ଢେଙ୍କାନାଳ ମାଟିର ଗୌରବ ଶୁଭ୍ରାଂଶୁ ଶତପଥୀ ଯୁବ ପରିବେଶ ବିତ ତଥା ପ୍ରକୃତି ପ୍ରେମୀ । ବାପା ତାଙ୍କର ଜଣେ ବନ ବିଭାଗ ଅଧିକାରୀ ଥିଲେ ତେଣୁ ବାଲ୍ୟ କାଳଟି ତାଙ୍କର ଜଙ୍ଗଲ ଭିତରେ ଅଧିକାଂଶ ସମୟ ବିତିଛି ତେଣୁ ଖୁବ୍ କମ୍ ବୟସରେ ସେ ପ୍ରକୃତି ପ୍ରେମ ରେ ଆବଦ୍ଧ ହୋଇଥିଲେ । ବାଣିଜ୍ଯ ବିଭାଗର ଛାତ୍ର ହୋଇ ସୁଦ୍ଧା ସେ ସଦାସର୍ବଦା ପ୍ରକୃତି ମନସ୍କ ଥିଲେ । ତାଙ୍କ ମନରେ ଥିଲା କିଛି ନୁଆଁ କରିଦେଖାଇବାର ଜିଜ୍ଞାସା । ସେଥି ପାଇଁ ଫୋଟଗ୍ରାଫି, ଚଳଚ୍ଚିତ୍ର ନିର୍ମାଣ ଓ ଏଥି ପାଇଁ ସଂଶ୍ଳିଷ୍ଟ ଗବେଷଣାକୁ ପ୍ରାଧାନ୍ୟ ଦେଉଥିଲେ । ପ୍ରକୃତି ପ୍ରେମୀ ଶୁଭ୍ରାଂଶୁ ଶତପଥୀ କିଟ୍ ଫିଲ୍ମ ସ୍କୁଲ ରୁ ପାଠ୍ୟକ୍ରମ ଶେଷ କରି “ପ୍ରକୃତି ଓ ଜୀବଜନ୍ତୁ ଙ୍କ ସୁରକ୍ଷା ଭିତ୍ତିକ ପ୍ରାମାଣିକ ଚଳଚିତ୍ର ନିର୍ମାଣ କରିଥିଲେ ।
ତାଙ୍କର ପେଶା ପାଲଟିଥିଲା ନିଶା । କ୍ୟାମେରା ପାଇବା ପରେ ସତ ରେ ସେ ନିଜର ଲକ୍ଷ୍ୟ ସ୍ଥଳ ପ୍ରାପ୍ତି ପାଇଁ ଏକାଗ୍ର ଚିତ୍ତ ରେ ମନସ୍କ ହୋଇଥିଲେ l କଙ୍କିର ଚିତ୍ରିତ ଡେଣା ଠୁ ନେଇ ବିଷଧର ସାପର ଗୁମ୍ଫା ପର୍ଯ୍ୟନ୍ତ ଅନେକ କିଛି ବିରଳ ଫୋଟ ଗ୍ରାଫି ସେ କରିଥିଲେ, ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ପ୍ରକୃତିର ସୁରକ୍ଷା । ଅନେକ ସମୟରେ ନିଜର ଫିଲ୍ମରେ ଏହି ବାକ୍ ଶୂନ୍ୟ ଜୀବଜନ୍ତୁଙ୍କ ପାଇଁ ସେ ନିଜେ ସ୍ଵର ଉତ୍ତୋଳନ କରୁଥିଲେ, ଜନସାଧାରଣ ଙ୍କୁ ଦେଉଥିଲେ ମର୍ମ କଥା ଓ ସାମାଜିକ ବାର୍ତ୍ତା ।
ସେ ସ୍ଥିର କରିଲେ ତାଙ୍କର ବ୍ୟକ୍ତିଗତ ସମୟ ଓ ସାମର୍ଥ୍ୟ ବନ୍ୟ ପ୍ରାଣୀଙ୍କର ସୁରକ୍ଷା ନିମନ୍ତେ ପ୍ରାମାଣିକ ଚଳଚିତ୍ର ନିର୍ମାଣ କରି ଜନସଚେତନତା ସୃଷ୍ଟି ପାଇଁ ଉତ୍ସର୍ଗୀକୃତ କରିବେ । ତତ୍ ସଙ୍ଗେ ସେ ବନ୍ୟଜନ୍ତୁ ଏବଂ ତାଙ୍କର ସୁରକ୍ଷା ପାଇଁ ଅନେକ କିଛି ଲେଖା ଲେଖିଥିଲେ
http:theyreallyneedus.blogspot.in ବ୍ଲଗ ରେ ଅନେକ କିଛି ସ୍ମୃତି କୁ ସାଉଁଟି ଲେଖିଥିଲେ । ଜଣେ ସ୍ଵେଚ୍ଛାସେବୀ ରୂପେ ପ୍ରକୃତି ସଂରକ୍ଷଣ ସଂସ୍ଥା , ୱାର୍ଲଡ଼ ୱାଇଲଡ଼ ଲାଇଫ ଫଣ୍ଡ ଇଣ୍ଡିଆ, ବିଶ୍ଵ ଏକତ୍ରୀ କରଣ ପ୍ରକଳ୍ପ, ରେଜିଷ୍ଟର୍ ସଦସ୍ୟ ରୂପେ ବିଶ୍ଵ ଫଟୋଗ୍ରାଫି କ୍ଲବ୍, ସଂରକ୍ଷଣ ଓ ସମାଜ, ସିବିଏମଆଇ, କଞ୍ଜରଭେସନ ଅନଲାଇନ ଷ୍ଟୁଡେଣ୍ଟ ଆସୋସିଏସନ, ବିଶ୍ଵ ଫୋଟ ଗ୍ରାଫି ସଂଗଠନ, ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ କ୍ଲବ୍ ଓ ବନ୍ୟପ୍ରାଣୀ ଚଳଚିତ୍ର ସଂଗଠନ ରେ କାର୍ଯରତ ଥିଲେ । ତାଙ୍କ ଦ୍ୱାରା ନିର୍ମିତ ଭାରତୀୟ ବନ୍ୟପ୍ରାଣୀ ଓ ସଂରକ୍ଷଣ ସମ୍ବନ୍ଧୀୟ ଆଠଟି ଫିଲ୍ମ ମନୋନୀତ ହୋଇଥିଲା । ବର୍ତ୍ତମାନ ସେ ହିୟର ଫର କଞ୍ଜରଭେସନ ନାମକ ଏକ ଇନିସିଏଟିଭ ଆରମ୍ଭ କରିଛନ୍ତି । ଯେଉଁଥିରେ ସୂଚନା, ପ୍ରେରଣା ତଥା ସାଧାରଣ ଲୋକଙ୍କ ମଧ୍ୟରେ ବନ୍ୟଜନ୍ତୁ ଙ୍କ ସୁରକ୍ଷା ପାଇଁ ସଚେତନତା ଓ ଦାୟିତ୍ଵ ବୋଧ ସମ୍ବଳିତ ବିଷୟ ରହିଛି ।
ସିଏ ତୋଳିଥିବା ଅନେକ କିଛି ଫୋଟଗ୍ରାଫ ବିଭିନ୍ନ ଅଗ୍ରଣୀ ଖବରକାଗଜ ରେ ପ୍ରକାଶିତ ହେବା ସହ ୱେବସାଇଟ ରେ ସ୍ଥାନିତ ହୋଇଛି, ଏପରିକି ନ୍ୟାସ୍ନାଲ ଜିଓଗ୍ରାଫିକ ମୋମେଣ୍ଟ ଆୱାର୍ଡ, ନେଟୱାର୍କ ଇମେଜ ଆୱାର୍ଡ ଫଟୋବ୍ଲର, ଇଣ୍ଡିଆରକ୍ସ ରେ ମଧ୍ୟ ସ୍ଥାନ ପାଇଛି । ଫିଲ୍ମସ୍କୁଲ ପଢିବା ସମୟରେ ସିଏ ଦୁଇଟି ପ୍ରାମାଣିକ ଚଳଚିତ୍ର ତିଆରି କରିଥିଲେ ” ବେଷ୍ଟ ଆଉଟ ଅଫ ୱେଷ୍ଟ ” ଯାହାକି ଆବର୍ଜନାରୁ ସୂକ୍ଷ୍ମ ବସ୍ତୁ ନିର୍ମାଣ ଉପରେ ଆଧାରିତ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରକୃତି ର ସୁରକ୍ଷା ପାଇଁ ଜନସାଧାରଣଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା । ଏହି ଚଳଚିତ୍ର ବିଭିନ୍ନ ଫିଲ୍ମ ଫେଷ୍ଟିଭାଲ, ସାମାଜିକ କ୍ଷେତ୍ର, ଅନୁଷ୍ଠାନ ରେ ପ୍ରଦର୍ଶିତ ହେବା ସହ ଶ୍ରେଷ୍ଠ ସିନେମା, ସିନେମାଟୋଗ୍ରାଫି ପରି ଅନେକ ପୁରସ୍କାର ହାସଲ କରିଥିଲା । ପକ୍ଷୀଙ୍କ ତୁସ୍ନା ମେଣ୍ଟାଇବାକୁ ଆଧାର କରି ନିର୍ମାଣ କରିଥିଲେ ଦେ ରିୟଲୀ ନିଡ଼ ଅସ୍ , ଚିର ହରିତ୍ ଘାସ, କୋଇଲି ର କୁହୁତାନ ପରି ଅନେକ କିଛି ଦୃଶ୍ୟ କୁ ତୋଳି ନିର୍ମାଣ କରିଥିଲେ ଦେ ଲେଟ ଦେମ ବ୍ରିଥ ରେ ସେ କାର୍ଯ୍ୟ କରିଥିଲେ ଯାହାକି ବର୍ତ୍ତମାନ ର ଆଧୁନିକୀକରଣ ଓ ସମୟ ଅନୁସାରେ କଙ୍କ୍ରିଟ୍ ଓ କ୍ରସର୍ ଯୋଗୁଁ ବିଲୁପ୍ତପ୍ରାୟ ସ୍ଥିତିରେ । ଏସଡିଜି ନଗେଟ ହାୱାର ର ଷଷ୍ଠ ବାର୍ଷିକ ଉତ୍ସବରେ ସେ ମୁଖ୍ୟବକ୍ତାଭାବେ ଅଂଶ ଗ୍ରହଣ କରିଥିଲେ । ଜିରୋ ୱେଷ୍ଟ ରନ ରେ ଭାରତରୁ ପ୍ରତିନିଧିତ୍ୱ କରି ୨୫ କିଲୋମିଟର ଦୌଡ ଆୟୋଜନ ଦ୍ଵାରା ପ୍ରାକୃତିକ ସଂରକ୍ଷଣ ତଥା ପ୍ଲାଷ୍ଟିକ ମୁକ୍ତ ପରିବେଶ ନିର୍ମାଣ ଥିଲା ମୁଖ୍ୟ ଲକ୍ଷ୍ୟ । ମୁଖ୍ୟ ବକ୍ତାଭାବେ ସେ ସ୍ଵଚ୍ଛ ଜଳ ଓ ପରିମଳ ଏବଂ ଶୁଷ୍କ ଭୂମି ରେ ଜଳ ର ବିନିଯୋଗ ସମ୍ଵନ୍ଧରେ ତାଙ୍କର ମୁଖ୍ୟ ବାର୍ତ୍ତା ଥିଲା । ମହାମାରୀ ସମୟରେ ଜଳର ଗୁରୁତ୍ବ ସମ୍ବନ୍ଧ ରେ ବିଶ୍ଵ ପରିବେଶ ଦିବସ ୨୦୨୧ ଉପଲକ୍ଷେ ଏକ ପ୍ରାଚୀନ ପତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟାରେ ଯୁବ ଛାତ୍ର ମାନେ ଭାଗ ନେଇ ସଚେତନତା ବାର୍ତ୍ତା ଦେଇଥିଲେ । ରନ୍ ଫର ବ୍ରାହ୍ମଣୀ ଦ୍ଵାରା ନଦୀ ସଂରକ୍ଷଣ ଏବଂ ସଭ୍ଯତା ସଂରକ୍ଷଣ ର ବାର୍ତ୍ତା ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାରଣ ଢେଙ୍କାନାଳ ହେଉଛି ବ୍ରାହ୍ମଣୀ ନଦୀ ର ଉତ୍ପତ୍ତି ସ୍ଥଳ । ତତ୍ ସଙ୍ଗେ ଜଳର ଗୁରୁତ୍ୱ, ପରିବେଶ ସୁରକ୍ଷା ପାଇଁ ବ୍ୟକ୍ତିଗତ ଦାୟିତ୍ବ ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ ।
“ମୋ ସ୍କୁଲ୍ ଅଭିଯାନ” ଅନ୍ତର୍ଗତ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଠାରେ ଏକ କର୍ମଶାଳା ଆୟୋଜିତ କରାଯାଇଥିଲା । “ମୋ ସ୍କୁଲ୍ ଅଭିଯାନ” ର ଅଧିକାରୀ ମାନେ ଘୋଷଣା କରିଥିଲେ ଏହି କାର୍ଯ୍ୟକ୍ରମ ଓଡ଼ିଶା ର ପ୍ରଥମ କାର୍ଯ୍ୟକ୍ରମ ଯେଉଁଠାରେ ବିଦ୍ୟାର୍ଥୀ ମାନେ ପରିବେଶ ଓ ଜୀବଜନ୍ତୁ ସୁରକ୍ଷା ପାଇଁ ଶିକ୍ଷା ଗ୍ରହଣ କରିଲେ । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଟୁଥିବା ବନାଗ୍ନି ସମୟରେ ନିଆଁ ଲିଭାଇ ଗଛ ଓ ଜୀବଜନ୍ତୁ ଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ ସିଏ।
ସ୍କୁଲ ପିଲା ଙ୍କ ମଧ୍ୟରେ ପରିବେଶ ପାଇଁ ସଚେତନତା ନିମନ୍ତେ ବିଭିନ୍ନ ପରିବେଶ ସୁରକ୍ଷାଧର୍ମୀ ଚଳଚ୍ଚିତ୍ର ପ୍ରଦର୍ଶିତ କରିବା ସହ ବିଶ୍ଵ ପରିବେଶ ଦିବସ ୨୦୧୮ ରେ ମାନବ ଶୃଙ୍ଖଳ କାର୍ଯ୍ଯକ୍ରମ ଆୟୋଜନ ପୂର୍ବକ ଶହ ଶହ ଲୋକମାନେ ଏଥିରେ ସାମିଲ ହୋଇ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ । ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ନିମନ୍ତେ ୨୦୦୮ ମସିହାରୁ ସେ ପକ୍ଷୀ ମାନଙ୍କୁ ଜଳ ପାତ୍ରରେ ଜଳ ଦାନ କରିବା ସହିତ ତୃଷାର୍ତ୍ତ ପକ୍ଷୀ ମାନଙ୍କୁ ଜଳ ଦାନ ସମ୍ବନ୍ଧ ରେ ବିଭିନ୍ନ କର୍ମଶାଳା ଆୟୋଜନ ପୂର୍ବକ କୃତ୍ରିମ ପୁଷ୍କରିଣୀ କିପରି ବିଭିନ୍ନ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ତଥା ସାମାଜିକ ସ୍ଥାନ ରେ କିପରି ହୋଇ ପାରିବ ଯେଉଁଠାରେ ପକ୍ଷୀମାନେ ଗାଧେଇବା ସହ ପାଣି ପିଇ ପାରିବେ, ସେ ବିଷୟରେ ଆଲୋଚନା କରିଥାନ୍ତି ।