News
WhatsApp Image 2023-10-04 at 17.25.00
samparksetu

ନିର୍ମାଣ ନାରୀତ୍ୱର

ନାରୀ ….
ଜାୟା,ଜନନୀ,ପ୍ରେମିକା, ଭଗିନୀ
ମାତା,ଧାତ୍ରୀ ଆଦ୍ୟ ଚିରନ୍ତନୀ
କେତେଯେ ଲୁଚେଇ ରଖେ
ହୃଦୟରେ ନିନ୍ଦାର ସେ ବହ୍ନି ||
କେତେଯେ ଲୁଚେଇ ରଖେ
ହୃଦୟରେ ନିନ୍ଦାର ସେ ବହ୍ନି……

ନାରୀ……
ନୂତନ ସୃଷ୍ଟିର ଗନ୍ତା ଘର
ଉପସ୍ଥିତି କିଏବା ନଲୋଡେ ତାର
ଅଭିନବ ପ୍ରୟାସଟିଏ ଅଟେ ସୃଷ୍ଟିର
ତଥାପି ନାରୀ ଖୋଜେ ପରିଚୟ ତାର ||
ତଥାପି ନାରୀ ଖୋଜେ ପରିଚୟ ତାର…..

ନାରୀ ଶବ୍ଦେ କରନ୍ତି
କେତେଯେ ବିଶ୍ଳେଷଣ
ଗର୍ଭେ ଧରି ସନ୍ତାନକୁ
ନାରୀ କରେ କେତେ ଅନ୍ୱେଷଣ ||

ନାରୀ ସର୍ବସଂହା
ଉଦାର ସହନଶୀଳା …..
ନାରୀ ଅଟେ ସୃଷ୍ଟିର
ରଙ୍ଗ ଜ୍ୟୋତି ମାଳା ||

ନାରୀ …..
ମାତୃର ଗର୍ଭରେ
କନ୍ୟା ଭୃଣ ଖିଅ
ଘୃଣା ନୁହେଁ ତାକୁ
ଜନ୍ମ ହେବାକୁ ଦିଅ ||
ତାକୁ ଜନ୍ମ ହେବାକୁ ଦିଅ……

ଭକ୍ଷକ ସାଜନା
ବଞ୍ଚିବାକୁ ଦିଅ
ନାରୀର ଉତ୍ସାର୍ଗ ମନେ ପକାଅ
ସମାଜରେ ତାକୁ ସମ୍ମାନ ଦିଅ ||
ସମାଜରେ ତାକୁ…..
ସମ୍ମାନ ଦିଅ………

new life
You might also like
error: Content is protected !!