News
WhatsApp Image 2023-10-04 at 17.25.00
samparksetu

ଖସୁଛି ପାରଦ ଥରୁଛି ଢେଙ୍କାନାଳ !

ଆଜିଠାରୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲାରେ ଶୀତ ଲହରି ବଢ଼ିବାର ସଂଭାବନା ରହିଛି । ଗୁରୁବାର ଯାଏଁ କିଛି ସ୍ଥାନରେ ଅତ୍ୟଧିକ ଶୀତ ଲହରୀର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଆଜି ଢେଙ୍କାନାଳ ସମେତ ୧୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ  ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟ ଜିଲ୍ଲା ଅପେକ୍ଷା ଢେଙ୍କାନାଳ ଜିଲ୍ଲାରେ ଶୀତ ର ପ୍ରକୋପ ସହ୍ୟ ଥିଲେ ମଧ୍ୟ, ବୟସ୍କ ବ୍ୟକ୍ତିଙ୍କୁ ସତର୍କ ରହିବା ସହ ବାହାରକୁ ଯାଉଥିଲେ ଏକାଧିକ ପୋଷାକ ପିନ୍ଧିବା କୁ କୁହାଯାଇଛି ।

ଏପରିକି ଘରେଥିବା ପାଳିତ ପଶୁ ପକ୍ଷୀ ଙ୍କ ମଧ୍ୟ ଶୀତ ଜନିତ ଯତ୍ନ ନେବାକୁ ପରାମର୍ଶ ଥିବା ବେଳେ ଅତ୍ୟାବଶ୍ୟକ ନଥିଲେ ରାତିରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

new life
You might also like
error: Content is protected !!