News
WhatsApp Image 2023-10-04 at 17.25.00
samparksetu

ପୀଡ଼ିତାଙ୍କ ଅଭିଯୋଗ ପରେ ମଧ୍ୟ ଦୁର୍ବୃତ ଖୁଲମଖୁଲା ବୁଲୁଛି, ହାତ ବାନ୍ଧି ବସିଛି ପୋଲିସ !

ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଥିବା ବେଳେ ପୋଲିସ ବିଭାଗର ନିଷ୍କ୍ରିୟତା ଦେଖିବାକୁ ମିଳୁଛି l ଗତ ୨୧ ଜୁନ ସନ୍ଧ୍ୟା ୮ ଟା ବେଳେ ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ ପଞ୍ଚାୟତର ଗୋପାଳପୁର ଗ୍ରାମର ସୁଧୀର ନାୟକ, ପିତା ରବିନାରାୟଣ ନାୟକ ନିଶା ଶକ୍ତ ଅବସ୍ଥାରେ ଏକ ଧାରୁଆ ଅସ୍ତ୍ର ଧରି ସେହି ଗ୍ରାମର ଅଙ୍ଗନବାଡି କର୍ମୀ ନିରlବତୀ ନାୟକଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିଲା । କାରଣ ସୁଧୀର ଗତ ୨ ବର୍ଷ ହେଲା ମଦ୍ୟପାନ ଏବଂ ଖର୍ଚ୍ଚ ପାଇଁ ଦାଦାବଟି ମାଗି ଆସୁଛି, ମାତ୍ର ନୀରା ମନାକରି ଦିଅନ୍ତି ।

ଫଳରେ ନିରା ଘରୁ ଦୌଡ଼ି ବାହାରକୁ ଆସି ଚିତ୍କାର କରିଥିଲେ । ଗ୍ରାମର ଲୋକମାନେ ଆସି ସୁଧୀରଙ୍କୁ ରୋକିଥିଲେ । ତାପର ଦିନ ୨୨ ତାରିଖରେ ଗ୍ରାମ ସଭାରେ ସୁଧୀର କାହାର କଥା ଶୁଣିନଥିଲା ଏବଂ କହିଥିଲାମୋର କଣ କରିବା କଥା କର l ପୀଡିତା ଆଇନ ର ଆଶ୍ରୟ ନେଇ ଗଁଦିଆ ଥାନାରେ ପ୍ରଥମ ସୂଚନା କେସ ନଂ ୧୬୫/୨୧ ଦେଇଥିଲେ ।

କିନ୍ତୁ ଦଶ ଦିନ ବିତିଗଲା ପରେ ମଧ୍ୟ ଗଁଦିଆ ପୋଲିସ ଦୁର୍ବୃତ କୁ ଗିରଫ କରୁନାହିଁ l ପରନ୍ତୁ ସୁଧୀର ବାହାରୁ ୪ ଜଣ ବ୍ୟକ୍ତିଙ୍କୁ ଧରି ଦିବାଲୋକରେ ପୀଡିତାଙ୍କ ଘର ଚାରିପଟେ ଘୁରିବୁଲୁଛନ୍ତି ତାଙ୍କୁ ଗଣ ବଳାତ୍କାର କରି ତାଙ୍କ ଉପରେ ଏସିଡ ପକାଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ନିରା ଅଭିଯୋଗ କରିଛନ୍ତି । ଏହାକୁ ନେଇ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି l

ଏଠି ପ୍ରଶ୍ନ ଉଠୁଛି ପୋଲିସ କାହିଁକି ସୁଧୀରଙ୍କୁ ଗିରଫ କରୁନାହିଁ ? ଏହା କଣ ଆମ ମହିଳା ସଶକ୍ତିକରଣ ? ପୀଡିତା କୁହନ୍ତି ଏହିପରି ଅନେକ ଜାନlକାରୀ କେସ ଅlଖପାଖ ଗାଁ ରେ କରିଛନ୍ତି ସୁଧୀର । ଦୃବୃତ୍ତଙ୍କୁ କଠୋର ରୁ କଠୋର ଦଣ୍ଡ ଦେବାପାଇଁ ପୀଡିତା ଦାବି କରିଛନ୍ତି ।

new life
You might also like
error: Content is protected !!