News
WhatsApp Image 2023-10-04 at 17.25.00
samparksetu

ସାଇବର ଠକେଇ ର ଶିକାର ହେଲେ ଶିକ୍ଷକ !

ଭୁବନ ଏନଏସି ର ଜଣେ ଶିକ୍ଷକ ସାଇବର ଠକେଇ ର ଶିକାର ହୋଇଥିବା ଜଣାପଡିଛି । ପୋଲିସ ରେ ହୋଇଥିବା ଅଭିଯୋଗ ଅନୁଯାୟୀ ୱାର୍ଡ ନମ୍ବର ୨ ନୂଆଭୁବନ ର ଟ୍ୟୁସନ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁ ଙ୍କ ନିକଟକୁ ସନ୍ଧ୍ୟା ସମୟରେ ତାଙ୍କ ମୋବାଇଲି ନମ୍ବର ରୁ ଏକ ଫୋନ କଲ ଆସିଥିଲା ।

କ୍ରେଡିଟ କାର୍ଡ ଅଫିସ ରୁ କହୁଛି ଆପଣଙ୍କ କାର୍ଡ ବନ୍ଦ କରାଯିବ ତେଣୁ ଯାହା ମାଗୁଛି ତାହା ଦିଅନ୍ତୁ କହିବାରୁ କୈଳାଶ ହଠାତ ଡରି ଯାଇଥିଲେ । ପୂର୍ବରୁ କ୍ରେଡିଟ କାର୍ଡର ବନ୍ଦ କରିବାକୁ ସେ ବ୍ୟାଙ୍କ ରେ ଆବେଦନ କରିଥିଲେ । କାହିଁକିନା ପୂର୍ବରୁ ତାଙ୍କ ଜମା ଖାତାରୁ ପାଞ୍ଚ ଶହ ଟଙ୍କା କଟି ଯାଇଥିଲା ।

.ଫୋନ ପାଇ ଖୁସି ହୋଇଥିଲେ କୈଳାଶ ସାର, ତାଙ୍କ ଖାତା ରୁ ଆଉ ଟଙ୍କା କଟିବ ନାହିଁ , ତେଣୁ ଆସିଥିବା ଫୋନ ଧାରୀ ଙ୍କୁ ସବୁ କିଛି ଜଣାଇ ଦେଇଥିଲେ ସେ ।ଏକ ଆଶା ଆଶଙ୍କା ମଧ୍ୟରେ ରହି ଆଧାର ଓଟିପି ମାଗିବାରୁ ତାହା ବି ଦେଇଥିଲେ । ଓଟପି ଦେବା ପରେ ୯୭ ଜଲହଜାର ଟଙ୍କା ବ୍ୟାଙ୍କ ରେ ଲୋନ ହୋଇଥିବା ସେ ଜାଣିବାକୁ ପାଇଥିଲେ ।

କୈଳାଶ ସାର ଏ ନେଇ ଭୁବନ ଥାନାରେ ଲିଖିତ ଜଣାଇଥିଲେ , ଠକ ସଂସ୍ଥାର ଫୋନ କଲ ଯୋଗୁ ଏବେ କୈଳାଶ ସାର ଠକେଇ ର ଶିକାର ହୋଇଛନ୍ତି ।

new life
You might also like
error: Content is protected !!