ଯୋରନ୍ଦା ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗ, ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ ଏବଂ ବିଶ୍ବ ଓଡ଼ିଶା ଢେଙ୍କାନାଳର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ବିଶ୍ବ ମହିଳା ଦିବସ ପାଳିତ ହୋଇଯାଇଅଛି। ଏହି ଉପଲକ୍ଷେ ଆୟୋଜିତ ରାଲିକୁ କଲେଜ ପରିସରରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସଦାନନ୍ଦ ମିଶ୍ର ଉଦଘାଟନ କରିଥିଲେ।
ଏକ ବିଶାଳ ରାଲି ଛାତ୍ରଛାତ୍ରୀ ଏବଂ ଆଞ୍ଚଳିକ ମହିଳା ତଥା ଯୋରନ୍ଦା ମାଣିତ୍ରୀର ସଂକୀର୍ତ୍ତନ ମଣ୍ଡଳୀ ସଦସ୍ୟ ସଦସ୍ୟାମାନଙ୍କ ଦ୍ବାରା ବିଭିନ୍ନ ସ୍ଲୋଗାନ, ବ୍ୟାନର, ପୋଷ୍ଟର ଇତ୍ୟାଦି ମାଧ୍ୟମରେ ସଚେତନତାର ବାର୍ତ୍ତା ଯୋରନ୍ଦା, ନାଟିମା, ଜାମୁସରା, ନୂଆ ସାହି ଇତ୍ୟାଦି ପରିକ୍ରମା କରି ଜନଚେତନା ସୃଷ୍ଟି କରିଥିଲେ।
ପରେ ପରେ ମହାବିଦ୍ୟାଳୟ ପରିସରରେ ସମାଜ ବିଜ୍ଞାନ ବିଭାଗ ଏବଂ ବିଶ୍ବ ଓଡ଼ିଶା ମହିଳା ପରିଷଦ ମିଳିତ ଆନୁକୂଲ୍ୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ. ମିଶ୍ରଙ୍କ ସଭାପତିତ୍ୱରେ ଡ. ମଳୟ କୁମାର ନାୟକ ଫାଉଣ୍ଡେସନ ଇଂଲଣ୍ଡ, ମୁଖ୍ୟ ଅତିଥି ରୂପେ, ଡ. ନିବେଦିତା ମହାନ୍ତି ମହିମାମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷା ମୁଖ୍ୟ ବକ୍ତା, ବରିଷ୍ଠ ପ୍ରାଧ୍ୟାପକ ଶ୍ରୀଯୁକ୍ତ ପ୍ରହ୍ଲାଦ କୁମାର ସ୍ବାଇଁ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ମହିଳା ଦିବସର ବିଶେଷତ୍ୱ ଏବଂ ନାରୀ ଏବଂ ପୁରୁଷ ସମାନ ଭାବରେ କାର୍ଯ କଲେ ସମାଜରୁ ମହିଳା ନିର୍ଜାତନା ଏବଂ ଦେଶର ଅଗ୍ରଗତି ସମ୍ଭବ ହେବା ସହିତ ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ମତ ପୋଷଣ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ବିଶ୍ବ ଓଡ଼ିଶା ମହିଳା ପରିସଦର ସଂଯୋଜିକା ତଥା ବିଶ୍ବ ଓଡ଼ିଶାର କୋଷାଧ୍ୟକ୍ଷ ଶ୍ରୀମତୀ ରଶ୍ମିତା ରାଉତ ଏବଂ ମନୋଜକୁମାର ସଂଯୋଜନା କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ଯୋରନ୍ଦା ଗ୍ରାମପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଆରତୀ ନାୟକ ଏବଂ ଶ୍ରୀମତୀ ଅରୁପମା ବେହେରାଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ସମାଜ ବିଜ୍ଞାନର ଅଧ୍ୟାପିକା ଡ. ଶକୁନ୍ତଳା ଭୂୟାଁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ପ୍ରାଚୀର ପତ୍ର ଏବଂ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ନୋଟିସ ବୋର୍ଡ଼ ଓ ଡିସପ୍ଲେ ବୋର୍ଡ଼କୁ ପ୍ରାକ୍ତନ ଅଧ୍ୟକ୍ଷା ଡ. ନିବେଦିତା ମହାନ୍ତି ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀଯୁକ୍ତ ପ୍ରଜେସ ଜେନା, ଅଧ୍ୟାପିକା ଗୀତାଞ୍ଜଳି ସାହୁ, ଅଧ୍ୟାପକ ଡ. ଇପିଲୀ ଶିବଶଙ୍କର, ସ୍ବେଚ୍ଛାସେବୀ ସୁଜିତ୍ ରାଉତ, ଅଜୟ ନାୟକ, ହରପ୍ରିୟା ପତି, ବାସନ୍ତୀ ପ୍ରଧାନ, ବିଷ୍ଣୁପ୍ରୀୟା ପତି, ବିଷ୍ଣୁପ୍ରୀୟା ସାହୁ, ମୋନାଲିସା ସାମଲ, ନିବେଦିତା ସେଠୀ, ପ୍ରକାଶ ମହାଲିକ, ରତିରଞ୍ଜନ ସ୍ବାଇଁ ପ୍ରମୁଖ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ l