News
WhatsApp Image 2023-10-04 at 17.25.00
samparksetu

ବାଇକ ଦୁର୍ଘଟଣାରେ ୩ ଆହତ

କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଶାଗବାରି ଗ୍ରାମ ର ଶଙ୍କର ସିଦ୍ଧୁ (୩୦)ମମତା ବିରୁଆ (୧୩) ଏବଂ ମଙ୍ଗୁ କୁର୍ଲି (୨୦ ) ନିଜ ଘରୁ କାମାକ୍ଷାନଗର ଯାଉଥିବା ବେଳେ ଅନୁମାନିକ ସମୟ ପୂର୍ବାହ୍ନ ୧୧ ଟା ବେଳେ ବାଟଗାଁ ନିକଟ ରେ ଭାରସାମ୍ୟ ହରାଇ ତାଙ୍କ ବାଇକ ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ବାଇକରେ ଥିବା ୩ ଜଣ ବାଇକ ରୁ ଛିଟିକି ରାସ୍ତା ପାଖରେ ପଡ଼ିଯାଇଥିଲେ।ସ୍ଥାନୀୟ ଲୋକମାନେ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ତୁରନ୍ତ ୩ ଜଣ ଆହତଙ୍କୁ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲ ରେ ଆଣି ଭର୍ତ୍ତି କରିଥିଲେ।ଡାକ୍ତର ତିନି ଜଣକ ସ୍ୱାସ୍ଥ୍ୟ ପରୀକ୍ଷା କରିଲା ପରେ ଜାଣିବାକୁ ପାଇଲେ ଶଙ୍କର ସିଦ୍ଧୁ ଏବଂ ମମତା ଵିରୁଆ ଅଧିକ ଗୁରୁତର ଅଛନ୍ତି । ତାଙ୍କୁ ତୁରନ୍ତ ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।

new life
You might also like
error: Content is protected !!