News
WhatsApp Image 2023-10-04 at 17.25.00
samparksetu

ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ, ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ଗତକାଲି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ୭୧ଟି ବ୍ଲକର ୧୬୬୯ଟି ଗ୍ରାମ ପଞ୍ଚାୟତରେ ହୋଇଛି । ଏହି ପର୍ଯ୍ୟାୟରେ ୨୦୦ଟି ଜିଲ୍ଲା ପରିଷଦ ସଭ୍ଯ ପାଇଁ ୨୨୩୭୯ ବୁଥ୍‌ରେ ମତଦାନ ହୋଇଥିଲା । ଏହି ପର୍ଯ୍ୟାୟରେ ୬୭ ଲକ୍ଷ ୫୧ ହଜାର ଭୋଟର ଥିବା ବେଳେ ପ୍ରାରମ୍ଭିକ ସୂଚନା ଅନୁସାରେ ୭୦ ପ୍ରତିଶତ ମତଦାନ ହୋଇଥିବାର ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  ।

ସେହିପରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି ।  ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ଗଁନ୍ଦିଆ ବ୍ଲକରେ ମତଦାନ ଗ୍ରହଣ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗଁଦିଆ ବ୍ଲକ ରେ  ୭୯.୨୯% ଏବଂ ହିନ୍ଦୋଳ ବ୍ଲକ ରେ ୭୮.୬୦ % ମତଦାନ ହୋଇଛି । ସେହିପରି ଗଁଦିଆ ବ୍ଲକ ରେ ୬୩୧୪୮ ଜଣ ପୁରୁଷ ଥିବା ବେଳେ ୪୯୭୧୫ ଜଣ ଭୋଟ ଦେଇଛନ୍ତି ଅନ୍ୟପଟେ ୫୮୭୦୨ ଜଣ ମହିଳା ଭୋଟର ଥିବା ବେଳେ ୪୬୯୨୮ ଭୋଟ ଦେଇଛନ୍ତି । ହିନ୍ଦୋଳ ବ୍ଳକ ରେ ୬୯୧୯୧ ଜଣ ପୁରୁଷ ଭୋଟର ଥିବା ବେଳେ ୫୨୨୭୧ ଜଣ ଭୋଟ ଦେଇଛନ୍ତି ସେହିପରି ୬୩୧୧୩ ଜଣ ମହିଳା ଥିବା ବେଳେ ୫୧୭୧୮ ଜଣ ଭୋଟ ଦେଇଛନ୍ତି ।

ଅନ୍ୟପଟେ କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେବା ଫଳରେ ଭୋଟ ଗ୍ରହଣ ବାଧାପ୍ରାପ୍ତ ଘଟିଛି ।
ପ୍ରାଥମିକ ରିପୋର୍ଟ ଅନୁଯାୟୀ ଢେଙ୍କାନାଳ ଜିଲ୍ଲାର ୩ ଟି ବୁଥ ରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ତେବେ ଏ ଘଟଣା ରେ ଜିଲ୍ଲାପାଳ ଙ୍କ ଠାରୁ ବିଶୃତ ରିପୋର୍ଟ ପାଇଲା ପରେ ରାଜ୍ୟ ନିର୍ବାଚନ କମିଶନ ଏ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।

new life
You might also like
error: Content is protected !!