News
WhatsApp Image 2023-10-04 at 17.25.00
samparksetu

ମାର୍ଚ୍ଚ ୧୯ ଆଜି ହେଉଛି ବିଶ୍ୱ ନିଦ୍ରା ଦିବସ

ଉତ୍ତମ ଭଲ ନିଦ, ସୁସ୍ଥ ଏବଂ ଉତ୍ତମ ଜୀବନ । ଆଜିର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ମଧ୍ୟରେ ସତେଯେପରି  ଲୋପ ପାଇଜାଇଛି ନିଦ । ନିଦ ଯେମିତି ସମସ୍ତଙ୍କ ପାଇଁ ନିଶ୍ଚିତ ହେବ ଏହି ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଂଚାଇବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୧୯କୁ ବିଶ୍ୱ ନିଦ୍ରା ଦିବସ ରୂପେ ପାଳନ କରାଯାଇଥାଏ । ଶରୀର ଫିଟ୍ ରହିବାରେ ନିଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।

ପରିବର୍ତ୍ତତ ଜୀବନଶୈଳୀ, କାର୍ଯ୍ୟରେ ଚାପ, ଅଧିକ ସମୟ ଧରି ମୋବାଇଲ କିମ୍ବା ଲାପ୍‌ଟପ୍ ବ୍ୟବହାର କରିବା ଦ୍ୱାରା ଠିକ୍ ଭାବରେ ରାତିରେ ନିଦ ଆସି ନଥାଏ । ଯାହାଦ୍ୱାରା ସାରା ଦିନ ଆପଣ ଥକିବା ଭଳି ଅନୁଭବ କରନ୍ତି । କାମ କରିବାକୁ ଇଚ୍ଛା ନ ହେବା ସହ ଅନେକ ସମୟରେ ନିଦ ମଧ୍ୟ ଆସିଥାଏ ।

ତେବେ କିଛି ଲୋକ ଏହାକୁ ସାଧାରଣ ବୋଲି ଭାବି ଅଣଦେଖା କରି ଦେଇଥାନ୍ତି । କିନ୍ତୁ ରାତିରେ ଠିକ୍ ଭାବରେ ନ ଶୋଇବା ଦ୍ୱାରା ଧିରେ ଧିରେ ଆପଣଙ୍କ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଯିବାକୁ ଲାଗିଥାଏ । ଜଣେ ବ୍ୟକ୍ତିଙ୍କୁ ପ୍ରତିଦିନ ୭ରୁ ୯ ଘଣ୍ଟା ଶୋଇବାର ଆବଶ୍ୟକତା ରହିଛି।

ସମାଜରେ ଶୋଇବା ସମ୍ବନ୍ଧୀୟ ରୋଗର ଭାରକୁ ହ୍ରାସ କରିବା ଉଦ୍ଦେଶ୍ୟରେ ୨୦୦୭ ମସିହାରୁ ବିଶ୍ୱ ନିଦ୍ରା ଦିବସ ପାଳନ କରାଯାଏ  ।

new life
You might also like
error: Content is protected !!