News
WhatsApp Image 2023-10-04 at 17.25.00
samparksetu

ଜନ ଅଭିଯୋଗ ଶୁଣାଣିରେ ଆସିଲେନି ଉଚ୍ଚ ଅଧିକାରୀ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରେ ୩ ମାସ ପରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅଭିଯୋଗ ଶୁଣାଣି ରେ ଜିଲ୍ଲାର କୌଣସି ପଦାଧିକାରୀ ଯୋଗ ଦେଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।ତେବେ ଅଭିଯୋଗ ଶୁଣାଣି ରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଉପସ୍ଥିତ ସେତେଟା ପ୍ରଭାବ ପକାଇନଥିଲା ।

ଫଳରେ ବ୍ଲକ ସଦଭାବନା ହଲ କୁ ଅଭିଯୋଗ କରିବାକୁ ଆସିଥିବା ଅଭିଯୋଗକାରୀ ନିରାଶ ମନରେ ଫେରୁଥିବା ଦେଖାଯାଇଥିଲା | ଜିଲ୍ଲାପାଳ ଙ୍କ ଗ୍ରସ୍ତ ନେଇ ସେଭଳି ପ୍ରଚାର ପ୍ରସାର ହୋଇନଥିବାରୁ ବହୁ ଅଭିଯୋଗ କାରି ସଠିକ ସମୟରେ ପହଂଚି ପାରିନଥିଲେ | ତେବେ ଅଭିଯୋଗ ହୋଇଥିବା ୧୩୩ ଟି ମୁଖ୍ୟ ସମସ୍ୟା ମଧ୍ୟରେ ରହିଛି
୧- ଯମୁନାକୋଟ ଛକରେ ବିଦୁତ ବ୍ୟବସ୍ଥା ଜାତୀୟ ରାଜପଥ ୫୩ ଯମୁନାକୋଟ ଛକଟି ରାତି ଦିନ ଦୋକାନ ବଜାର ଖୋଲା ରହୁଥିବା ବେଳେ ଏହି ସ୍ଥାନରେ ବିଦୁତ ର କୌଣସି ବ୍ୟବସ୍ଥା ନାହିଁ । ଫଳରେ ଲୋକ ମାନେ ନାହିଁନଥିବା ହଇରାଣ ହେଉଛନ୍ତି ।ଏନେଇ ସିପିଆଇ ନେତା ଶିବରାମ ସାହୁ ଙ୍କ ସମେତ ବହୁ ବ୍ୟକ୍ତି ଅଭିଯୋଗ କରିଛନ୍ତି ।

୨- ଭୁବନ ବ୍ଲକ କୁନିନ୍ଦା ପଂଚାୟତ କେଂଦୁପଡା ଗ୍ରାମରେ ଶିକ୍ଷକ ନିଯୁକ୍ତି ନେଇ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣିରେ ୱାର୍ଡ ସଭ୍ୟ ସିଲୁ ମିଶ୍ରଙ୍କ ସମେତ ଗ୍ରାମବାସୀ ଆପତ୍ତି କରିଛନ୍ତି |

୩- ଭୁବନ ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ରଗଡିଛକ ରେ ମାର୍କେଟ କଂପ୍ଲେକ୍ସ ନିର୍ମାଣ ହେଉଥିବା ସ୍ଥାନରେ ମାଟି ମୋରମ ବଦଳରେ କ୍ରୋମ ଗୁଣ୍ଡ ର ବର୍ଜ୍ୟ ବସ୍ତୁ ପୋତିବାକୁ ନେଇ ବିଜେପି କାଉଁସିଲର ସୁଶାନ୍ତ ପୃଷ୍ଟି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ ।ତେବେ ଏହା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ହୋଇଛି ବୋଲି ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ କହିଥିଲେ । ଏନେଇ ପାଚେରୀ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ରମେଶ ସେଠି କହିଥିଲେ ।

୪- ଭୁବନ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଣେ ହିତାଧିକାରୀ କାର୍ଯ୍ୟାଦେଶ ପାଇ ପ୍ରଥମ କିସ୍ତି ପାଇନଥିବା ବେଳେ ଆଦୌ କାର୍ଯ୍ୟାଦେଶ ନପାଇ ପ୍ରଥମ କିସ୍ତି ଟଙ୍କା ପାଇବା ନେଇ ଅଭିଯୋଗ ହୋଇଥିଲା ।ମାର୍ଥାପୁର ପଞ୍ଚାୟତ ମାର୍ଥାପୁର ଗ୍ରାମ ର ହୀରା ସାମଲ କାର୍ଯ୍ୟାଦେଶ ନପାଇ ପ୍ରଥମ କିସ୍ତି ପାଇଥିଲେ । ବିଡ଼ିଓ ଙ୍କୁ କାର୍ଯ୍ୟାଦେଶ ମାଗିବାକୁ ଆସି ହରଡଘଣାରେ ପଡିଛନ୍ତି ।ବିଡ଼ିଓ କଲ୍ୟାଣ ସୌରଭ ଦାସ ହୀରା ସାମଲ ଙ୍କୁ ଟଙ୍କା ଫେରସ୍ତ ନିମନ୍ତେ ତାଗିଦ କରିଥିବା ଜଣାଯାଇଛି ।

ସୁରପ୍ରତାପପୁର ହାଟ ନିଲାମ କୁ ନେଇ ସରପଞ୍ଚ ଙ୍କ ବିରୋଧ
ସୁରପ୍ରତାପପୁର ଗ୍ରାମ ପଞ୍ଚାୟତ ରେ ମଙ୍ଗଳବାର ଟିପିଲେଇ ହାଟ ୩ ମାସ ହେଲା ହାଟ ନିଲାମ ହୋଇନାହିଁ | ଗୋଟିଏ ପାଲିରେ ୨ ହଜାର ଟଙ୍କା ହେଉଛି ବୋଲି କୁହନ୍ତି ନିର୍ବାହୀ ଅଧିକାରୀ ବର୍ଷା ମାରାଣ୍ଡି । ତେବେ ବିଗତ ଦିନରେ ଏହି ହାଟ ୫୨ପାଳିକୁ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କାରେ ନିଲାମ ହୋଇଥିଲା ।

ତେବେ ଚଳିତ ବର୍ଷ ନିଲାମ ସ୍ଥାନ ପଞ୍ଚାୟତରେ ହେଉ ବୋଲି ସରପଞ୍ଚ ସୋନି ସାମଲ ଦାବି କରୁଥିବା ବେଳେ ହାଟରେ ନିଲାମ କରିବାକୁ ପଞ୍ଚାୟତ ର ବହୁ ବୁଦ୍ଧିଜୀବୀ ଚାପ ପକାଉଥିବା ଜଣାପଡିଛି ।ଏହି ଅଭିଯୋଗ ଶୁଣାଣିରେ ଏସ. ପି ମୁଖ୍ୟ ଚିକିତ୍ସାଅଧିକାରୀ ବନବିଭାଗ ଅଧିକାରୀ ଙ୍କ ଅନୁପସ୍ଥିତି ଦେଖାଦେଇଥିଲା |

new life
You might also like
error: Content is protected !!