ବାହାରର ପତ୍ର, ଚିରା କାଗଜପତ୍ର ଆଦି କଲେଜ ସମ୍ମୁଖରେ ନିଆଁ ଲଗାଇ ଦେଉଥିବା ଦେଖାଯାଉଛି । ଏତଦ୍‌ବ୍ୟତିତ ଛାତ କାନ୍ଧରେ ଗଛ ଉଠିଲାଣି । ସେସବୁକୁ ମଧ୍ୟ ସଫା କରାଯାଉନାହିଁ । ଯାହାକୁ ନେଇ ଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରୁଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଏନେଇ କଲେଜ ଅଧ୍ୟକ୍ଷ ରାମ ଚନ୍ଦ୍ର ମଲ୍ଲଙ୍କୁ ପଚାରିବାରୁ ଦୋଷ ଘୋଡାଇବାକୁ ଯାଇ ବର୍ତ୍ତମାନ ଛୁଟି ଥିବାରୁ ସଫେଇ ହେଉନଥିବା କହିଛନ୍ତି । 

new life
You might also like
error: Content is protected !!