News
lipub
samparksetu

ଡ୍ରେନ ଭିତରକୁ ଗଳିପଡିଲା ସ୍କୁଲ ଭ୍ୟାନ,୫ଜଣ ଛାତ୍ରଛାତ୍ରୀ ଆହତ

ଢେଙ୍କାନାଳ ସହରରେ ଥିବା ଏକ ଘରୋଇ ବିଦ୍ୟାଳୟକୁ ଯାଉଥିବା ଏକ ସ୍କୁଲ ଭ୍ୟାନ ପୌର ସଂସ୍ଥାର ଡ୍ରେନ ଭିତରକୁ ଗଳି ପଡିଥିବା ବେଳେ ୫ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବାର ଜଣାପଡିଛି ।
ସହରରେ ଥିବା ଏକ ଘରୋଇ ବିଦ୍ୟାଳୟକୁ ଗୁରୁବାର ଦିନ ସକାଳ ୭ଟା ସମୟରେଏକ ମାରୁତି ସ୍କୁଲ ଭ୍ୟାନ ସହରରୁ ୧୩ଜଣ ପିଲାଙ୍କୁ ଗାଡିରେ ଭର୍ତ୍ତି କରି ବିଦ୍ୟାଳୟକୁ ଦ୍ରୁତ ଗତିରେ ଯାଉଥିଲା ।

ଟାଉନ ଥାନା ଅନ୍ତର୍ଗତ ଦେଉଳ ସାହିର ନାଗେଶ୍ୱର ମନ୍ଦିର ନିକଟରେ ଗାଡିଟି ଭାରସାମ୍ୟ ହରାଇ ପୌରସଂସ୍ଥାର ଡ୍ରେନ ଭିତରକୁ ଗଳି ପଡିଥିଲା । ଫଳରେ ଭ୍ୟାନରେ ଥିବା ୧୩ଜଣ ଛାତ୍ରଛାତ୍ରୀଙ୍କମଧ୍ୟରୁ ୫ଜଣ ଆହତ ହୋଇଥିଲେ । ଛାତ୍ରୀଙ୍କର ମୁଣ୍ଡ ଫାଟିବା ସହିତ ନାକରୁ ରକ୍ତ ପଡିଥିଲା । ସ୍ଥାନୀୟ ଲୋକ ଏହାକୁ ଦେଖି ଭ୍ୟାନକୁ ଡ୍ରେନରୁ ଉଦ୍ଧାର କରିଥିଲେ । ସରକାରଙ୍କ ନିୟମ ଅନୁସାରେ ଭ୍ୟାନରେ ୫ଜଣ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ପାଇଁ ଅନୁମତି ଥିବା ବେଳେ ସେଥିରେ କିଭଳି ୧୩ଜଣ ଛାତ୍ରଛାତ୍ରୀ ଯାଉଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

new life
You might also like
error: Content is protected !!