News
WhatsApp Image 2023-10-04 at 17.25.00
samparksetu

ବଜ୍ରାପାତ ରେ ୧୧ ଜଣ ଆହତ ଜଣେ ଗୁରୁତର, ଜଳିଗଲା ଘର

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକରେ ବିଭିନ୍ନ ସ୍ଥାନରେ ବଜ୍ରାପାତ। ୩ ବଖରା ଘର ପୋଡିଜିବା ସହ ୧୧ ଜଣ ଆହାତ ହୋଇଛନ୍ତି। ଏବଂ ସେଥିରୁ ଜଣେ ଗୁରୁତର ଅଛନ୍ତି। ସମସ୍ତ ଆହାତ କାମାକ୍ଷାନଗର ମେଡିକାଲରେ ଭର୍ତି କରାଯାଇଛି।

ସୂଚନା ମୁତାବକ କଲି ସନ୍ଧ୍ୟା ପ୍ରାୟ ୮.୩୦ ବେଳକୁ ମେଘ ପବନ ସହ ବଜ୍ରପାତ ହୋଇଥିଲା। ବଜ୍ରାପାତରେ ବାଘବସା ଗ୍ରାମର
୩ ଶିଶୁ ସମେତ ୫ ଜଣ ଆହାତ ହୋଇଥିଲେ। ସେଥିରୁ ସୁଭଦ୍ରା ଗୁରୁତର ଥିବାରୁ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଚିକିତ୍ସା ଯାରି ରହିଛି। ଅନ୍ୟ ୪ ଜଣ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି।

ସେହିଭଳି ବ୍ଲକର କଣ୍ଟାପାଳ ପଞ୍ଚାୟତର କୁସୁମୁଣ୍ଡିଆ ଗ୍ରାମରେ ରାଜୁ ମୁଣ୍ଡାଙ୍କ ଘରକୁ ବଜ୍ରାପାତ ହୋଇଥିଲା ଏଥିରେ ତାଙ୍କର ୩ ବଖରା ଘରେ ନିଆଁ ଲାଗି ସମ୍ପୂର୍ଣ୍ଣ ଘର ପୋଡି ଯାଇଥିଲା ଏବଂ ଘରେ ଥିବା ସମସ୍ତ ଆସବାପତ୍ର ପୋଡିଜିବା ସହ ତାଙ୍କର ଏକ ବାଇକ ମଧ୍ୟ ପୋଡିଯାଇଛି। ତାଙ୍କ ପରିବାର ତିନିଜଣ ଆହାତ ହୋଇଥିଲେ। ଏବଂ ସେହି କୁସୁମୁଣ୍ଡିଆ ଗ୍ରମରେ ମଧ୍ୟ ତିନିଜଣ ମଧ୍ୟ ବଜ୍ରାପାତରେ ଆହାତ ହୋଇଛନ୍ତି। କୁସୁମୁଣ୍ଡିଆ ଗ୍ରାମରେ ମୋଟ ୬ ଜଣ ଆହାତ ହୋଇଥିବା ବେଳେ ବାଘବସା ଗ୍ରାମରେ ୫ ଜଣ ଆହତ ହୋଇଛନ୍ତି। ମୋଟ ୧୧ ଜଣ ଆହିତ ହୋଇଥିବାବେଳେ ସେଥିରୁ ୧୨ ବର୍ଷର ସୁଭଦ୍ରା ଗୁରତର ହୋଇଛନ୍ତି।

new life
You might also like
error: Content is protected !!