News
WhatsApp Image 2023-10-04 at 17.25.00
samparksetu

ବି.ବି.ହାଇସ୍କୁଲ ୧୯୮୦ ବ୍ୟାଚର ବନ୍ଧୁମିଳନ ଅନୁଷ୍ଠିତ

ଢେଙ୍କାନାଳର ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ୧୯୮୦ ବ୍ୟାଚ୍ ର ବନ୍ଧୁମିଳନ – ‘ମୋ ସ୍କୁଲ ଅଭିଯାନ’ର ଆଲୁମିନି -ବିଦ୍ୟାଳୟ ଯୋଡ଼ କାର୍ଯ୍ୟକ୍ରମ -୨୦୨୩ ବି.ବି.ହାଇସ୍କୁଲ୍ ,ଢେଙ୍କାନାଳ ପରିସରରେ ଓ ସ୍ଥାନୀୟ ଗଣେଶ ମଣ୍ଡପରେ କୋଭିଡ-୧୯ ନିୟମସବୁକୁ ଅନୁପାଳନକରି ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଓ ବର୍ତ୍ତମାନର ଅନେକ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ, ସର୍ବଶ୍ରୀ ନନ୍ଦକିଶୋର ଶତପଥୀ ,ପ୍ରଭାକର ଦାସ, ତ୍ରିଲୋଚନ କର, ଅନ୍ତର୍ଯ୍ୟାମୀ ତ୍ରିପାଠୀ,ଆନନ୍ଦ ଚନ୍ଦ୍ର ମହାରଣା, ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ପ୍ରାକ୍ତନ କ୍ରୀଡ଼ା ଶିକ୍ଷକ ତଥା ପ୍ରାକ୍ତନ ଶାରୀରିକ ଶିକ୍ଷା ପରିଦର୍ଶକ ପ୍ରଭାକର ସାହୁ,ଭାରତ ସରକାରଙ୍କର ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟର ମହାନିର୍ଦେଶକ,ପ୍ରାକ୍ତନ ଅନ୍ତେବାସୀ ଛାତ୍ର ଓ କପିଳାସ ସମ୍ମାନ ପ୍ରାପ୍ତ ବିଶ୍ୱ ପ୍ରସିଦ୍ଧ ମହାନ ଶିଳ୍ପୀ ଅଦ୍ୱୈତ ଗଡନାୟକ,ବରିଷ୍ଠ ଖ୍ୟାତିସମ୍ପନ୍ନ ପତ୍ରକାର ଆଶୁତୋଷ ରାଉତ, ଡ଼ା.ସୁଶାନ୍ତ ଦାଶ, ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ରଙ୍କ ସମେତ ଜୀବନରେ ଶ୍ରେଷ୍ଠ ସଫଳତା ଲାଭ କରିଥିବା ଶତାଧିକ ପ୍ରାକ୍ତନ ଛାତ୍ରୀ ଛାତ୍ର,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ବରିଷ୍ଠ ଶିକ୍ଷକ ତଥା ଢେଙ୍କାନାଳ ଜିଲ୍ଲା ‘ମୋ ସ୍କୁଲ ଅଭିଯାନ କ୍ୟାମ୍ପେନ ଟିମ୍’ର ଦଳମୁଖ୍ୟ ଡା.ଦେବୀ ପ୍ରସାଦ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ବକ୍ତବ୍ୟରେ ‘ମୋ ସ୍କୁଲ ଅଭିଯାନ’ ଏକ ଅଭିନବ ପ୍ରୟାସ ଏବଂ ଏଥିରେ ଅର୍ଥ ପ୍ରଦାନ କଲେ ଓଡ଼ିଶା ସରକାର ଏହାର ଦୁଇଗୁଣ ଅର୍ଥରାଶି ପ୍ରଦାନ କରୁଛନ୍ତି ତେଣୁ ମୋଟ ଏହି ତିନିଗୁଣ ଅର୍ଥରାଶି ସୁବିନିଯୋଗ କରି ବିଦ୍ୟାଳୟର ବିଭିନ୍ନ ଆବଶ୍ୟକତା ପୂରଣ କରାଯାଇ ପାରିବ।ଏହା ବ୍ୟତୀତ ସମସ୍ତେ ନିଜର ପ୍ରିୟ ବିଦ୍ୟାଳୟକୁ ବିଭିନ୍ନ ଆବଶ୍ୟକ ଦ୍ରବ୍ୟ ଓ ସେବା ପ୍ରଦାନ କରିପାରିବେ ବୋଲି ମଧ୍ୟ ଜଣାଇଥିଲେ।

ପ୍ରାକ୍ତନ ଛାତ୍ରୀ ସୁସ୍ମିତା ମିଶ୍ର ଓ ଡା.ଦେବୀ ପ୍ରସାଦ ମିଶ୍ର ଯୁଗ୍ମ ଭାବରେ କାର୍ଯ୍ୟକ୍ରମ ସଂଯୋଜନା ଓ ସଭା ପରିଚାଳନା କରିଥିଲେ।ପ୍ରାକ୍ତନ ଛାତ୍ରୀ, ଛାତ୍ରବୃନ୍ଦ ଗୁରୁ ପୂଜା ସହ ଗୁରୁବନ୍ଦନା ଗାନ କରି ଗୁରୁମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରିବା ସହ ଗୁରୁ ଆଶୀର୍ବାଦ ଗ୍ରହଣ କରିଥିଲେ । ଶିକ୍ଷୟିତ୍ରୀ,ଶିକ୍ଷକ ମାନେ ମଧ୍ୟ ଛାତ୍ରୀ, ଛାତ୍ରଙ୍କ ଗହଣରେ ପୁରୁଣା ସ୍ମୃତି ସାଉଁଟିବା ସଙ୍ଗେ ସଙ୍ଗେ ସମସ୍ତେ ଭଲ ମଣିଷ ହେବା ସହିତ ମଣିଷ ତିଆରି କାରଖାନା ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ‘ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ’ରେ ସାମିଲ ହୋଇ ଏହାର ସର୍ବାଙ୍ଗୀନ ଉନ୍ନତି କଳ୍ପେ ମନ ପ୍ରାଣ ଢ଼ାଳି ଦେବାକୁ ଦୃଢ଼ ଆହ୍ଵାନ ଜଣାଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ ପ୍ରଧାନ ଶିକ୍ଷକ ଛାତ୍ରୀ,ଛାତ୍ର ଓ ଶିକ୍ଷିକା, ଶିକ୍ଷକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଧୂପ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ୧୯୮୦ ବ୍ୟାଚ୍ ର ପୁରାତନ ଛାତ୍ରୀଛାତ୍ର ମାନେ ଓ ସେମାନଙ୍କର ପରିବାର ବର୍ଗ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଶିକ୍ଷା,କର୍ମକ୍ଷେତ୍ରର ବିବରଣୀ ସହ ସ୍ବପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଦୀର୍ଘ ବର୍ଷର ମନଛୁଆଁ ଅଭୁଲା ଅନୁଭୂତି ସବୁର ସ୍ମୃତିଚାରଣ କରିଥିଲେ ।

new life
You might also like
error: Content is protected !!