News
WhatsApp Image 2023-10-04 at 17.25.00
samparksetu

ଗେଲ୍ ଇଣ୍ଡିଆର ଶ୍ରମିକ ମାନଙ୍କୁ ମିଳିନାହିଁ ବେତନ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ପଞ୍ଚାୟତର ଖୁଣ୍ଟବାଟିସ୍ଥ ଗେଲ୍ ଇଣ୍ଡିଆର ଗ୍ୟାସ ପାଇପ ଲାଇନ କ୍ୟାମ୍ପରେ ପ୍ରାୟ ୪୬ ଜଣ ଶ୍ରମିକ ୟୁପି, ବିହାର, ଝାରଖଣ୍ଡ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟରୁ ଆସି ଶଙ୍କର ଇଣ୍ଟରପ୍ରାଇଜ଼ର୍ସ ନାମକ ଏକ ସବକଂଟ୍ରାକଟର ପାଖରେ କାମ କରୁଛନ୍ତି l

ଗତ ଦୁଇ ମାସର ପାଉଣା ନଦେଇ କମ୍ପାନୀର ଠିକାଦାର ମୁରାରୀ ରାୟ ଗତ ୧୦ତାରିଖ ଠାରୁ କାହାକୁ କିଛି ନକହି ଚାଲିଯାଇଛନ୍ତି ଏବଂ ତାଙ୍କ ଫୋନ ଉଠାଉନାହାନ୍ତି l ତାଛଡା ଭଡା ଘର ମାଲିକ ଏବଂ ରାସନ ଦୋକାନୀଙ୍କୁ କହିଯାଇଛନ୍ତି ଯେ ବକେୟା ପଇସା ଶ୍ରମିକ ମାନେ ଦେବେ l ଫଳରେ ଶ୍ରମିକ ମାନଙ୍କୁ ଘର ମାଲିକ ଓ ରାସନ ଦୋକାନୀ ହଇରାଣ କରୁଥିବା ବେଳେ କମ୍ପାନୀ ବେତନ ଦେଉନାହିଁ l ଗତ ରବିବାର ଦିନ ଅଁଳାବେରେଣୀର ଆପ୍ କର୍ମୀମାନେ ଏସମ୍ପର୍କରେ ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକଙ୍କ ନୋଟିସକୁ ଆଣିଥିଲେ l

ଆଜି ସୋମବାର ପ୍ରାୟ ଦଶ ଜଣ ଶ୍ରମିକ ଶ୍ରୀ ନାୟକ ଏବଂ ସଦସ୍ୟ ବିନୟ କୁମାର ସାହୁଙ୍କ ନେତୃତ୍ୱରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ଦେଇଥିଲେ l ଶ୍ରମ ଅଧିକାରୀ କହିଥିଲେ ଏହା ହେଉଛି କେନ୍ଦ୍ର ସରକାରଙ୍କ ଅଧୀନରେ ଏବଂ ଅନଗୁଳ ଅତିରିକ୍ତ ଶ୍ରମ ଆୟୁକ୍ତ ସେଣ୍ଟ୍ରାଲ ଶ୍ରୀ ରାଜେଶ ଗୁପ୍ତାଙ୍କ ସହିତ ସମ୍ପର୍କ କରନ୍ତୁ l ସମ୍ପର୍କ କରିବା ପରେ ଶ୍ରୀ ଗୁପ୍ତା ଆସନ୍ତା ଦୁଇ ଦିନ ମଧ୍ୟରେ ସେମାନଙ୍କର ବକେୟା ରାଶି ମିଳିଯିବ ବୋଲି ଆଶ୍ୱାସନା ଦେଇଛନ୍ତି l

new life
You might also like
error: Content is protected !!