News
WhatsApp Image 2023-10-04 at 17.25.00
samparksetu

ଆଜି ଜୁନ ୫ ବିଶ୍ୱ ପରିବେଶ ଦିବସ

ପ୍ରତିବର୍ଷ  ଜୁନ ମାସ ୫ ତାରିଖ ଦିନକୁ ବିଶ୍ୱ ପରିବେଶ  ଦିବସ ରୂପେ ପାଳନ କରାଯାଏ । ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା ହେଉଛି ଏହି ଦିବସ ପାଳନ କରିବାର ମୁଖ୍ୟ ଉଦେଶ୍ୟ ।

ପ୍ରକୃତି ବିନା ଜୀବନ ଅସମ୍ଭବ, ମନୁଷ୍ୟ ଓ ପରିବେଶ ଉଭୟେ ଓତଃପ୍ରତ ଭାବେ ଜଡ଼ିତ । ଲଗାମଛଡା କଳକାରଖାନା ଗଢିଉଠିବା ହେତୁ ପରିବେଶ କ୍ରମାଗତ ଭାବରେ ଦୂଷିତ ହେବାରେ ଲାଗିଛି, ଯାହାର ପ୍ରଭାବ  ଆମ ଦୈନନ୍ଦିନ ଜୀବନ ଉପରେ ପଡୁଛି । ତେଣୁ ପରିବେଶର ସନ୍ତୁଳନ ରକ୍ଷା କରିବାକୁ ଏହି ଦିବସରେ ବାର୍ତ୍ତା ଦିଆ ଯାଇଥାଏ । ୧୯୭୨ରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି ।

ମିଳିତ ଜାତିସଂଘ ୧୯୭୨, ଜୁନ୍‌ ୫ରେରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଏକ ବୈଠକ କରିଥିଲା । ବୈଠକ ପରେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଏହି ଦିବସ ସେତେବେଳ ସଫଳ ହେବ ଯେତେବେଳେ ସମସ୍ତେ ପରିବେଶର ଯତ୍ନ ନେବେ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୁଝିବାକୁ ପଡ଼ିବ ଯେ ପରିବେଶ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବ ।

ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସ ପାଇଁ ଏକ ସ୍ୱତନ୍ତ୍ର ଥିମ୍‌ ରହିଥାଏ, ଚଳିତ ବର୍ଷ ଏହି ଦିସବର ଥିମ୍‌ ରହିଛି, ‘ଇକୋ ସିଷ୍ଟମ ରିଷ୍ଟୋରେସନ ‘ ।

new life
You might also like
error: Content is protected !!