News
lipub
samparksetu

ସିଂଙ୍ଗ୍ ଷ୍ଟାର କ୍ରିକେଟ କ୍ଲବ ତରଫରୁ ଅଷ୍ଟମ ସଂସ୍କରଣ ମ୍ୟାଚ ଅନୁଷ୍ଠିତ ହୋଇଯାଇଛ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ କଙ୍କା ଗ୍ରାମରେ ସିଂଙ୍ଗ୍ ଷ୍ଟାର କ୍ରିକେଟ କ୍ଲବ ତରଫରୁ ଅଷ୍ଟମ ସଂସ୍କରଣ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।

ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ବାଇଁଶିଆ ଏବଂ ରାଇତଳା ମଧ୍ୟରେ ଅନୁଷ୍ଠିତ ହୋଇଥିଲା , ଏହି ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷକ ନେତା ଓ ଢେଙ୍କାନାଳ ଜିଲ୍ଲାର ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ରାମ ଚନ୍ଦ୍ର ପାତ୍ର ଓ ଶ୍ରୀଯୁକ୍ତ ରତିକାନ୍ତ ସାହୁ ଏବଂ ଅମ୍ବିକା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉକ୍ତ ଖେଳଟିକୁ ଶାନ୍ତି ଶୃଙ୍ଖଳା ସହକାରେ ଖେଳଟିକୁ ପରିସମାପ୍ତି କରିଥିଲେ , ଏହି ମ୍ୟାଚରେ ପ୍ରଥମେ ଟସ ଜିଣି ବାଇଁଶିଆ ଦଳ ୧୨ ଓଭର ରେ ୧୧୪ ରନର ବିଜୟଲକ୍ଷ୍ୟ ରଖିଥିଲା ଜବାବରେ ରାଇତଳା ଦଳ ୮୩ରନ ରେ ଅଲଆଉଟ ହୋଇଯାଇଥିଲା ।

ଏହି ମ୍ୟାଚରେ ଶ୍ରେଷ୍ଠ ଭାସ୍ୟକାର ଭାବରେ ଅନିଲ କୁମାର ସିଂ କୁ ସମାନ୍ୱିତ କରାଯାଇଥିଲା ଓ ମ୍ୟାନ ଅଫ ଦି ମ୍ୟାଚ ଜ୍ଞାନରଞ୍ଜନ ସାହୁ ଓ ଶ୍ରେଷ୍ଠ ଅମ୍ପାୟାର ଭାବରେ ମହେନ୍ଦ୍ର କୁମାର ସ୍ତମ୍ଭ ଓ ଶ୍ରୀକୃଷ୍ଣ ସିଂଙ୍କୁ ସମ୍ନାନିତ କରାଯାଇଥିଲା ।

new life
You might also like
error: Content is protected !!