News
WhatsApp Image 2023-10-04 at 17.25.00
samparksetu

ମେଗା ଫାଇନାଲ ରେ ନୂଆ ଟିମର ବାଜିମାତ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରିଆ ଖେଳ ପଡ଼ିଆ ଠାରେ ବାବା ସାଧୁ ଗୋସାଇଁ କ୍ରିକେଟ କ୍ଲବ ରିଆ ପକ୍ଷରୁ ଏକ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା।

ଯାହାର ମେଗା ଫାଇନାଲ ମ୍ୟାଚ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ମେଗା ଫାଇନାଲ ମ୍ୟାଚଟି ପରଜଙ୍ଗ ବ୍ଲକର କମର ଟିମ ଓ ହିନ୍ଦୋଳ ବ୍ଲକ ର ନୂଆ ଟିମ ମଧ୍ୟରେ ମୁକାବିଲା ହୋଇଥିଲା।

ମ୍ୟାଚଟି ୧୫ ଓଭର ବିଶିଷ୍ଟ ଥିବା ବେଳେ ନୂଆ ଟିମ କମର ଟିମକୁ ହରାଇ ବିଜୟୀ ହୋଇଥିଲା।ପ୍ରମୋଦ ରାଉତ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଦୁଷ୍ମନ୍ତ ସାମଲ ଓ ସୁବ୍ରଜିତ ସାମଲ ଖେଳ ପରିଚାଳନା କରିଥିଲେ।ଏହି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ଦୁଇ ନମ୍ବର ଜୋନର ଜିଲ୍ଲା ପରିଷଦ ନିରାକାର ପ୍ରଧାନ ଓ ସଂମାନିତ ଅତିଥି ଭାବେ କୁମୁସି ପଞ୍ଚାୟତର ସରପଞ୍ଚ ବଳରାମ ନାଏକ,କୁମୁସି ୧୨ ନଂ ୱାର୍ଡର ୱାର୍ଡ ମେମ୍ବର ପ୍ରାର୍ଥୀନୀ ଉପସ୍ଥିତ ରହି ଉଭୟ ବିଜୟୀ ଓ ପରାଜୟୀ ଟିମକୁ ଟ୍ରଫି ପ୍ରଦାନ କରିଥିଲେ।

new life
You might also like
error: Content is protected !!