News
WhatsApp Image 2023-10-04 at 17.25.00
samparksetu

ଆସୁଛନ୍ତି ମା’ ଲକ୍ଷ୍ମୀ ; ୨୮ ରେ ପୂଜା ,ନଭେମ୍ବର ୮ରେ ଭସାଣି ଉତ୍ସବ

ଢେଙ୍କାନାଳ ସହର ସ୍ଥିତ ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜଲକ୍ଷ୍ମୀ ପୂଜା ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୮ ତାରିଖରେ ଶେଷ ହେବା ସହିତ ଭସାଣି ଉତ୍ସବ ଅନୁଷ୍ଠିତ ହେବ ।

ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳା ଓ ଭାରଚାରା ମଧ୍ୟରେ ଅଧିକ ସରସ ସୁନ୍ଦର କରି ଆୟୋଜନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ନିବେଦନ କରିଛନ୍ତି । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଜନସାଧାରଣ ସହଯୋଗ କରି ଢେଙ୍କାନାଳର ସ୍ୱତନ୍ତ୍ର ଐତିହ୍ୟ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ସେ କହିଛନ୍ତି । ଶିଶୁ,ବୃଦ୍ଧ ଏବଂ ହୃଦରୋଗୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଭସାଣି ସମୟରେ ଡିଜେ ସାଉଣ୍ଡ ବ୍ୟବହାର ନକରି ପାରମ୍ପାରିକ
ବାଦ୍ୟ ଯନ୍ତ୍ର ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାରେ ପ୍ରବଳ ଜନଗହଳି ଦୃଷ୍ଟିରୁ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ ବୋଲି ଏସପି ଜ୍ଞାନରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି । ଏହା ସହିତ ପୂର୍ବବର୍ଷ ଯେଉଁ ସବୁ ଛୋଟମୋଟ ସମସ୍ୟା ମାନ ଦେଖା ଯାଇଥିଲା ସେ ସବୁ ଏହିବର୍ଷ ଯେପରି ନହେବ ସେ ସବୁ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି । ଲକ୍ଷ୍ମୀପୂଜା ଢେଙ୍କାନାଳର ଗଣପର୍ବ ,ଏହା ଢେଙ୍କାନାଳର ଗର୍ବ ଓ ଗୌରବର ବିଷୟ ।

ଏଣୁ ଏହି ପାର୍ବଣକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ସହିତ ଉପଭୋଗ କରିବାକୁ ଳକ୍ଷ୍ମୀପୂଜା କମିଟିର ସଭାପତି ଜ୍ଞାନେନ୍ଦ୍ର ବେହେରା ସମସ୍ତ କର୍ମକର୍ତା ଙ୍କୁ ନିବେଦନ କରିଥିଲେ ।ଏବଂ
ଜିଲ୍ଲା ପ୍ରଶାସନର ସହଯୋଗ କାମନା କରିଥିଲେ । ଏହି ବୈଠକରେ ପୌରାଧ୍ୟକ୍ଷା ଜୟନ୍ତି ପାତ୍ର ଯୋଗଦେଇ ପୌରପାଳିକା ତରଫରୁ ପୂଜା ପାଇଁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । ପୂଜା କିପରି ଶାନ୍ତି ଶୃଙ୍ଖଳାର ସହିତ ହେବ ତାହା ଆମ ସମସ୍ତଙ୍କର କର୍ତବ୍ୟ ବୋଲି କହିଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦର ସଭାପତି ଅର୍ଚ୍ଚନା ପୁହାଣ ଯୋଗଦେଇ ଢେଙ୍କାନାଳ ବାସୀଙ୍କ ପାଇଁ ଲକ୍ଷ୍ମୀପୂଜା ଏକ ପୂଜା ନୁହେଁ ଏହା ଏକ ଆବେଗ ବୋଲି କହିଥିଲେ । ଏହାର ସୁପରିଚାଳନା କରିବା ଜିଲ୍ଲା ପ୍ରଶାସନର
ଯେତିକି ଦାୟୀତ୍ୱ ଆମ ସହରବାସୀଙ୍କ ପାଇଁ ସେତିକି ଦାୟୀତ୍ୱ ବୋଲି କହିଥିଲେ।

ଏହି ପୂଜା ସମୟରେ ପ୍ରତ୍ୟେକ ପୂଜା ପ୍ରତିଷ୍ଠାନରେ ପୋଲିସ ମୁତୟନ ସହିତ ଟ୍ରାଫିକ ନିୟନ୍ତ୍ରଣର ବ୍ୟବସ୍ଥା, ସହରକୁ
ପରିଷ୍କାର ପରିଛନ୍ନ ରଖିବା,ନାଳନର୍ଦ୍ଦମା ସଫା,ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା,ଅଧିକ ପାନୀୟ ଜଳ ଯୋଗାଣ, ଡ୍ରେନ ଏବଂ ରାସ୍ତା ମରାମତି, ବୁଲା ଗାଈଗୋରୁ,ଷଣ୍ଢଙ୍କୁ ରାସ୍ତାରୁ ହଟାଇବାର ବ୍ୟବସ୍ଥା କରିବା, ପାର୍କିଂ ବ୍ୟବସ୍ଥା, ଅଗ୍ନିଶମ ବ୍ୟବସ୍ଥା,୨୪ ଘଣ୍ଟିଆ ଚିକିତ୍ସା ଓ ଜରୁରୀ ସେବା ନିମନ୍ତେ ଆମ୍ବୁଲାନ୍ସ ମୁତୟନ, ପରିଶ୍ରାଗାର ବ୍ୟବସ୍ଥା,
ପୂଜା ସମୟରେ ନିରବିଛିନ୍ନ ବିଦ୍ୟୁତ୍ ଯୋଗାଣ,ରାତ୍ର ୧୨ ଘଟିକା ପର୍ଯ୍ୟନ୍ତ ପୂଜା ଉତ୍ସବ ପାଳନ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା ।

ପୂଜା ସମୟରେ ମହିଷାପାଟ ଠାରେ ପଲ୍ଲିଶ୍ରୀ ମେଳା ହେବା
ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି । ବୈଠକରେ ସଦର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ପୂଜା ଆୟୋଜନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

new life
You might also like
error: Content is protected !!