News
WhatsApp Image 2023-10-04 at 17.25.00
samparksetu

ପିଲାଙ୍କ ବିଜ୍ଞାନ ଅନ୍ୱେଷଣ କେନ୍ଦ୍ର ତରଫରୁ ପରିବେଶ ଦିବସ ଉପଲକ୍ଷେ ଏକ ଅନଲାଇନ କାର୍ଯ୍ୟକ୍ରମ ଆୟୋଜିତ

ଆଜି ଅପରାହ୍ଣ ଘ୧୨.୧୫ ମିନିଟ ସମୟରେ ସାଲେପୁର ବ୍ଲକ୍ ଅନ୍ତର୍ଗତ ଭାତପଡା ଗ୍ରାମରେ ସ୍ଥାପିତ ପିଲାଙ୍କ ବିଜ୍ଞାନ ଅନ୍ୱେଷଣ କେନ୍ଦ୍ର ତରଫରୁ ପରିବେଶ ଦିବସ ଉପଲକ୍ଷେ ଏକ ଅନଲାଇନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।

ପିଲାଙ୍କ ବିଜ୍ଞାନ ଅନ୍ୱେଷଣ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ସାହୁ , ବିଜ୍ଞାନମିତ୍ର ଦୀପକ କୁମାର ବେହେରା ଓ ସହଯୋଗୀ ମାନଙ୍କ ସହିତ ସାଲେପୁର ବ୍ଲକ୍ ଅନ୍ତର୍ଗତ ପାଖାପାଖି ୪୦ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ମୂଖ୍ୟ ଅତିଥି ଭାବରେ ଡ଼ା. ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ବିଜ୍ଞାନ ଶିକ୍ଷକ,ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଦେବରାଜ ରାଉତ ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ବିଜ୍ଞାନ ଶିକ୍ଷକ,ଇକୋ କ୍ଲବ ତଥା ଗ୍ରୀନ ଆର୍ମିର ପରିଚାଳକ ଯୋଗଦେଇ ପିଲାମାନଙ୍କୁ ପରିବେଶ ଦିବସର ଲକ୍ଷ୍ୟ ଓ ତାତ୍ପର୍ଯ୍ୟ ବୁଝାଇବା ସହିତ ଏହି ଦିନରେ କିଛି ଗଛ ଲଗାଇବାକୁ କହିଥିଲେ।

ଖାଲି ଗଛ ଲଗାଇଲେ ହେବ ନାହିଁ ଏହାର ସୁରକ୍ଷା ଏବଂ ଦାୟିତ୍ଵ ନେଇ ଗଛ ଗୁଡିକୁ ବଡ଼ କରିବାକୁ କହିଥିଲେ । ଯେପରି ଆମେ ବ୍ୟାଙ୍କରେ ସଞ୍ଚୟ ଖାତା ଖୋଲୁଛେ ସେହି ଭଳି ଗୋଟିଏ ଗୋଟିଏ ଗଛକୁ ପାସବୁକ୍ ଭଳି ଖୋଲି ଗଛ ସମ୍ପର୍କରେ ସବିଶେଷ ବିବରଣୀ,ଅର୍ଥ, ସମୟ ବ୍ୟୟ ଓ ବୃକ୍ଷ ଦ୍ୱାରା ହେଉଥିବା ଉପକାରିତାର ମୂଲ୍ୟାଙ୍କନ କରି ଲେଖିବାକୁ ଓ ତାହାର ତୁଳନାତ୍ମକ ବିବରଣୀ ପ୍ରଦାନ କରିବାକୁ ସୁପରାମର୍ଶ ପ୍ରଦାନ କରିଥିଲେ ।

ଏହା ସହିତ କିପରି ପରିବେଶ ନଷ୍ଟ ହେଉଛି, ଓଜନ ସ୍ତର ଉପରେ ଏହାର କୁପ୍ରଭାବ ପଡୁଛି, ବିଶ୍ୱତାପନ ଫଳରେ ଆମେ ଏବଂ ପଶୁ ପକ୍ଷୀମାନେ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ଏବଂ ପିଲାମାନଙ୍କୁ ଗଛ ଲଗାଇବା ସହିତ ପରିବେଶ ଦିବସ,ପରିବେଶ ସୁରକ୍ଷା, ବୃକ୍ଷଲତା ,ଜୀବଜନ୍ତୁ, ପରିବେଶ ବିଜ୍ଞାନ, ଜୀବ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ବିଷୟରେ ଗୋଟିଏ ଗୋଟିଏ ଗଳ୍ପ, ନାଟକ,ରଚନା, କବିତା, ଡ୍ରଇଂ ଓ ସ୍ଲୋଗାନ ଆଦି ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖି ଏହାକୁ ସାମାଜିକ ଗଣମାଧ୍ୟମ, ଛପା ଓ ବୈଦ୍ୟୁତିକ ଗଣମାଧ୍ୟମର ସହାୟତାରେ ବିଶ୍ଵ ସାରା ପ୍ରଚାର ପ୍ରସାର କରିବାକୁ ଦୃଢ଼ ଆହ୍ୱାନ ଦେଇଥିଲେ।

ପରିଶେଷରେ ପିଲାଙ୍କ ବିଜ୍ଞାନ ଅନ୍ୱେଷଣ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ସାହୁ , ବିଜ୍ଞାନମିତ୍ର ଦୀପକ କୁମାର ବେହେରା ଓ ଅନ୍ୟ ସମସ୍ତ ସହଯୋଗୀ ମାନେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭାକୁ ସାଙ୍ଗ କରିଥିଲେ।

new life
You might also like
error: Content is protected !!