News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ତହସିଲ ର ଅଚାନକ ଚଢ଼ାଉ

ଖଣିଖାଦାନ ଭରା ହିନ୍ଦୋଳ ଉପଖଣ୍ଡରେ ବହୁତ ଖଣି ମାଫିଆ ସକ୍ରିୟ ଥିବା କାହାକୁ ଅଗୋଚର ନୁହେଁ। ଅନେକ ମାଫିଆଙ୍କ ଯୋଗୁଁ ସରକାର ରାଜସ୍ବ ହାନି ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେମିତି କିଛି ଆଖି ଦୃଶିଆ କାର୍ଯ୍ୟ ଅନୁଷ୍ଠାନ ହେଉ ନାହିଁ। ଯେଉଁ କାରଣ ପାଇଁ ମାଫିଆଙ୍କ ରାଜୁତି ଚରମ ସୀମାରେ ପହଁଞ୍ଚିଛି।

ହଠାତ୍ ହିନ୍ଦୋଳ ତହସିଲ ତହସିଲଦାର ଅଜୟ କୁମାର ମଲ୍ଲିକ ଙ୍କ ବଦଳି ପରେ ବାଲି,ଚିପ୍ସ ଇତ୍ୟାଦି ଚାଲାଣ ବଢାଇବା ସ୍ଵପ୍ନ ଆଜି ହୋଇଛି ଚୁରମାର । ତହସିଲଦାର ଦାୟିତ୍ୱ ରେ ଥିବା ଅତିରିକ୍ତ ତହସିଲଦାରଙ୍କ ଶ୍ରୀଯୁକ୍ତ ରାମ ଗୋବିନ୍ଦ ପରିଡା ଙ୍କ ଆଜି ଅଚାନକ ଚଢାଉ କରି ତିନୋଟି ବାଲି ବୋଝେଇ ଟ୍ରକ ଜବତ କରିଛନ୍ତି ।

ଓଆର ୫ ଏଏ ୩୫୧୮, ଓଆର ୦୯ ଜେ୪୫୪୧ ଏବଂ ଓଆର ୧୪ ଆର ୭୪୫୫ ତିନୋଟି ବାଲି ବୋଝେଇ ଟ୍ରକ ବଡମ୍ଵା ନରସିଂହପୁର ଦିଗରୁ ହିନ୍ଦୋଳକୁ ପ୍ରବେଶ ସମୟରେ ଅତିରିକ୍ତ ତହସିଲଦାର ଶ୍ରୀପରିଡା, ସୁପରଭାଇଜର ତାପସ ସାହୁ, ରାଜସ୍ଵ ନିରୀକ୍ଷକ ବୈରାଗୀ ନାୟକ, ଏଆର ଆଇ ଅଶ୍ବିନୀ ତରାଇ, ଅମିନ ସହ ମିଳିତ ଚଢାଉ କରି କବଜାକୁ ନେଇଛନ୍ତି। ହଠାତ୍ ଚଢ଼ାଉକୁ ନେଇ ଚାଲାଣକାରୀଙ୍କ ଚେତା ହଜି ଯାଇଛି।

new life
You might also like
error: Content is protected !!