News
WhatsApp Image 2023-10-04 at 17.25.00
samparksetu

ଟ୍ରକ ଧକ୍କାରେ ଛେଳି ଚରାଳି ଗୁରୁତର

ଢେଙ୍କାନାଳ-ଭୁବନ ପୂର୍ତ୍ତ ବିଭାଗ ରାସ୍ତାରେ ଛେଳି ଚରାଇ ଘରକୁ ଫେରୁଥିବା ସମୟରେ ଜଣେ ଛେଳି ଚରାଉଥିବା ଯୁବକଙ୍କ ଉପରେ ଚଢିଗଲା ଟ୍ରକ । ଫଳରେ ତାଙ୍କ ଗୋଡରେ ଗଭୀର ଆଘାତ ଲାଗିବାରୁ ତାଙ୍କର ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି ।

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଏକତାଳି ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମର ଛବି ପଲେଇ ବୟସ ତାଙ୍କର ୩୭ ବର୍ଷ ସେ ଜଣେ ଦିନ ମଜୁରିଆ ଅଟନ୍ତି ।ମଜୁରୀ ଖଟିବାକୁ ମହାଜନର ଛେଳି ଚରାଇ ଅପରାହ୍ନ ରେ ଘରକୁ ଫେରୁଥିଲେ ।

ଭୁବନ ଆଡୁ ଏକ ଛ’ଚକିଆ କ୍ରୋମାଇଟ ବୋଝେଇ ଟ୍ରକ ନମ୍ବର ଓଆର ୦୯ଡି ୭୬୯୦ ଢେଙ୍କାନାଳ ଆଡୁ ଯିବା ସମୟରେ ପୁରୁଷୋତ୍ତମପୁର ନିକଟରେ ଛବି ଉପରେ ଟ୍ରକ ଚଢିଯାଇଥିଲା। ଦୂର୍ଘଟଣା ଘଟାଇ ଟ୍ରକ ଚାଳକ ସେହି ସ୍ଥାନ ଛାଡି ପଳାଇଯାଇଥିଲା। ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଭୁବନ ଡାକ୍ତରଖାନା ଓ ପରେ ଢେଙ୍କାନାଳ ମୂଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।ତେବେ ଛବି ଜଣେ ଗରିବ ଦିନ ମଜୁରିଆ ହୋଇଥିବାରୁ ଚିକିତ୍ସା କରିବା ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ଦେଖା ଦେଇଛି ।

new life
You might also like
error: Content is protected !!