News
WhatsApp Image 2023-10-04 at 17.25.00
samparksetu

ସରପଞ୍ଚ ନାଏବ ସରପଞ୍ଚ ବିବାଦ ଚରମ ସୀମାରେ ,ଥାନାରେ ମାମଲା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଥାନା ଅନ୍ତର୍ଗତ ବାଉଁଶପୋଖରୀ ପଞ୍ଚାୟତ ନୂଆକୋଟ ଗ୍ରାମର ଘଣ୍ଟି ନାଏକ (ନାଏବ ସରପଞ୍ଚ )ଙ୍କୁ ବାଉଁଶପୋଖରୀ ପଞ୍ଚାୟତ ସରପଞ୍ଚ ରଣଜିତ ପ୍ରଧାନ ଧମକଚମକ ଦେଇଥିବା ହିନ୍ଦୋଳ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ , ବାଉଁଶ ପୋଖରୀ ପଞ୍ଚାୟତ ରେ ଦୀର୍ଘ ଦିନ ହେବ ବିଭିନ୍ନ ପ୍ରକାର ଅନୀୟମିତତା ନେଇ ପଞ୍ଚାୟତ ର ନାଏବ ସରପଞ୍ଚ ଘଣ୍ଟି ନାୟକ ସମେତ ୮ ଜଣ ୱାର୍ଡ ସଭ୍ୟ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିଲେ ।

ପଞ୍ଚାୟତ ରେ ଦୀର୍ଘ ୮ ମାସ ହେବ ବୈଠକ ନବସିବା ଓ ୩୬ ଲକ୍ଷ୍ୟ ଟଙ୍କାର ଅନୀୟମିତତା ହୋଇଥିବା ନେଇ ଅଭିଯୋଗ କରିଥିଲେ । ସେହିଦିନ ଠାରୁ ପଞ୍ଚାୟତ ରେ ବିଶୃଙ୍ଖଳା ଲାଗିରହିଥିବା ବେଳେ ଗତ ୮ ତାରିଖ ରାତି ୧୨ ଟା ସମୟରେ ପଞ୍ଚାୟତ ର ସରପଞ୍ଚ ରଣଜିତ ପ୍ରଧାନ ଘଣ୍ଟି ନୟାକ ଘରେ ଏକାଥିବା ସମୟରେ ଘରର କବାଟ ବାଡେଇ ଥିଲେ ଘର ଖୋଲି ଦେଖିଲା ବେଳକୁ ରଣଜିତ ତାକୁ ବିଭିନ୍ନ ପ୍ରକାଶ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧମକଚମକ ଦେବା ସମୟରେ ଘଣ୍ଟି ନାୟକ ପାଟି କରିବା ପରେ ଲୋକ ଆସିଯିବାରୁ ରଣଜିତ ଘଟଣା ସ୍ଥଳରୁ ପଳେଇ ଯାଇଥିଲେ ।

ଏ ନେଇ ଘଣ୍ଟି ହିନ୍ଦୋଳ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି,ଏ ସମ୍ପର୍କ ରେ ହିନ୍ଦୋଳ ଥାନା ଅଧିକାରିଣୀ ଚାରୁଲତା ବେହେରା ଙ୍କୁ ଯୋଗାଯୋଗ କରିବାରେ ସେ କୁହନ୍ତି ଯେ , ନାଏବ ସରପଞ୍ଚ ଘଣ୍ଟି ନାୟକ ଙ୍କ ଠାରୁ ଗତ ରାତିରେ ଗୋଟିଏ ଅଭିଯୋଗ ପାଇଛୁ ଏବଂ ସରପଞ୍ଚ ରଂଜିତ ପ୍ରଧାନ ମଧ୍ୟ ଘଣ୍ଟି ନାୟକ ଙ୍କ ନାମରେ ଆଜି ସକାଳେ ଏକ ଅଭିଯୋଗ କରିଛନ୍ତି । ଅଭିଯୋଗ କୁ ଭିତ୍ତି କରି ତଦନ୍ତ କରାଯାଉଛି ଖୁବ ଶୀଘ୍ର ଘଟଣାର ସତ୍ୟାସତ୍ୟ ଜଣାପଡିବ ଓ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

new life
You might also like
error: Content is protected !!