News
WhatsApp Image 2023-10-04 at 17.25.00
samparksetu

ବିଶ୍ୱ ବନ୍ୟଜନ୍ତୁ ଦିବସ ପାଳିତ

ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖକୁ ସାରା ବିଶ୍ୱରେ ବନ୍ୟଜନ୍ତୁ ଦିବସ ଭାବେ ପାଳନ କରାଯାଏ । ବିଶେଷ କରି ବନ୍ୟଜନ୍ତୁଙ୍କ ସୁରକ୍ଷା ତଥା ଜନସାଧାରଣ ଙ୍କୁ ବନ୍ୟଜନ୍ତୁଙ୍କ ପ୍ରତି ସଚେତନତା ନେଇ ଏହି ଦିବସ ପାଳନ କରାଯାଇଥାଏ । ମିଳିତ ଜାତିସଂଘ ପକ୍ଷରୁ ଏହି ଦିବସ ସାରା ବିଶ୍ଵରେ ପାଳନ ହେଉ ଥିବାବେଳେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଳକ ରେ ଜାତିସଂଘ ପୁରସ୍କାର ପ୍ରାପ୍ତ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀଙ୍କ ତତ୍ଵାବଧାନ ରେ ଏହି ଦିବସ ଉପଲକ୍ଷେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ହିନ୍ଦୋଳ ବ୍ଲକ ଅଧିନସ୍ତ ମୁଗୁପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ, ରାସୋଳ ସରକାରୀ ଉପ୍ରା ବିଦ୍ୟାଳୟ ଏବଂ ସରକାରୀ ଉପ୍ରା ବିଦ୍ୟାଳୟ ନାଉକିଆରୀ ରେ ବନ୍ୟପ୍ରାଣୀଙ୍କ ସୁରକ୍ଷା, ବନାଗ୍ନୀ ସଚେତନତା ଭଳି ପରିବେଶ ଏବଂ ବନ୍ୟଜନ୍ତୁ ଙ୍କ ସୁରକ୍ଷା ନେଇ ଏକ କର୍ମଶାଳା ଆୟୋଜିତ ହୋଇଥିବା ବେଳେ ଖରାଦିନେ ତୁଷାର୍ଥ ପକ୍ଷୀଙ୍କ ଜୀବନ ରକ୍ଷା ନିମନ୍ତେ ସଚେତନତାର ବାର୍ତା ରଖିଥିଲେ ଶୁଭ୍ରାଂଶୁ । ଖରାଦିନେ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଜୀବନ ହରାଉଛନ୍ତି ନିରିହ ବନ୍ୟଜନ୍ତୁ ପ୍ରାଣ ହରାଉଥିବା ରୁ ଜଙ୍ଗଲ ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ ବୋଲି ସ୍ଥାନୀୟ ରଥିଆପାଳ ଏବଂ ଭଗବାନପୁର ଗ୍ରାମ ରେ ସଚେତନତା ର ବାର୍ତା ମଧ୍ୟ ରଖିଛନ୍ତି ।

ସୂଚନା ଥାଉକି ତୁଷାର୍ଥ ପକ୍ଷୀଙ୍କ ସୁରକ୍ଷା ନିମନ୍ତେ ୩୫ ହଜାର ମାଟିପାତ୍ର ବଣ୍ଟନ କରିବା ସହ ପରିବେଶ ସୁରକ୍ଷା ଭିତ୍ତିକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରି ପ୍ରଥମ ଓଡ଼ିଆ ଏବଂ ଅଷ୍ଟମ ଭାରତୀୟ ଭାବେ ୟୁକେ ୱାଇଲଡ଼ଲାଇଫ ରେ ଯୁବ ପରିବେଶବିତ ଭାବେ ସ୍ଥାନ ଗ୍ରହଣ କରିଛନ୍ତି । ପ୍ଲାଷ୍ଟିକ ବର୍ଜନ କୁ ନେଇ ମାନବଶୃଙ୍ଖଳ, ଜଙ୍ଗଲ ରେ ନିଆ ଲିଭାଇବା ଭଳି କାର୍ଯ୍ୟ ମଧ୍ୟ କରିଛନ୍ତି ଏପରିକି ୨୦୧୮- ୧୯ ରେ ଜାତିସଂଘ ଠାରୁ ପୁରସ୍କାର ପାଇବା ସହ , ମହାମହିମ ରାଜ୍ୟପାଳ ଙ୍କ ଠାରୁ ବାର୍ଡମ୍ୟାନ ର ଆଖ୍ୟା ଅର୍ଜନ କରିଛନ୍ତି ଶୁଭ୍ରାଂଶୁ ଶତପଥୀ ।

new life
You might also like
error: Content is protected !!