News
WhatsApp Image 2023-10-04 at 17.25.00
samparksetu

ସହିଦ ପୀଠ ବୁଲିଲେ, ମେଧାବୀ ଛାତ୍ରଛାତ୍ରୀ ଙ୍କୁ କଲେ ସମ୍ବର୍ଦ୍ଧିତ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସହିଦ ବୀର ବାଜିରାଉତ ପୀଠରେ ତୃପ୍ତି ପାଠାଗାର ଦ୍ୱାରା ଆୟୋଜିତ ମେଧାବି ବିଦ୍ୟାର୍ଥି ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗ ଦେଇ ଭୁବନ ଗଁଦିଆ ଅଂଚଳର ୧୦ ଜଣ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରି ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଗୃହରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ।  ଭୁବନ ବାସିନ୍ଦା ଓମ୍ ପ୍ରକାଶ ସାହୁ ଜିଲ୍ଲା ତଥା ରାଜ୍ୟରେ ମ୍ୟାଟ୍ରିକ ପରିକ୍ଷାରେ ଶ୍ରେଷ୍ଠ ୧୦ ଙ୍କ ମଧ୍ୟରେ ରହିଥିବାରୁ କେନ୍ଦ୍ରମନ୍ତ୍ରୀ ତାଙ୍କୁ ପ୍ରସଂସା କରିଥିଲେ । ତୃପ୍ତୀ ପାଠାଗାର ର ଅଧକ୍ଷ ପୂର୍ଣ୍ଣ ଚନ୍ଦ୍ର ସାହୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ବିଜେପି ଜିଲ୍ଲା ସଭାପତି , ଭୁବନ ମାଟିର ପୁଅ ନବକିଶୋର ଗୁରୁ ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ଶତୃଘ୍ନ ଜେନା, ଲୋକ ସଭା ମଣ୍ଡଳୀ ପ୍ରବାସ ସଂଯୋଜକ ପ୍ରେମାନନ୍ଦ ଜେନା, ବିଧାନସଭା ମଣ୍ଡଳି ସଂଯୋଜକ ଜଗବନ୍ଧୁ ପୃଷ୍ଟି, ଅନୁଗୁଳୁ ଜିଲ୍ଲା ରୁ ଅଶୋକ ମହାନ୍ତି, ବାଜିରାଉତଙ୍କ ଦାୟଦ କୂଳମଣୀ ରାଉତ ଅତିଥି ଭାବେ ଯୋଗ ଦେଇଥିଲେ ।

ସହିଦଙ୍କ ପ୍ରତି ମୂର୍ତୀ ରେ ମାଲ୍ୟାର୍ପଣ କରିବା ସହ କହ୍ନେଇ ପାଳ ଗ୍ରାମ ପରିଦର୍ଶନ କରିଥିଲେ । ତୃପ୍ତି ପାଠାଗାର ପକ୍ଷରୁ ଲକ୍ଷ୍ମୀ ଧର ରାଉତ ଅତିଥି ପରିଚୟ , ସରୋଜ କୁମାର ସାହୁ ଧନ୍ୟବାନ ଅର୍ପଣ କରିଥିଲେ । ଏହି କାର୍ଯ୍ୟ କ୍ରମରେ ଭୁବନ ନଗର ମଣ୍ଡଳ ସଭାପତି ଭବାନୀ ଶଙ୍କର ବେହେରା ପ୍ରଭାରୀ ସମୀର ସାହୁ , ଡ଼ମ୍ବୁର ଧର ପାତ୍ର, ଗଣେଶ୍ୱର ସାହୁ , ଚୈତନ୍ୟ ବେହେରା , ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଭୁବନ କାଳୀବଜାର ଠାରେ ମନ୍ତ୍ରୀ ବାଜିରାଉତଙ୍କ ମୂର୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଙ୍କୁ ସହିଦଙ୍କ ପରିବାର ପକ୍ଷରୁ ଦାୟଦ କୂଳମଣୀ ରାଉତ ଏକ ଡ଼ାକ ଟିକେଟ ସମ୍ବୋଳିତ ମାନପତ୍ର ପ୍ରଦାନ କରିଥିଲେ । ଭାରତୀୟ ସାମ୍ବାଦିକ ସଂଘ ଓଡ଼ିଶା ଶାଖା ପକ୍ଷରୁ ମେଧାବି ବିଦ୍ୟାର୍ଥୀଙ୍କୁ ଅଭିନନ୍ଦନ କାର୍ଯ୍ୟ କ୍ରମରେ ସଂମ୍ପୂର୍ଣ୍ଣ ସହଯୋଗ କରାଯାଇଥିଲା ।

new life
You might also like
error: Content is protected !!