ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ବାମ ଭୁଟଭୁଟି ଗ୍ରାମରୁ ମଙ୍ଗଳବାର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରିଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରୀ ହେଲେ ପରଜଙ୍ଗ ଥାନା ବାମ ଗ୍ରାମ ଭୁଟୁଭୁଟି ସାହିର ପ୍ରତାପ ରୁଦ୍ର ମହାନ୍ତଙ୍କ ଝିଅ ରିପ୍ତୀମୟୀ ମହାନ୍ତ। ସୂଚନା ମୁତାବକ ସୋମବାର ଘରେ କେହି ନଥିବା ବେଳେ ରିପ୍ତିମୟୀ ଏକାକି ଘରେ ଥିଲା ବେଳେ ଆତ୍ମହତ୍ୟା କରିଥିବା ଜଣାପଡିଛି।
ବାପା ବଡବିଲରେ ଘରୋଇ କମ୍ପାନିରେ ଚାକିରି କରୁଥିବା ବେଳେ ମା ଓ ଝିଅ ପୁଅ ଘରେ ରହୁଥିଲେ। ମା ଗାଈ ଚରାଇବା ପାଇଁ ଯାଇଥିବା ବେଳେ ସନ୍ଧ୍ୟା ସମୟରେ ଘରକୁ ଫେରି ଝିଅ ଆତ୍ମହତ୍ୟା କରିଥିବାର ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟବଛେଦ ପାଇଁ ପଠାଇ ଅଧିକ ତଦନ୍ତ ଯାରି ରଖିଛି।
ଘର ଭିତରୁ ଏକ ସୁଇସାଇଡ ନୋଟ ମଧ୍ୟ ପୋଲିସ ଜବତ କରିଛି।ଏଥିରେ ଲେଖା ରହିଛି “ମୁଁ ଆମ ମୋବାଇଲରେ କିଛି ଖରାପ ଫଟୋ ଉଠାଇଥିଲି।ସେ ସବୁ ଫଟୋ ସମସ୍ତଙ୍କ ପାଖରେ ଅଛି,ଆସୁଅଛି ଆର ଜନ୍ମରେ ଦେଖାହେବ।ମତେ ତୁମେ କ୍ଷମା କରିଦିଅ।”ତେବେ ଏହି କାରଣରୁ ଆତ୍ମହତ୍ୟା କରିଛନ୍ତି କି ଅନ୍ୟ କିଛି କାରଣ ରହିଛି ପୋଲିସ ତଦନ୍ତ ଜାରି ରଖିଛି।ତେବ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।
ଏନେଇ କାମାକ୍ଷାନଗର ଏସଡିପିଓ ରଂଜନ କୁମାର ଦେଓ କୁହନ୍ତି ମୁତାଫା ଜଣେ ନାବାଳିକା ଅଟେ ଓ ତାଙ୍କର ମୃତ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏକ ଅପମୃତ ମାମଲା ରୁଜୁକରିଛନ୍ତି, ଘଟଣାସ୍ଥଳରୁ ଏକ ସୁଇସାଇଡ଼ ନୋଟ ପୋଲିସ ଜବତକରି ତଦନ୍ତ ଆରମ୍ଭ କରିଛନ୍ତି ପରେ ପ୍ରକୃତ ଘଟଣା ଜଣାପଡିବ।